ETV Bharat / state

ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗ, ବିପଦରେ ବାଟୋଇ

ଶୋଚନୀୟ ଅବସ୍ଥାରେ ପଡିରହିଛି ବୌଦ୍ଧ ପୌରପରିଷଦ ଓ ମୁର୍ଷୁଣ୍ଢି ପଞ୍ଚାୟତ ରାସ୍ତା । ଏହି ରାସ୍ତାରେ ବାରମ୍ବାର ପଡି ସାଧାରଣ ଲୋକ ଦୁର୍ଘଟଣାଗ୍ରସ୍ତ ହେଉଥିଲେ ବି ପଞ୍ଚାୟତ କତ୍ତୃପକ୍ଷ ମାଟି ମୋରମ କରି ସରକାରୀ ଅର୍ଥକୁ ଆତ୍ମସାତ୍ କରିବା ଯୋଜନାରେ ରହୁଛନ୍ତି ।

author img

By

Published : Jul 8, 2019, 5:26 PM IST

ଫଟୋ ସୌଜନ୍ୟ: ପ୍ରତିନିଧି ବୌଦ୍ଧ

ବୌଦ୍ଧ: ବିପଦସଙ୍କୁଳ ଅବସ୍ଥାରେ ପଡିରହିଛି ବୌଦ୍ଧ ପୌରପରିଷଦ ଓ ମୁର୍ଷୁଣ୍ଢି ପଞ୍ଚାୟତ ରାସ୍ତା । ଏହି ରାସ୍ତା ଦେଇ ପ୍ରତ୍ୟେକ ଦିନ ସ୍କୁଲ ଛାତ୍ରଛାତ୍ରୀ ଓ ବିଭିନ୍ନ ବିଭାଗର ସରକାରୀ କର୍ମଚାରୀ ଯାତାୟତ କରୁଥିବା ବେଳେ ବର୍ଷା ଦିନରେ ରାସ୍ତାର ଅବସ୍ଥା ଶୋଚନୀୟ ।

ଭିଡିଓ ସୌଜନ୍ୟ: ପ୍ରତିନିଧି ବୌଦ୍ଧ

ତେବେ ଜାତୀୟ ରାଜପଥ ୫୭ ଠାରୁ ମାତ୍ର ୨୦୦ ମିଟର ରାସ୍ତାରେ ପାଞ୍ଚ ଲକ୍ଷ ଟଙ୍କାର ବ୍ୟୟଅଟକଳରେ ରାସ୍ତା ନିର୍ମାଣ କରାଯାଇଥିଲା । କିନ୍ତୁ ତାହା ଏବେ ପାଣିରେ ପଡିଲା ଭଳି ମନେହେଉଛି । ଏବେ ଉକ୍ତ ରାସ୍ତା ଅତ୍ୟନ୍ତ ବିପଦସଙ୍କୁଳ ହୋଇପଡିଛି ।

ଖବର ଅନୁଯାୟୀ, ବୌଦ୍ଧ ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢି ପଞ୍ଚାୟତର ଠିକ ଆରମ୍ଭରେ ରହିଛି ଅନେକ ଗୁରୁତ୍ବପୂର୍ଣ୍ଣ ବିଭାଗ ଓ ସ୍କୁଲ । ରାସ୍ତାରେ କେନ୍ଦୁପତ୍ର ବିଭାଗ, ଯୋଗାଣ ବିଭାଗର ଗୋଦାମ, ଟୁଟୁସିଙ୍ଗା ହାଇସ୍କୁଲ, ଲେପର୍ସି ଗୃହ,ସ୍ବାସ୍ଥ୍ୟ କର୍ମଚାରୀଙ୍କ କ୍ବାର୍ଟର ଆଦି ରହିଥିଲେ ମଧ୍ୟ ରାସ୍ତାକୁ ନେଇ ରାଜନୀତି ଜୋର ହେଉଥିବା ଚର୍ଚ୍ଚା ହେଉଛି ।

ତେବେ ସ୍କୁଲ ପିଲା ଏହି ରାସ୍ତାରେ ବାରମ୍ବାର ପଡି ଦୁର୍ଘଟଣାଗ୍ରସ୍ତ ହେଉଥିଲେ ବି ପଞ୍ଚାୟତ କତ୍ତୃପକ୍ଷ ମାଟି ମୋରମ କରି ସରକାରୀ ଅର୍ଥକୁ ଆତ୍ମସାତ୍ କରିବା ଯୋଜନାରେ ରହୁଛନ୍ତି । ଏହି ରାସ୍ତା ବିଷୟରେ ଅଭିଯୋଗ ପରେ ଇଟିଭି ଭାରତ ପକ୍ଷରୁ ସ୍ଥାନୀୟ ବିଡିଓଙ୍କୁ ଯୋଗାଯୋଗ କରିବାରୁ ସେ ଏସମ୍ପର୍କରେ ଅତିଶୀଘ୍ର ପଦକ୍ଷେପ ଗ୍ରହଣ କରିବେ ବୋଲି ସୂଚନା ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ବୌଦ୍ଧ ପୌରପରିଷଦ ଓ ମୁର୍ଷୁଣ୍ଢି ପଞ୍ଚାୟତ ର ଠିକ ମଝିରେ ଥିବା ରାସ୍ତା ଏବେ ଅତ୍ୟନ୍ତ ବିପଦଶଙ୍କୁଳ ହୋଇପଡିଛି ।ଉକ୍ତ ରାସ୍ତା ଉପରେ ପ୍ରତ୍ୟହ ବିଦ୍ୟାଳୟ ଛାତ୍ରଛାତ୍ରୀ ଓ ବିଭିନ୍ନ ବିଭାଗର ସରକାରୀ କର୍ମଚାରୀ ନିର୍ଭରଶୀଳ ଥିବା ବେଳେ ବର୍ଷା ଦିନରେ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡୁଛି ।ପଞ୍ଚାୟତ ପକ୍ଷରୁ ପାଞ୍ଚ ଲକ୍ଷ ଟଙ୍କାରେ ନିର୍ମିତ ରାସ୍ତା ଏବେ ପାଣିରେ ପଡିଲା ଭଳି ମନେହେଉଛି ।

Body:ବୌଦ୍ଧ ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢି ପଞ୍ଚାୟତ ର ଠିକ ଆରମ୍ଭରେ ରହିଛି ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗ ଓ ଏକ ହାଇସ୍କୁଲ ।ଜାତୀୟ ରାଜପଥ୫୭ ଠାରୁ ମାତ୍ର ୨୦୦ ମିଟର ରାସ୍ତାରେ ପାଞ୍ଚ ଲକ୍ଷ ଟଙ୍କାର କାର୍ଯ୍ୟ ହୋଇଥିଲେ ମଧ୍ୟ ଏବେ ଉକ୍ତ ରାସ୍ତା ଅତ୍ୟନ୍ତ ବିପଦଶଙ୍କୁଳ ହୋଇପଡିଛି ।ଉକ୍ତ ରାସ୍ତାରେ କେନ୍ଦୁପତ୍ର ବିଭାଗ, ଯୋଗାଣ ବିଭାଗର ଗୋଦାମ, ଟୁଟୁସିଙ୍ଗା ହାଇସ୍କୁଲ, ଲେପର୍ସି ଗୃହ,ସ୍ବାସ୍ଥ୍ୟ କର୍ମଚାରୀଙ୍କ କ୍ବାର୍ଟର ଆଦି ରହିଥିଲେ ମଧ୍ୟ ରାସ୍ତାକୁ ନେଇ ରାଜନୀତି ଯୋର ହେଉଥିବା ଚର୍ଚ୍ଚା ହେଉଛି ।ସ୍କୁଲ ପିଲା ଉକ୍ତ ରାସ୍ତାରେ ବାରମ୍ବାର ପଡି ଦୁର୍ଘଟଣାଗ୍ରସ୍ତ ହେଉଥିଲେ ବି ପଞ୍ଚାୟତ କତ୍ତୃପକ୍ଷ ମାଟି ମୋରମ କରି ସରକାରୀ ଅର୍ଥ କୁ ରାଧେ ରାଧେ କରିବା ଯୋଜନାରେ ରହୁଛନ୍ତି । ଏହି ରାସ୍ତାର ଅଭିଯୋଗ ପରେ ଈଟିଭି ଭାରତ ପକ୍ଷରୁ ସ୍ଥାନୀୟ ବିଡିଓ ଙ୍କୁ ଯୋଗାଯୋଗ କରିବାରୁ ସେ ଏସମ୍ପର୍କରେ ଅତିଶୀଘ୍ର ପଦକ୍ଷେପ ଗ୍ରହଣ କରିବେ ବୋଲି ସୂଚନା ଦେଇଥିଲେ ।

Conclusion:ବାଇଟ-୧-କରୁଣାକର ବଗର୍ତ୍ତୀ, ସ୍ଥାନୀୟ ବାସିନ୍ଦା
ବାଇଟ-୨-ଅଶ୍ବିନୀ କୁମାର ମେହେର, ବିଡିଓ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.