ETV Bharat / state

ବନ୍ୟାରେ ଧୋଇ ହୋଇଯାଇଛି ରାସ୍ତା, ଚାଷ ଜମିରେ ଶୁଖିନି ପାଣି

author img

By ETV Bharat Odisha Team

Published : Sep 30, 2023, 10:29 PM IST

ମହାନଦୀରେ ଜଳସ୍ତର ହ୍ରାସ ପାଇବା ସହିତ ମହାନଦୀ କୂଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ଟଳିଛି । ହେଲେ ବନ୍ୟା ପାଇଁ କ୍ଷତି ସହିଛିନ୍ତି ଚାଷୀ ଓ ସାଧାରଣ ଲୋକେ । ଅଧିକ ପଢନ୍ତୁ

ଟଳିଲା ବନ୍ୟା ଆଶଙ୍କା, ବଢିଲା ଚାଷୀ ଓ ଲୋକଙ୍କ ଦୁଃଖ

ବୌଦ୍ଧ: ମହାନଦୀରେ ଜଳସ୍ତର ହ୍ରାସ ପାଇବା ସହିତ ମହାନଦୀ କୂଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ଟଳିଛି । ହେଲେ ବର୍ତ୍ତମାନ ସୁଦ୍ଧା କେତେକ ଅଞ୍ଚଳକୁ ବନ୍ୟାଜଳ ଘେରି ରହିଥିବା ବେଳେ ବନ୍ୟାପାଣି ଯୋଗୁଁ କେତେକ ରାସ୍ତା ସମ୍ପୂର୍ଣ୍ଣ ଧୋଇ ହୋଇଯାଇଛି । ବିଶେଷ ଭାବରେ ଚାଷ ଜମି ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଛି । ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଚାଷୀ ।

ସୂଚନା ଅନୁଯାୟୀ, କମିଛି ମହାନଦୀରେ ଜଳସ୍ତର । ବନ୍ୟା ଆଶଙ୍କା ସାମୟିକ ଭାବରେ ଟଳିଥିବା ବେଳେ ବର୍ତ୍ତମାନ ମଧ୍ୟ ମହାନଦୀ କୂଳରେ ଅବସ୍ଥିତ କେତେକ ତଳିଆ ଅଞ୍ଚଳରେ ବନ୍ୟାଜଳ କମି ନଥିବା ସୂଚନା ମିଳିଛି । ମହାନଦୀରେ ଚଳିତ ବର୍ଷ କିଛି ଦିନ ବ୍ୟବଧାନରେ ତିନି ତିନି ଥର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ସେପ୍ଟେମ୍ବର ମାସ ତମାମ ମହାନଦୀରେ ବନ୍ୟାଜଳ ପ୍ରବାହିତ ଯୋଗୁଁ ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକର ବିଭିନ୍ନ ସ୍ଥାନରେ ବନ୍ୟା ହୋଇଥିଲା । ସରସରା ପଞ୍ଚାୟତର କାଲେଶ୍ବର ଘାଟ ଠାରୁ ନେଇ ମାରଡା ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ମହାନଦୀ କୂଳ ଲଙ୍ଘି ଜନବସତି ମୁହାଁ ହୋଇଥିଲା । ବୌଦ୍ଧ ଠାରୁ ହରଭଙ୍ଗା ପର୍ଯ୍ୟନ୍ତ ଯାଇଥିବା ପୁରୁଣା ଜଗନ୍ନାଥ ସଡକର କୃଷ୍ଣମୋହନପୁର, କୋଡାସିଙ୍ଗା, ପାଣିଘରା, ବୁଲୁରା, ଅତଳସରା, ମାରଡା ଭଳି ଅନେକ ଗ୍ରାମ ପାଣିଘେରରେ ରହି ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ..ଚାଷୀ ଶିଖିଲେ ଡ୍ରୋନ ବ୍ୟବହାର, ସହଜରେ ହେବ ଚାଷକାର୍ଯ୍ୟ

ହରଭଙ୍ଗା ବ୍ଲକର ବିଭିନ୍ନ ସ୍ଥାନରେ ଥିବା ତଳିଆ ଅଞ୍ଚଳରେ ପ୍ରତ୍ୟେକ ବର୍ଷ ମହାନଦୀର ବନ୍ୟାପାଣି ଯୋଗୁଁ ଯୋଗାଯୋଗ ବିଚ୍ଛିନ୍ନ ହେଉଥିଲେ ମଧ୍ୟ ଏନେଇ କୌଣସି ସ୍ବତନ୍ତ୍ର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଉନାହିଁ ବୋଲି ଅଭିଯୋଗ ହୋଇଛି । ମହାନଦୀରେ ବନ୍ୟାଜଳ ପ୍ରବାହିତ ହୋଇ ହରଭଙ୍ଗା ବ୍ଲକର ବିଭିନ୍ନ ରାସ୍ତା ଘାଟ ବିପର୍ଯ୍ୟସ୍ତ ହେବା ସହିତ ଚାଷ କାର୍ଯ୍ୟ ଉପରେ ବିଶେଷ ପ୍ରଭାବ ପକାଇଛି । ଏପରିକି ଜିଲ୍ଲା ସଦରମହକୁମା ନିକଟରେ ଥିବା ବାଗବର ଗ୍ରାମକୁ ସଂଯୋଗ କରୁଥିବା ଆରଡ଼ି ରାସ୍ତା ସମ୍ପୂର୍ଣ୍ଣ ଧୋଇ ଯାଇଛି । ଫଳରେ ଉକ୍ତ ରାସ୍ତା ଉପରେ ନିର୍ଭରଶୀଳ ହଜାର ହଜାର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେହିପରି ମହାନଦୀ କୂଳରେ ବସବାସ କରି ଚଳୁଥିବା ଚାଷୀମାନେ ଚିନ୍ତାରେ ପଡ଼ି ଯାଇଛନ୍ତି । ବ୍ଲକର ବିଭିନ୍ନ ନଦୀ କୂଳିଆ ଅଞ୍ଚଳରେ ଚାଷ କାର୍ଯ୍ୟ ଉପରେ ଏହାର ଗଭୀର ପ୍ରଭାବ ପଡିଛି । ଏନେଇ ଜିଲ୍ଲା ପ୍ରଶାସନ ଓ କୃଷି ବିଭାଗ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଚାଷୀମାନେ ଦାବି କରିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.