ETV Bharat / state

ଜବରଦଖଲରେ ଜାତୀୟ ରାଜପଥ, ବୌଦ୍ଧରେ ବଢୁଛି ସଡକ ଦୁର୍ଘଟଣା - ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ

ବୌଦ୍ଧରେ ଦିନକୁ ଦିନ ବଢିବାରେ ଲାଗିଛି ସଡକ ଦୁର୍ଘଟଣା । ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ଅନେକ ସ୍ଥାନରେ ଜବରଦଖଲ, ବେଆଇନ ପାର୍କିଂ, ଉଠା ଦୋକାନ ଓ ବେପରୁଆ ଗାଡି ଚାଳନା ଯୋଗୁଁ ଏଭଳି ଦୁର୍ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଅଧିକ ପଢନ୍ତୁ

ଜବରଦଖଲରେ ଜାତୀୟ ରାଜପଥ,ବୌଦ୍ଧରେ ବଢୁଛି ସଡକ ଦୁର୍ଘଟଣା

author img

By

Published : Aug 25, 2022, 12:50 PM IST

ବୌଦ୍ଧ: ଜିଲ୍ଲାରେ ବଢୁଛି ସଡକ ଦୁର୍ଘଟଣା । ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ଅନେକ ସ୍ଥାନରେ ଜବରଦଖଲ, ବେଆଇନ ପାର୍କିଂ, ଉଠା ଦୋକାନ ଓ ବେପରୁଆ ଗାଡି ଚାଳନା ଯୋଗୁଁ ଦୁର୍ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଯାହା ଏବେ ପ୍ରଶାସନର ଚିନ୍ତା ବଢାଇଛି ।

ଜବରଦଖଲରେ ଜାତୀୟ ରାଜପଥ,ବୌଦ୍ଧରେ ବଢୁଛି ସଡକ ଦୁର୍ଘଟଣା

ବିଶେଷ ଭାବରେ ରାଜପଥ ଜବରଦଖଲ ଓ ବେପରୁଆ ଗାଡି ଚାଳନା ଯୋଗୁଁ ଏଭଳି ଘଟଣା ଘଟୁଥିବା ସୂଚନା ମିଳିଛି । ବୌଦ୍ଧ ଜିଲ୍ଲା ଦେଇ ୫୭ ନମ୍ବର ଜାତୀୟ ରାଜପଥ ମାଧପୁର ଠାରୁ ମନମୁଣ୍ଡା ପର୍ଯ୍ୟନ୍ତ ଯାଇଛି । ପ୍ରତ୍ୟେକ ଦିନ ଏହି ରାଜପଥରେ ଛୋଟବଡ ଦୁର୍ଘଟଣା ଘଟି ଧନଜୀବନ କ୍ଷୟକ୍ଷତି ଘଟୁଥିବାରୁ ବୌଦ୍ଧର ନୂତନ ଜିଲ୍ଲାପାଳ ମଧ୍ୟ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ।

ମନମୁଣ୍ଡା, ବାଉଁଶୁଣୀ, ସାହାଜପାଲ, ପୁରୁଣାକଟକ, ଚାରିଛକ ସମେତ ବୌଦ୍ଧ ସହର ଅନେକ ସ୍ଥାନରେ ରାସ୍ତା ଉପରେ ବେଆଇନ ପାର୍କିଂ, ବସ୍‌ ରହଣୀ, ଉଠାଦୋକାନୀଙ୍କ ଯୋଗୁଁ ସଡକ ଅବରୋଧ ହୋଇ ଦୁର୍ଘଟଣା ଘଟୁଛି । ସେପଟେ ବୌଦ୍ଧର ବିଜୁ ପଟ୍ଟନାୟକ ସେତୁ ଛକ ଠାରୁ ବସଷ୍ଟାଣ୍ଡ ଦେଇ ବୁଟୁପାଲି ପର୍ଯ୍ୟନ୍ତ ମାତ୍ର ଦୁଇ କିଲୋମିଟର ରାସ୍ତା ଦୀର୍ଘ ତିନି ବର୍ଷ ହେଲାଣି ନିର୍ମାଣ ଚାଲିଛି । ହେଲେ ତାହା ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇନି।

ବଡ ବଡ ଗଛର ଗଣ୍ଡି ଓ ଗୋଡିବାଲି ରାସ୍ତା କଡରେ ଦୀର୍ଘ ଦିନ ହେଲା ପଡିଛି । ସେହିପରି ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚାରିପାଖ ଜବରଦଖଲକାରୀଙ୍କ କବ୍ଜାରେ ରହିଛି । ଏପରିକି ଦୁର୍ଘଟଣାରୁ ଜବତ ହେଉଥିବା ଗାଡି ଗୁଡିକୁ ମଧ୍ୟ ଡାକ୍ତରଖାନା କଡରେ ଥିବା ରାସ୍ତା ଉପରେ ରଖି ଡମ୍ପିଂୟାର୍ଡ ସୃଷ୍ଟି କରାଯାଇଛି । ଯାହାକୁ ନେଇ ଖୋଦ ଜିଲ୍ଲାପାଳଙ୍କ ସମେତ ବିଭିନ୍ନ ବୁଦ୍ଧିଜୀବୀ ସଂଗଠନ ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ସେପଟେ ବୁଦ୍ଧିଜୀବୀ କହିଛନ୍ତି ‘‘ଦୁର୍ଘଟଣା ପାଇଁ ବ୍ଲାକ ସ୍ପଟ ଚିହ୍ନଟ ହୋଇଥିବା ସ୍ଥାନରେ ହମସ୍ ନିର୍ମାଣ କରାଗଲେ ଦୁର୍ଘଟଣାକୁ ରୋକାଯାଇ ପାରିବ ।’’

ଇଟିଭି ଭାରତ ,ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.