ETV Bharat / state

ବୌଦ୍ଧରେ ପୃଥକ୍‌ ପୃଥକ୍‌ ଦୁର୍ଘଟଣା, 7 ଛାତ୍ରଛାତ୍ରୀ ଆହତ

author img

By

Published : Sep 16, 2020, 7:29 AM IST

ବୌଦ୍ଧ ଜିଲ୍ଲାରେ କୋରୋନା ସଂକ୍ରମଣ ସହ ବୃଦ୍ଧି ପାଇବାରେ ଲାଗିଛି ସଡକ ଦୁର୍ଘଟଣା । ୫୭ ନମ୍ବର ଜାତୀୟ ରାଜପଥରେ ପୁଣି ତିନୋଟି ପୃଥକ ଦୁର୍ଘଟଣା ଘଟିଛି । ପରୀକ୍ଷା ଦେଇ ଫେରୁଥିବା ବେଳେ ସିଙ୍ଘାରୀ ନିକଟରେ ସଡକ ଦୁର୍ଘଟଣାରେ ସାତଜଣ ଛାତ୍ରୀ ଆହତ ହୋଇଥିବା ଜଣାପଡିଛି । ଅଧିକ ପଢନ୍ତୁ...

Road accidents increase with corona infection in boudh
ବୌଦ୍ଧରେ କୋରୋନା ସଂକ୍ରମଣ ସହ ବୃଦ୍ଧି ପାଉଛି ସଡ଼କ ଦୁର୍ଘଟଣା

ବୌଦ୍ଧ:ଜିଲ୍ଲାରେ ଥମିବାର ନା ନେଉନି କୋରୋନା ସଂକ୍ରମଣ। ଆଉ ଏହା ସହିତ ତାଳଦେଇ ବୃଦ୍ଧି ପାଇବାରେ ଲାଗିଛି ସଡକ ଦୁର୍ଘଟଣା । ୫୭ ନମ୍ବର ଜାତୀୟ ରାଜପଥ ଏବେ ମରଣଯନ୍ତା ପାଲଟିଥିବା ବେଳେ ମଙ୍ଗଳବାର ତିନୋଟି ପୃଥକ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ମ୍ୟାଟ୍ରିକ ପରୀକ୍ଷା ଦେଇ ବୌଦ୍ଧରୁ ଏକ ମାରୁତୀ କାରରେ ବିଳାସପୁର ଫେରୁଥିବା ସମୟରେ ବାଉଁଶୁଣୀ ଥାନା ଅନ୍ତର୍ଗତ ସିଙ୍ଘାରୀ ନିକଟରେ ସଡକ ଦୁର୍ଘଟଣାରେ ସାତଜଣ ଛାତ୍ରୀ ଆହତ ହୋଇଥିବା ଜଣାପଡିଛି ।

ସେପଟେ ୩୦ ନୂଆ ଆକ୍ରାନ୍ତଙ୍କ ସହିତ ଜିଲ୍ଲାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୪୨ରେ ପହଞ୍ଚିଛି । ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ କେତେକ ଡାକ୍ତର ଓ କର୍ମଚାରୀ ସଂକ୍ରମଣ ହେବାପରେ ମଙ୍ଗଳବାର କିଛି ସମୟ ପାଇଁ ଡାକ୍ତରଖାନାକୁ ସମ୍ପୂର୍ଣ୍ଣ ସିଲ କରିଦିଆଯାଇଥିଲା । ପରେ ସାନିଟାଇଜ କରାଯିବା ପରେ ଡାକ୍ତରଖାନା ଖୋଲା ଯାଇଥିଲା । ଜିଲ୍ଲାରେ ବଢୁଥିବା ଉଭୟ ଦୁର୍ଘଟଣା ଓ ସଂକ୍ରମଣ ଯୋଗୁଁ ବୁଦ୍ଧିଜୀବୀ ଚିନ୍ତା ପ୍ରକାଶ କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.