ETV Bharat / state

ମରଣଯନ୍ତା ପାଲଟିଛି ୫୭ ନମ୍ବର ଜାତୀୟ ରାଜପଥ, ସ୍ଥାୟୀ ସମାଧାନ ପାଇଁ ଦାବି

author img

By ETV Bharat Odisha Team

Published : Sep 25, 2023, 11:42 AM IST

Updated : Sep 25, 2023, 12:53 PM IST

୫୭ ନମ୍ବର ଜାତୀୟ ରାଜପଥରେ ପ୍ରତ୍ୟେକ ଦିନ ଘଟୁଛି ସଡ଼କ ଦୁର୍ଘଟଣା । ଏହାର ସ୍ଥାୟୀ ସମାଧାନ ପାଇଁ ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ । ଅଧିକ ପଢନ୍ତୁ

road accident in boudh
road accident in boudh
road accident in boudh

ବୌଦ୍ଧ: ଜିଲ୍ଲାରେ ଦିନକୁ ଦିନ ବଢ଼ିବାରେ ଲାଗିଛି ସଡ଼କ ଦୁର୍ଘଟଣା । ରାସ୍ତା ନିର୍ମାଣ ଅଧାପନ୍ତରିଆ ହୋଇ ପଡିରହି ଥିବାରୁ ଏଭଳି ଦୁର୍ଘଟଣା ଘଟୁଛି । ବୌଦ୍ଧ ଜିଲ୍ଲା ଦେଇ ଯାଇଥିବା ୫୭ ନମ୍ବର ଜାତୀୟ ରାଜପଥରେ ପ୍ରତ୍ୟେକ ଦିନ ଘଟୁଛି ସଡ଼କ ଦୁର୍ଘଟଣା । ଫଳରେ ଅନେକ ଧନଜୀବନ ନଷ୍ଟ ହେଉଛି । ଯାହାକୁ ନେଇ ସ୍ଥାନୀୟ ଗ୍ରାମବାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଗତକାଲି(ରବିବାର) ପୁଣିଥରେ ଦୁଇଟି ଗାଡ଼ି ଧକ୍କା ହୋଇଥିଲା । ଏହାପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇବା ସହିତ ଏହାର ସ୍ଥାୟୀ ସମାଧାନ ଦାବିରେ ସ୍ଥାନୀୟ ଅଧିବାସୀମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଜାତୀୟ ରାଜପଥ ଅବରୋଧ କରିଥିଲେ ।

ଏହା ମଧ୍ୟ ପଢନ୍ତୁ - ବାଇକକୁ ଧକ୍କା ଦେଲା କାର: ଜଣେ ମୃତ, 2 ଗରୁତର

ସୂଚନା ମୁତାବକ, ବୌଦ୍ଧ ଜିଲ୍ଲା ଦେଇ ଯାଇଥିବା ୫୭ ନମ୍ବର ଜାତୀୟ ରାଜପଥରେ ପ୍ରତ୍ୟେକ ଦିନ ଛୋଟ ବଡ଼ ଦୁର୍ଘଟଣାରେ ଧନଜୀବନ କ୍ଷୟକ୍ଷତି ଘଟୁଛି । ସହରର ମହାନଦୀ ସେତୁ ଛକଠାରୁ ରଇଠାଣୀ ପର୍ଯ୍ୟନ୍ତ ଯାଇଥିବା ଜାତୀୟ ରାଜପଥର ବାଇପାସ୍ ଉପରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ନଜୀର ରହିଛି । ସେହିପରି ଏଠାକାର ଟ୍ରାଫିକ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ଅଭିଯୋଗ ହେବା ସହିତ ଉକ୍ତ ଅଞ୍ଚଳରେ ସନ୍ଧ୍ୟା ହେଲେ ଅନ୍ଧକାର ରାଜୁତି କରୁଛି । ତେବେ ଗତକାଲି(ରବିବାର) ସନ୍ଧ୍ୟା ସମୟରେ ଜଗଦୀଶପୁର ଛକ ନିକଟରେ ଦୁଇଟି ଗାଡ଼ି ମଧ୍ୟରେ ଧକ୍କା ହେବାପରେ ଘଟଣା ସ୍ଥଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା ।

ଏହା ମଧ୍ୟ ପଢନ୍ତୁ - ୫୭ନଂ ଜାତୀୟ ରାଜପଥ ପାଲଟିଛି ମରଣଯନ୍ତା, ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି

ଜଗଦୀଶପୁର ସମେତ ଆଖପାଖ ଅଞ୍ଚଳର ଶତାଧିକ ଗ୍ରାମବାସୀ ଏକତ୍ରିତ ହୋଇ ଜାତୀୟ ରାଜପଥକୁ ଅବରୋଧ କରିଥିଲେ । ଫଳରେ ଶହଶହ ଗାଡ଼ିମୋଟର, ଟ୍ରକ, ବସ୍‌ ଅଟକି ରହିବା ସହିତ ବୌଦ୍ଧରୁ ବଲାଙ୍ଗୀର, ସମ୍ବଲପୁର, ବ୍ରହ୍ମପୁର, ଭୁବନେଶ୍ୱର ରାସ୍ତା ସହ ସଂଯୋଗ କରୁଥିବା ଗାଡ଼ିମୋଟର ଅଟକି ରହିଥିଲା । ଏନେଇ ଖବର ପାଇ ବୌଦ୍ଧ ଆଦର୍ଶ ଥାନାର ପୋଲିସ କର୍ମଚାରୀ ଓ ବୌଦ୍ଧର ଅତିରିକ୍ତ ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ । ରାତି ୧୧ଟା ପର୍ଯ୍ୟନ୍ତ ଏଭଳି ଅବରୋଧ ଜାରି ରହିଥିବା ବେଳେ ପୋଲିସର ହସ୍ତକ୍ଷେପ ପରେ ରାସ୍ତା ଅବରୋଧ ହଟିବା ସହ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଥିଲା ।

ଇଟିଭି ଭାରତ, ବୌଦ୍ଧ

Last Updated : Sep 25, 2023, 12:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.