ETV Bharat / state

ଭିଜିଲାନ୍ସ ଜାଲରେ ରାଜସ୍ୱ ମଣ୍ଡଳର RI - ବୌଦ୍ଧ ତହସିଲ

ବୌଦ୍ଧ ତହସିଲ ଅନ୍ତର୍ଗତ ଦହ୍ୟା ଆରଆଇ, ଜଣେ ହିତାଧିକାରୀଙ୍କଠାରୁ ଜମି ମାପ ପାଇଁ ପନ୍ଦର ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଉକ୍ତ ଲାଞ୍ଚୁଆ ସରକାରୀ ବାବୁଙ୍କୁ ରେଡ ହ୍ୟାଣ୍ଡ ଧରିଥିଲା । ପ୍ରକାଶ ଥାଉକି ଉକ୍ତ ଲାଞ୍ଚୁଆ RI ଗତ 2017 ମସିହାରେ ବଘିଆପଡାଠାରେ ଆରଆଇ ଥିବାବେଳେ ଏଭଳି ଏକ ଭିଜିଲାନ୍ସ କେଶରେ ଛନ୍ଦି ହୋଇଥିଲେ । ଅଧିକ ପଢନ୍ତୁ...

ଭିଜିଲାନ୍ସ ଜାଲରେ ରାଜସ୍ୱ ମଣ୍ଡଳର ସରକାରୀ ବାବୁ

author img

By

Published : Jul 17, 2021, 10:07 AM IST

ବୌଦ୍ଧ: ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ସରକାରୀ ବାବୁ । ଦୁଇ ଦୁଇ ଥର ଭିଜିଲାନ୍ସ କେଶ ସତ୍ତ୍ୱେ ସୁଧୁରୁ ନାହାନ୍ତି ସରକାରୀ ବାବୁ । ତେବେ ବୌଦ୍ଧ ଜିଲ୍ଲାର ତିନୋଟି ତହସିଲ ଅଧିନରେ ଥିବା ରାଜସ୍ୱ ମଣ୍ଡଳଗୁଡିକ ମଧ୍ୟରୁ କେତେକ ଆରଆଇ ସର୍କଲରେ ବ୍ୟାପକ ଦୁର୍ନୀତି ହେଉଥିବା ନେଇ ବାରମ୍ବାର ଅଭିଯୋଗ ହୋଇଆସୁଥିଲା । ଗୁରୁବାର ବୌଦ୍ଧ ଭୈରବୀ ମନ୍ଦିର ପରିସରରେ ଶହ ଶହ ଟ୍ରିପ ବାଲିକୁ ବୌଦ୍ଧ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଜବତ କରାଯିବା ସହ ୬ ଲକ୍ଷ ଟଙ୍କା ଜୋରିନାମା ଲଗାଯାଇଛି ।

ଭିଜିଲାନ୍ସ ଜାଲରେ ରାଜସ୍ୱ ମଣ୍ଡଳର ସରକାରୀ ବାବୁ

ସେପଟେ ଗତକାଲି(ଶୁକ୍ରବାର) ବୌଦ୍ଧ ତହସିଲ ଅନ୍ତର୍ଗତ ଦହ୍ୟା ଆରଆଇ, ଜଣେ ହିତାଧିକାରୀଙ୍କଠାରୁ ଜମି ମାପ ପାଇଁ ପନ୍ଦର ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଉକ୍ତ ଲାଞ୍ଚୁଆ ସରକାରୀ ବାବୁଙ୍କୁ ରେଡ ହ୍ୟାଣ୍ଡ ଧରିଥିଲା । ଏଠାରେ ପ୍ରକାଶ ଥାଉକି ଉକ୍ତ ଲାଞ୍ଚୁଆ ଆରଆଇ ଗତ 2017 ମସିହାରେ ବଘିଆପଡାଠାରେ ଆରଆଇ ଥିବାବେଳେ ଏଭଳି ଏକ ଭିଜିଲାନ୍ସ କେଶରେ ଛନ୍ଦି ହୋଇଥିଲେ ।

ଏପଟେ ବାରମ୍ବାର ଏହି ସରକାରୀ ବାବୁ ଖୁଲମଖୁଲା ଲାଞ୍ଚ ନେଉଥିବାରୁ ତୁରନ୍ତ ସରକାର ଏହି ଆରଆଇଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ବିଭିନ୍ନ ମହଲରେ ଦାବି ହେଉଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.