ବୌଦ୍ଧ: ଜିଲ୍ଲାରେ ଚାଲିଛି ଏବେ ଅସାମାଜିକ ବ୍ୟକ୍ତି ମାନଙ୍କ ଆତଙ୍କରାଜ । ଆଡ୍ଡା ସ୍ଥଳୀ ପାଲଟିଛି କଣ୍ଟାମାଳ ବ୍ଲକ କାର୍ଯ୍ୟାଳୟ ଆଗରେ ଥିବା ଯାତ୍ରୀ ବିଶ୍ରାମାଗାର । ଏ ସମ୍ପର୍କରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ତହସିଲ, ଜଙ୍ଗଲ, ଆଇସିଡିଏସ ଭଳି ଅନେକ ବିଭାଗରେ କାର୍ଯ୍ୟ ନିମନ୍ତେ ପ୍ରତ୍ୟେକ ଦିନ ଶହ ଶହ ଲୋକ ଏହି ଛକ ଉପରେ ନିର୍ଭରଶୀଳ ।
କିନ୍ତୁ ଏହି ସ୍ଥାନ ଏବେ ପାଲିଟିଛି ମଦ୍ୟପମାନଙ୍କର ଖୋଲା ବାର । ଏ ସମ୍ପର୍କରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ପ୍ରଶାସନର ନଜର ପଡୁନାହିଁ । ଫଳରେ ଯାତ୍ରୀ ମାନେ ବିଶେଷକରି ମହିଳା ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ଏ ଦିଗରେ ପ୍ରଶାସନ ଯଥା ସମ୍ଭବ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।
ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ