ETV Bharat / state

ହୃଦଘାତରେ ପ୍ରାଣ ହରାଇଛି ମହାନଦୀରୁ ମିଳିଥିବା ମୃତ କୁମ୍ଭୀର, ବ୍ଲାଷ୍ଟିଂ ଆଶଙ୍କା

author img

By

Published : Mar 10, 2022, 10:18 AM IST

ବୌଦ୍ଧ ଜିଲ୍ଲା ଜଗନ୍ନାଥପୁର ନିକଟ ମହାନଦୀରୁ ଏକ ମୃତ କୁମ୍ଭୀର ଉଦ୍ଧାର ହୋଇଛି। ପ୍ରାଥମିକ ରିପୋର୍ଟ ଅନୁଯାୟୀ କୁମ୍ଭୀରର ମୃତ୍ୟୁ ହୃଦଘାତ ଯୋଗୁଁ ହୋଇଥିବା ବନଖଣ୍ଡ ଅଧିକାରୀ ସୂଚନା ଦେଇଥିବା ବେଳେ ମାଛମରା ପାଇଁ ହେଉଥିବା ବେଆଇନ ବ୍ଲାଷ୍ଟିଂ କାରଣରୁ ଏଭଳି ହୋଇଥିବା ଆଶଙ୍କା କରାଯାଇଛି । ଅଧିକ ପଢନ୍ତୁ

ମହାନଦୀରୁ ମୃତ କୁମ୍ଭୀର ଉଦ୍ଧାର:  ବ୍ଲାଷ୍ଟିଂ ଆଶଙ୍କା

ବୌଦ୍ଧ: ବିପଦରେ ଜଳଚର ଜୀବ କୁମ୍ଭୀର । ମହାନଦୀରେ ବେଆଇନ ବ୍ଲାଷ୍ଟିଂ ଦ୍ଵାରା ମାଛମରା ବର୍ତ୍ତମାନ କୁମ୍ଭୀରଙ୍କ ପାଇଁ ବିପଦ ହୋଇଛି । ଗତ ପାଞ୍ଚ ଦିନ ତଳେ ବୌଦ୍ଧ ଜିଲ୍ଲାର ଜଗନ୍ନାଥପୁର ନିକଟରେ ମହାନଦୀ ଗର୍ଭରୁ ଏକ ସାଢେ଼ ସାତ ଫୁଟ ଲମ୍ବର ଏକ ଘଡିଆଳ କୁମ୍ଭୀରର ମୃତ ଦେହକୁ ବନ ବିଭାଗ ଉଦ୍ଧାର କରି ନନ୍ଦନକାନନ ପ୍ରାଣୀ ବିଶେଷଜ୍ଞଙ୍କ ଉପସ୍ଥିତିରେ ବ୍ୟବଚ୍ଛେଦ କରାଯାଇଥିଲା।

ତେବେ ପ୍ରାଥମିକ ରିପୋର୍ଟ ଅନୁଯାୟୀ କୁମ୍ଭୀରର ମୃତ୍ୟୁ ହୃଦଘାତ ଯୋଗୁଁ ହୋଇଥିବା ବନଖଣ୍ଡ ଅଧିକାରୀ ସୂଚନା ଦେଇଥିବା ବେଳେ ବେଆଇନ ମାଛମରା ପାଇଁ ହେଉଥିବା ବେଆଇନ ବ୍ଲାଷ୍ଟିଂ କାରଣରୁ ଏଭଳି ହୋଇଥିବା ଆଶଙ୍କା କରାଯାଇଛି ।

ସୂଚନାଅନୁସାରେ, ବୌଦ୍ଧ ଜିଲ୍ଲା ଦେଇ ପ୍ରବାହିତ ମହାନଦୀରେ ଛ ଗୋଟି ବଡ କୁମ୍ଭୀର ଓ ସେମାନଙ୍କ ପ୍ରଜଜନରୁ ବାଇଶ ଗୋଟି ଛୋଟ କୁମ୍ଭୀର ରହିଥିବା ବେଳେ ଏନେଇ ବନ ବିଭାଗ, ବନ୍ୟପ୍ରାଣୀ ବିଭାଗ ଅନେକ ଯୋଜନା କରୁଥିଲେ ମଧ୍ୟ ଜନ ସଚେତନତା ଅଭାବରୁ ବର୍ତ୍ତମାନ ବିପଦରେ କୁମ୍ଭୀର ବଂଶ ।

ଏହା ମଧ୍ୟ ପଢନ୍ତୁ: ମହାନଦୀରୁ ମାଈ ଘଡିଆଳର ମୃତଦେହ ଉଦ୍ଧାର, ଲାଞ୍ଜରେ ଥିଲା ଟ୍ୟାଗ

ତେଣୁ ବନ ବିଭାଗ ପକ୍ଷରୁ ମହାନଦୀ କୂଳିଆ ମତ୍ସ୍ୟଜୀବୀ ଓ ଗ୍ରାମବାସୀଙ୍କୁ ସଚେତନ କରିବା,ବ୍ଲାଷ୍ଟିଂ ନକରିବା, ମାଛଜାଲରେ କୁମ୍ଭୀର ପଡିଲେ ବନ ବିଭାଗ କର୍ମଚାରୀଙ୍କୁ ଖବର ଦେବା ଭଳି ପଦକ୍ଷେପ ଆରମ୍ଭ ହୋଇଛି । କିନ୍ତୁ ବର୍ତ୍ତମାନ ମାଛ ମାରିବା ନାଁରେ ଏକ ମାଇ ଘଡ଼ିଆଳ କୁମ୍ଭୀରର ମୃତ୍ୟୁ ଘଟଣା ସମସ୍ତଙ୍କୁ ଚିନ୍ତିତ କରିଛି । ଏଥିସହ ଏହାର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.