ETV Bharat / state

କୋରୋନା ଭୟ; ବିନା ଶ୍ରଦ୍ଧାଳୁରେ ଶ୍ରୀକ୍ଷେତ୍ର ଅଭିମୁଖେ ଗଲା ରଥକାଠ

ଚଳିତ ବର୍ଷ କୋରୋନା ପାଇଁ ନିରାଡମ୍ବର ଭାବରେ ବିନା ଭକ୍ତରେ ବୌଦ୍ଧରୁ ରଥକାଠ ଶ୍ରୀକ୍ଷେତ୍ର ଯାଇଛି । ଫଳରେ ଭକ୍ତମାନେ ଦୁଃଖ ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ...

ିୁ
ରଥକାଠ
author img

By

Published : May 14, 2021, 7:28 AM IST

ବୌଦ୍ଧ: ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ବୌଦ୍ଧ ଜିଲ୍ଲାରୁ ବାହାରିଛି ରଥକାଠ । ପ୍ରୟ ତିନି ବର୍ଷ ହେବ ବୌଦ୍ଧ ଜିଲ୍ଲାରୁ ରଥଯାତ୍ରା ପାଇଁ ରଥକାଠ ଯାଉଛି । ଦୁଃଖର ବିଷୟ ଏହା କି ପ୍ରତିବର୍ଷ ବାଜା, ଘଣ୍ଟରେ ଧୁମଧାମରେ ଜିଲ୍ଲାରୁ ରଥକାଠ ପୁରୀ ଯାଏ । ଚଳିତ ବର୍ଷ କୋରୋନା ପାଇଁ ନିରାଡମ୍ବର ଭାବରେ ବିନା ଭକ୍ତରେ ରଥକାଠ ଶ୍ରୀକ୍ଷେତ୍ର ଯାଇଛି । ଫଳରେ ଭକ୍ତମାନେ ଦୁଃଖ ପ୍ରକାଶ କରିଛନ୍ତି ।

ବିନା ଶ୍ରଦ୍ଧାଳୁଙ୍କ ଦର୍ଶନରେ ଶ୍ରୀକ୍ଷେତ୍ର ଅଭିମୁଖେ ଗଲା ରଥକାଠ

ଅକ୍ଷୟ ତୃତୀୟା ପୂର୍ବରୁ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଶ୍ରୀମନ୍ଦିରରୁ ରଥକାଠ ପଠାଯାଏ । ଗୁରୁବାର ଜିଲ୍ଲାର ବନମୁଣ୍ଡା ବନାଞ୍ଚଳର ଗୁନ୍ଦୁଳିଆ ସେକ୍ସନରୁ 54ଖଣ୍ଡ ରଥକାଠ ଦୁଇଟି ଟ୍ରକରେ ଭର୍ତ୍ତି ହୋଇ ପୁରୀକୁ ପଠାଯାଇଛି । ସେଥିରୁ ଗୋଟିଏ ଟ୍ରକର 33 ଗୋଟି ଅସନ କାଠ କଟକ ଖପୁରିଆ କାଠ ମିଲକୁ ଯିବ । ଅନ୍ୟ ଟ୍ରକରେ ଥିବା 33ଗୋଟି ଅସନ କାଠ ଶ୍ରୀକ୍ଷେତ୍ର ଅଭିମୁଖେ ଯିବ ।

ତେବେ କୋରୋନା ଭୟବହତା ପାଇଁ ପବିତ୍ର ରଥକାଠ ଭକ୍ତଙ୍କ ବିନା ଦର୍ଶନରେ ପୁରୀକୁ ପଠାଯାଇଛି । ଭକ୍ତମାନେ ଦର୍ଶନକୁ ବଞ୍ଚିତ ହୋଇଥିବାରୁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.