ETV Bharat / state

ଅସ୍ଥାୟୀ ବଜାରରେ ପଶିଲା ବର୍ଷା ପାଣି, ମାଗଣାରେ ପରିବା ବାଣ୍ଟିଲେ ଚାଷୀ - ମାଗଣାରେ ପରିବା ବାଣ୍ଟିଲେ ଚାଷୀ

5 ଟଙ୍କାରେ ବି ବିକ୍ରି ହେଲାନି ପରିବା । ଶେଷରେ ମାଗଣାରେ ପରିବା ବିକି ଘରକୁ ଫେରିଲେ ଚାଷୀ । କାରଣ ପ୍ରବଳ ବର୍ଷା ଯୋଗୁଁ ଅସ୍ଥାୟୀ ପରିବା ବଜାରରେ ପାଣି ପସି ଯାଇଥିଲା । ଆଉ ସେଠାରେ ପରିବା ଧରି ବସିଥିବା ଚାଷୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଶେଷରେ ଅଭାବୀ ବିକ୍ରିରେ ଅତିଷ୍ଠ ହୋଇ ମାଗଣାରେ ପରିବା ବାଣ୍ଟି ଫେରିଲେ ଚାଷୀ । ଏହି ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ପୌରାଞ୍ଚଳରେ ।

ଅସ୍ଥାୟୀ ବଜାରରେ ପସିଲା ବର୍ଷା ପାଣି,  ମାଗଣାରେ ପରିବା ବାଣ୍ଟିଲେ ଚାଷୀ

author img

By

Published : Jul 23, 2020, 6:40 PM IST

ବୌଦ୍ଧ: ଗୋଟେ ପଟେ କୋରୋନା ଦୁଃଖ, ଅନ୍ୟପଟେ ଦାଉ ସାଧୁଛି ପ୍ରକୃତି । ମହାମାରୀରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେଉଥିବା ଚାଷିକୂଳ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ ଏବେ ବୌଦ୍ଧରେ ଏକ ଚିତ୍ର ସାମନାକୁ ଆସିଛି । ଯେଉଁଠି ପ୍ରବଳ ବର୍ଷା ଯୋଗୁଁ ପରିବା ବଜାରରେ ପାଣି ପସି ଯିବାରୁ ମାଗଣାରେ ପରିବା ବିକ୍ରି କରି ଘରକୁ ଫେରିଛନ୍ତି ଚାଷୀ ।

ଅସ୍ଥାୟୀ ବଜାରରେ ପସିଲା ବର୍ଷା ପାଣି, ମାଗଣାରେ ପରିବା ବାଣ୍ଟିଲେ ଚାଷୀ

ସୂଚନା ମୁତାବକ , ବୌଦ୍ଧ ପୌରାଞ୍ଚଳର ପରିବା ବଜାରରେ ଭିଡ କମାଇବାକୁ ପୌର ପ୍ରଶାସନ ତିନୋଟି ସ୍ଥାନରେ ପରିବା ବଜାର ଆଜିଠାରୁ ଆରମ୍ଭ କରିଥିଲା । କିନ୍ତୁ ଆଜି ପ୍ରବଳ ବର୍ଷା ହେବାରୁ ବଜାର ଭିତରେ ପାଣି ପସିଯାଇ ବଜାରର ଅବସ୍ଥା ବେହାଲ କରିଦେଲା ।

ସେପଟେ ଏହି କିଛିଦିନ ଧରି ପରିବା ଦର ଆକାଶ ଛୁଆଁ ହୋଇଥିବା ବେଳେ ଆଜି 5 ଟଙ୍କାରେ ମଧ୍ୟ ବିକ୍ରି ହେଲା ନାହିଁ । ଶେଷରେ ପରିସ୍ଥିତି ଏପରି ହେଲା ଯେ ଚାଷୀ ପରିବା ଗୁଡିକୁ ଘରକୁ ଫେରାଇ ନନେଇ ବଜାରରେ ଉପସ୍ଥିତ ଲୋକଙ୍କୁ ମାଗଣାରେ ବାଣ୍ଟି ଦେଲେ । ତେବେ ବଜାରର ଅବସ୍ଥା ଉପରେ ଦୃଷ୍ଟି ଦେବାକୁ ଚାଷୀ ମାନେ ଦାବୀ କରିଛନ୍ତି ।

ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.