ETV Bharat / state

ବେଆଇନ ଗୃହନିର୍ମାଣ ସାମଗ୍ରୀ ଉଠାଇବା ନେଇ ପୌରପରିଷଦର ଚଢାଉ

ବୌଦ୍ଧର ପନ୍ଦରଟି ଓ୍ବାର୍ଡର ରାସ୍ତା ଉପରେ ବେଆଇନ ଭାବେ ବାଲି, ଗୋଡି, ଇଟା ଆଦି ସାମଗ୍ରୀ ରଖାଯାଇ ରାସ୍ତା ଅବରୋଧ ହେଉଥିବା ଅଭିଯୋଗ ହୋଇଥିଲା। ଏହାକୁ ଗମ୍ଭୀରତା ସହ ନେଇ ପୌରପରିଷଦ ପକ୍ଷରୁ ବିଭିନ୍ନ ସ୍ଥାନରେ ବ୍ୟାପକ ଚଢ଼ାଉ କରାଯାଇଛି ।

author img

By

Published : May 19, 2019, 12:42 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ବୌଦ୍ଧ: ଜିଲ୍ଲାର ଏକ ମାତ୍ର ପୌରପରିଷଦ ସତର ଗୋଟି ଓ୍ବାର୍ଡକୁ ନେଇ ଗଠିତ । ତନ୍ମଧ୍ୟରୁ ଦୁଇଟି ଓ୍ବାର୍ଡ ମହାନଦୀର ଦ୍ବୀପଗ୍ରାମ ମର୍ଜାକୁଦ ହୋଇଥିବା ବେଳେ ଅନ୍ୟ ପନ୍ଦରଟି ଓ୍ବାର୍ଡର ରାସ୍ତା ଉପରେ ବେଆଇନ ଭାବେ ବାଲି, ଗୋଡି, ଇଟା ଆଦି ସାମଗ୍ରୀ ରଖାଯାଇ ରାସ୍ତା ଅବରୋଧ ହେଉଥିବା ଅଭିଯୋଗ ହୋଇଥିଲା। ଏହାକୁ ଗମ୍ଭୀରତା ସହ ନେଇ ପୌରପରିଷଦ ପକ୍ଷରୁ ବିଭିନ୍ନ ସ୍ଥାନରେ ବ୍ୟାପକ ଚଢ଼ାଉ କରାଯାଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ସୂଚନା ମୁତାବକ, ବୌଦ୍ଧ ପୌରପରିଷଦର ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ବେଆଇନ ଭାବେ ଗୃହନିର୍ମାଣ ସାମଗ୍ରୀ ଦୀର୍ଘ ଦିନ ଧରି ପଡୁରହୁଛି । ଯାହାଫଳରେ ଲୋକଙ୍କ ଯାତାୟାତରେ ବହୁ ଅସୁବିଧା ଉପୁଜୁଥିବା ନେଇ ଅଭିଯୋଗ ହୋଇଥିଲା । ଏଣୁ ଏନେଇ ପୌର ପ୍ରଶାସନ ପକ୍ଷରୁ ବୌଦ୍ଧ ସହରର ପ୍ରଚାର କରାଯାଇ ରାସ୍ତା ଉପରେ ବେଆଇନ ଭାବେ ଗୃହନିର୍ମାଣ ସାମଗ୍ରୀକୁ ଉଠାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।

କିନ୍ତୁ ଏହାପରେ ମଧ୍ୟ ଲୋକମାନେ ରାସ୍ତା କଡରେ ଗୃହନିର୍ମାଣ ସାମଗ୍ରୀ ରଖୁଥିଲେ । ତେଣୁ ରବିବାର ପୌରପରିଷଦ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ଫାଇନ ଆଦାୟ କରାଯିବା ସହ ସ୍ଥଳ ବିଶେଷରେ ନିର୍ମାଣ ସାମଗ୍ରୀ ଉଠାଯିବା ବ୍ୟବସ୍ଥା କରାଯାଇଛି । ତେବେ ଗତ ଶୁକ୍ରବାର ଠାରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିଲାବେଳେ ସହରର ସ୍ବଚ୍ଛତା ଦୃଷ୍ଟିରୁ ଆଗାମୀ ଦିନରେ ଏହି ଅଭିଯାନକୁ ଆହୁରି ଜୋରଦାର କରାଯିବ ବୋଲି ସୂଚନା ମିଳିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:Body:

sdgs

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.