ବୌଦ୍ଧ: ଜିଲ୍ଲାର ଶ୍ରୀ ଜଗନ୍ନାଥ ପ୍ରେମୀ ଓ ଭକ୍ତଙ୍କ ପାଇଁ ଜିଲ୍ଲା ପ୍ରଶାସନ ଆଣିଲା ଖୁସି ଖବର । ଆସନ୍ତା 5 ତାରିଖରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଶ୍ରୀ ଜଗନ୍ନାଥଙ୍କ ସ୍ନାନ ଉତ୍ସବ କଟକଣା ମଧ୍ୟରେ ଅନୁଷ୍ଠିତ ହେବ ।
ସେପଟେ କିନ୍ତୁ ଅଦିନିଆ ଝଡବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗି ବିଦ୍ୟୁତ ସରବରାହ ବନ୍ଦ ରହିଥିବା ବେଳେ ବିଦ୍ୟୁତ କେବୁଲ ଟଣା ସମୟରେ ସ୍ଥାନୀୟ କେବୁଲ ଅପରେଟରଙ୍କ ଡିଜିରୁ କରେଣ୍ଟ ଲାଗି ଜଣେ ଶ୍ରମିକ ଆହତ ହୋଇଥିବା ଜଣାପଡିଛି ।
ସେହିପରି ମଙ୍ଗଳବାର ହରଭଙ୍ଗା ବ୍ଲକରେ କାର୍ଯ୍ୟ ରତ ସାମ୍ବାଦିକଙ୍କୁ ବ୍ଲକ ଅଧ୍ୟକ୍ଷ କୋରୋନା ଯୋଦ୍ଧା ଭାବରେ ସମ୍ମାନିତ କରିଥିବା ବେଳେ ଭାରତ ସ୍ବାଭିମାନ ତରଫରୁ ବୌଦ୍ଧ ପୌର କର୍ମଚାରୀଙ୍କୁ ସମ୍ମାନିତ କରାଯାଇଥିଲା ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ