ETV Bharat / state

ଲୋକଙ୍କ ସମସ୍ୟା ପଚାରି ବୁଝିଲେ ବୌଦ୍ଧ ଜିଲ୍ଲାପାଳ, ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଲା ଜନଶୁଣାଣୀ

author img

By

Published : Apr 25, 2023, 1:07 PM IST

ବୌଦ୍ଧ ପୌରାଞ୍ଚଳରେ ପ୍ରଥମଥର ପାଇଁ ରାତି ପର୍ଯ୍ୟନ୍ତ ହୋଇଥିଲା ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ। ଅଧିକ ପଢନ୍ତୁ

public hearing program held in boudh
public hearing program held in boudh
ଲୋକଙ୍କ ସମସ୍ୟା ପଚାରି ବୁଝିଲେ ବୌଦ୍ଧ ଜିଲ୍ଲାପାଳ

ବୌଦ୍ଧ: ଜିଲ୍ଲାର ଏକମାତ୍ର ପୌରାଞ୍ଚଳ ବୌଦ୍ଧ ଗଡ ଏନଏସିରେ ପ୍ରଥମଥର ପାଇଁ ଜିଲ୍ଲାପାଳଙ୍କ ଯୁଗ୍ମ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ବିଭିନ୍ନ ଅଭିଯୋଗର ଶୁଣାଣୀ କରିବା ସହିତ ହିତାଧିକାରୀଙ୍କୁ ସରକାରୀ ସହାୟତା ଯୋଗାଇ ଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ନଗରପାଳ, ତହସିଲଦାରଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ଜନଶୁଣାଣୀରେ ସାମିଲ ହୋଇଥିଲେ । ପୌରାଞ୍ଚଳ ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରୁ ବହୁ ହିତାଧିକାରୀ ଜିଲ୍ଲାପାଳଙ୍କ ନିକଟରେ ନିଜ ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ । ବୌଦ୍ଧ ପୌରାଞ୍ଚଳରେ ପ୍ରଥମଥର ପାଇଁ ରାତି ପର୍ଯ୍ୟନ୍ତ ହୋଇଥିଲା ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ ।

ଏହା ମଧ୍ୟ ପଢନ୍ତୁ-୨୦୨୪ ପାଇଁ ସରଗରମ ରାଜନୀତି; ନିର୍ବାଚନ ଲଢିପାରନ୍ତି ପୂର୍ବତନ ବିଧାୟକ ଉମେଶ ସ୍ବାଇଁଙ୍କ ବୋହୂ

ପ୍ରଥମଥର ପାଇଁ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀରେ ସମସ୍ତ ବ୍ୟାଙ୍କର ଅଧିକାରୀମାନେ ଯୋଗ ଦେଇଥିଲେ । ବୌଦ୍ଧ ସହରାଞ୍ଚଳର ବିଭିନ୍ନ ବସ୍ତିରେ ଆବାସ, ଜାଗା ମିଶନ, ରାସନ, ଚିକିତ୍ସା, ସାମାଜିକ ସୁରକ୍ଷା ଭଳି ସମସ୍ୟା ରହିଥିବା ବେଳେ 170 ଜଣ ହିତାଧିକାରୀ ଅଭିଯୋଗ ଶୁଣାଣୀ ପାଇଁ ପହଞ୍ଚି ଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ରେଡକ୍ରସ ପାଣ୍ଠିରୁ ବାର ଜଣ ହିତାଧିକାରୀଙ୍କୁ 71 ହଜାର ଟଙ୍କା ଓ ଆଉ ବାର ଜଣ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିରୁ ଏକ ଲକ୍ଷ ପନ୍ଦର ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ-ଲିଙ୍କ ରୋଡ଼ ସମ୍ପ୍ରସାରଣ ପାଇଁ ୧୨୨ କୋଟି, ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ମନ୍ତ୍ରୀ ଓ ବିଧାୟକ

ଜିଲ୍ଲା ପ୍ରଶାସନ ପକ୍ଷରୁ ସଧ୍ୟା ସମୟ ଜନଶୁଣାଣୀ କାର୍ଯ୍ୟକ୍ରମ ପ୍ରଥମଥର ପାଇଁ ଅନୁଷ୍ଠିତ ହୋଇଥିବା ବେଳେ ହିତାଧିକାରୀ ମାନେ ଉତ୍ସାହର ସହିତ ପୌର କାର୍ଯ୍ୟାଳୟରେ ପହଞ୍ଚି ଥିଲେ । ତେବେ ଅଭିଯୋଗ ଶୁଣାଣୀ ପୌର ଅଫିସର ଉପର ମହଲାରେ ଅନୁଷ୍ଠିତ ହୋଇଥିବାରୁ ଅନେକ ଦିବ୍ୟାଙ୍ଗ, ବୃକ୍ଷ ବୃଦ୍ଧା ମାନେ ପାହାଚ ଚଢି ଉପରକୁ ପହଞ୍ଚିବାରେ କଷ୍ଟକର ହୋଇଥିଲା । ନିଜ ଭତ୍ତା ଟଙ୍କା ସମସ୍ୟା ସମ୍ପର୍କରେ ଜିଲ୍ଲାପାଳଙ୍କୁ ଗୁହାରୀ ଜଣାଇବାକୁ ଜଣେ 85 ବର୍ଷ ବୟସ୍କା ବୃଦ୍ଧା ଖାଲି ପାଦରେ ଚାଲି ଚାଲି ପାହାଚ ଚଢି ଗୁହାରୀ ଜଣାଇଥିଲେ । ତେବେ ଅନେକ ଗରିବ, ଅସହାୟଙ୍କୁ ଜିଲ୍ଲାପାଳ ସରକାରୀ ସହାୟତା ଯୋଗାଇ ଦେଇଥିବାରୁ ହିତାଧିକାରୀମାନେ ଖୁସି ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ସହ ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ନଗରପାଳ, ତହସିଲଦାରଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ସାମିଲ ହୋଇଥିଲେ ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.