ETV Bharat / state

ଦୁର୍ଗମ ଅଞ୍ଚଳବାସୀଙ୍କ ଦୁଃଖ ଶୁଣିଲା ବୌଦ୍ଧ ଜିଲ୍ଲା ପ୍ରଶାସନ - ବୌଦ୍ଧରେ ଜିଲ୍ଲା ପ୍ରଶାସନର ଜନଶୁଣାଣୀ

ବୌଦ୍ଧ ଜିଲ୍ଲାର ଉପାନ୍ତ ଅଞ୍ଚଳ ଶଗଡା ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜନଶୁଣାଣି ହୋଇଛି । ଏଥିରେ ଉପସ୍ଥିତ ରହି ସ୍ଥାନୀୟ ବାସିନ୍ଦାଙ୍କ ଦୁଃଖ ଶୁଣିଛନ୍ତି ଜିଲ୍ଲାପାଳ ଓ ଏସପି । ଅଧିକ ପଢନ୍ତୁ

ଦୁର୍ଗମ ଅଞ୍ଚଳବାସୀଙ୍କ ଦୁଃଖ ଶୁଣିଲା ପ୍ରଶାସନ
ଦୁର୍ଗମ ଅଞ୍ଚଳବାସୀଙ୍କ ଦୁଃଖ ଶୁଣିଲା ପ୍ରଶାସନ
author img

By

Published : Aug 30, 2022, 10:42 AM IST

Updated : Aug 30, 2022, 11:09 AM IST

ବୌଦ୍ଧ: ଜନସାଧରଣଙ୍କୁ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦେବାକୁ ରାଜ୍ୟରେ ଅନେକ ଯୋଜନା କାର୍ଯ୍ୟ କରୁଛି । ହେଲେ ବିଡମ୍ବନାର ବିଷୟ, ଆଜି ବି ଦୁର୍ଗମ ଅଞ୍ଚଳରେ ଅପହଞ୍ଚ ରହିଛି ଏହିସବୁ କଲ୍ୟାଣକାରୀ ଯୋଜନା । ସେଭଳି ଏକ ଉପାନ୍ତ ଅଞ୍ଚଳ ହେଉଛି ବୌଦ୍ଧ ଜିଲ୍ଲାର ସୀମାନ୍ତ ତଥା ଉପାନ୍ତ ଶଗଡା ପଞ୍ଚାୟତ । ସମୁଦାୟ 43 ଗୋଟି ଗ୍ରାମକୁ ନେଇ ଗଠିତ ଏହି ସୀମାନ୍ତ ପଞ୍ଚାୟତର ଅନେକ ଗାଁକୁ ବାଘ ନଦୀ ଓ ଅନ୍ୟ ପାହାଡି ଝରଣା ବିଛିନ୍ନ କରି ରଖିଥାଏ ।

ଗମନାଗମନର ଅବ୍ୟବସ୍ଥା ହେତୁ ଶଗଡା ପଞ୍ଚାୟତ ଅଧିକାଂଶ ଅଞ୍ଚଳରେ ସରକାରଙ୍କ କଲ୍ୟାଣକାରୀ ଯୋଜନା ଠିକ୍ ଭାବେ ପହଞ୍ଚି ପାରିନାହିଁ । ତେବେ ରାଜ୍ୟ ସରକାରଙ୍କ ଉଦ୍ୟମରେ କନପା ଠାରେ କେରାଣ୍ଡି ନାଳ ଉପରେ ଏକ ସେତୁ ନିର୍ମାଣ ହୋଇଥିବା ବେଳେ ଆହୁରି ଅନେକ ଅଞ୍ଚଳରେ ରାସ୍ତା ନଥିବା ଯୋଗୁଁ ଆମ୍ବୁଲାନ୍ସ ସେବା ଅପହଞ୍ଚ ରହିଛି । ଏହି ପରିପ୍ରେକ୍ଷୀରେ ସୋମବାର ବୌଦ୍ଧର ନୂତନ ଜିଲ୍ଲାପାଳ ଓ ଏସପିଙ୍କ ସମେତ ସମସ୍ତ ପ୍ରଶାସନିକ ଅଧିକାରୀ ଶଗଡା ଠାରେ ପହଞ୍ଚି ଜନଶୁଣାଣୀ(Public Hearing in Sagada) କରିଥିଲେ ।

ଦୁର୍ଗମ ଅଞ୍ଚଳବାସୀଙ୍କ ଦୁଃଖ ଶୁଣିଲା ପ୍ରଶାସନ

ଏହାମଧ୍ୟ ପଢନ୍ତୁ: ଅଭାବୀ ସାର ବିକ୍ରି ସମସ୍ୟା ନେଇ ଜିଲ୍ଲା କୃଷି ଅଧିକାରୀଙ୍କୁ ଘେରିଲେ ଚାଷୀ

ଅଞ୍ଚଳରେ ଗମନାଗମନ ଅବ୍ୟବସ୍ଥା ଯୋଗୁଁ ସୃଷ୍ଟି ହେଉଥିବା ସମସ୍ୟା ନେଇ ପ୍ରଶାସନିକ ଅଧିକାରୀ ଗଭୀର ଉଦବେଗ ପ୍ରକାଶ କରିଥିଲେ । ଏହି ଶୁଣାଣି ଚାଲିଥିବା ସମୟରେ ବାହାରେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଦୁଇ ଜଣ ରୋଗୀ ଏକ ଅଟୋ ଭିତରେ ପଡି ରହି ଗୁହାରି କରିଥିଲେ । ଏନେଇ ଖବର ପାଇବା ମାତ୍ରେ ବୌଦ୍ଧ ଜିଲ୍ଲାପାଳ (Collector) ତୁରନ୍ତ ଚାଲି ଚାଲି ଯାଇ ଅଟୋ ନିକଟରେ ପହଞ୍ଚିଥିଲେ । ସେଠାରେ ସେ ଗୁରୁତର ଦୁଇ ରୋଗୀଙ୍କ ସହିତ ଆଲୋଚନା କରିବା ସହିତ ତୁରନ୍ତ ସେମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।

ଇଟିଭି ଭାରତ, ବୌଦ୍ଧ

Last Updated : Aug 30, 2022, 11:09 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.