ETV Bharat / state

ଶିକ୍ଷକ ନିଯୁକ୍ତି ଦାବିରେ କିଆକଟା ବିଦ୍ୟାଳୟରେ ତାଲା ପକାଇଲେ ଅଭିଭାବକ

author img

By

Published : Sep 26, 2022, 5:35 PM IST

ବୌଦ୍ଧ ଜିଲ୍ଲାର କିଆକଟା ବିଦ୍ୟାଳୟରେ ବ୍ୟାପକ ଅବ୍ୟବସ୍ଥା । ଶିକ୍ଷକ ଅଭାବ ହେତୁ ବିଦ୍ୟାଳୟରେ ତାଲା ପକାଇ ପ୍ରତିବାଦ କଲେ ଛାତ୍ରଛାତ୍ରୀ ଏବଂ ଅଭିଭାବକ । ଅଧିକ ପଢନ୍ତୁ

ଶିକ୍ଷକ ନିଯୁକ୍ତି ଦାବିରେ କିଆକଟା ବିଦ୍ୟାଳୟରେ ତାଲା ପକାଇଲେ ଅଭିଭାବକ
ଶିକ୍ଷକ ନିଯୁକ୍ତି ଦାବିରେ କିଆକଟା ବିଦ୍ୟାଳୟରେ ତାଲା ପକାଇଲେ ଅଭିଭାବକ

ବୌଦ୍ଧ: ଅନୁଗୋଳ ଏବଂ ବୌଦ୍ଧ ଜିଲ୍ଲାର ମଧ୍ୟବର୍ତ୍ତି ସ୍ଥାନରେ ଥିବା ପଞ୍ଚାୟତ ସଦର ମହକୁମାର ଏକମାତ୍ର ବିଦ୍ୟାଳୟରେ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା । ପ୍ରାୟ ଶହେ ଜଣ ଛାତ୍ରଛାତ୍ରୀଙ୍କ ପାଇଁ କିଆକଟା ବିଦ୍ୟାଳୟରେ ଶିକ୍ଷକ ଅଭାବ ସାଙ୍ଗକୁ ବିଭିନ୍ନ ଅବ୍ୟବସ୍ଥା ପାଇଁ ଅଭିଭାବକମାନେ ବିଦ୍ୟାଳୟରେ ତାଲା ପକାଇ ପ୍ରତିବାଦ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଧର୍ମେନ୍ଦ୍ରଙ୍କ ମୃତ୍ୟୁ ଘଟଣାରେ ମୁହଁ ଖୋଲିଲେ ମନ୍ତ୍ରୀ ସମୀର, କହିଲେ ଉତ୍ତର ଦେବା ଉଚିତ୍‌ ମନେ କରୁନି

ଦୁଇ ଜିଲ୍ଲାର ମଧ୍ୟବର୍ତ୍ତୀ ସ୍ଥାନରେ ରହିଛି ବିଦ୍ୟାଳୟ । ତେବେ ଉକ୍ତ ବିଦ୍ୟାଳୟରେ ଶିକ୍ଷକ ଅଭାବ ଦୀର୍ଘ ଦିନ ଧରି ଲାଗି ରହିଛି । ସେପଟେ ଶିକ୍ଷା ବିଭାଗ ଏନେଇ ସମ୍ପୂର୍ଣ୍ଣ ଅଣଦେଖା କରୁଥିବା ଅଭିଯୋଗ ହୋଇଛି । ବୌଦ୍ଧ ଜିଲ୍ଲା ଓ ଅନୁଗୋଳ ଜିଲ୍ଲା ସୀମାନ୍ତ କିଆକଟା ପଞ୍ଚାୟତ ସଦର ମହକୁମାର ପ୍ରାଥମିକ ବିଦ୍ୟାଳୟ ଉପରେ ତିନି ଖଣ୍ଡ ଗ୍ରାମର ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ ପାଇଁ ନିର୍ଭରଶୀଳ । କିନ୍ତୁ ପ୍ରାୟ ଶହେ ଜଣ ଛାତ୍ରଛାତ୍ରୀଙ୍କ ଭାଗ୍ୟ ନିର୍ଦ୍ଧାରିତ କରୁଥିବା ବିଦ୍ୟାଳୟରେ ଶିକ୍ଷା ଦାନ କୁନେଇ ବ୍ୟାପକ ସମସ୍ୟା ଦେଖା ଦେଇଥିବା ଅଭିଯୋଗ ହୋଇଛି ।

ମାତ୍ର ଦୁଇ ଜଣ ଶିକ୍ଷୟିତ୍ରୀଙ୍କ ଦ୍ବାରା ଚାଲିଛି ପାଠପଢା । ଜଣେ ଶିକ୍ଷୟତ୍ରୀ ଛୁଟିରେ ରହିଲେ ଅନ୍ୟ ଜଣେ ଶିକ୍ଷୟିତ୍ରୀ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ପିଲାଙ୍କୁ ପାଠ ପଢାଇବା ସମ୍ଭବ ପର ହେଉନାହିଁ । ଏଥିଯୋଗୁଁ ଶିକ୍ଷା ଦାନ ଗଭୀର ଭାବରେ ପ୍ରଭାବିତ ହେଉଛି । ଏ ସମ୍ପର୍କରେ ଅଭିଭାବକମାନେ ଦୀର୍ଘ ଦିନ ଧରି ବାରମ୍ବାର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଛନ୍ତି । ଏପରିକି ତିନି ମାସ ତଳେ ଶିକ୍ଷା ବିଭାଗୀୟ ଅଧିକାରୀଙ୍କୁ ଶିକ୍ଷକ ନଦେଲେ ବିଦ୍ୟାଳୟରେ ତାଲା ପକାଇବା ନେଇ ଲିଖିତ ଭାବେ ଜଣାଇଥିଲେ ଗ୍ରାମବାସୀ । ହେଲେ ଶିକ୍ଷା ବିଭାଗର ଉଦାସୀନତା ଯୋଗୁଁ ବିଦ୍ୟାଳୟରେ ଅଚଳାବସ୍ଥା ସୃଷ୍ଟି ହୋଇଛି । ଆଜି (ସୋମବାର) ଠାରୁ ବିଦ୍ୟାଳୟ ଗେଟରେ ଅବିଭାବକମାନେ ତାଲା ପକାଇ ଛାତ୍ରଛାତ୍ରୀଙ୍କ ସହିତ ଧାରଣାରେ ବସିଛନ୍ତି । ନୂତନ ଶିକ୍ଷକ କାର୍ଯ୍ୟରେ ଯୋଗ ନଦେବା ପର୍ଯ୍ୟନ୍ତ ବିଦ୍ୟାଳୟରେ ତାଲା ପଡିଥିବ ବୋଲି ଅଭିଭାବକମାନେ ଚେତାବନୀ ଦେଇଛନ୍ତି ।

ଏନେଇ ଏକ ଅଭିଭାବକ କହିଛନ୍ତି ଯେ, କିଆକଟା ସ୍କୁଲରେ ୧୦୦ ଛୁଆରେ ୨ଟା ଶିକ୍ଷକ ରହିଛନ୍ତି । ଫଳରେ ପାଠ ପଢା ହୋଇପାରୁନାହିଁ । ତେଣୁ ଏହି ପ୍ରତିବାଦରେ ଆମେ ସ୍କୁଲରେ ତାଲା ପକାଇ ଧାରଣାରେ ବସିଛୁ । ଜଣେ ଶିକ୍ଷକ ଛୁଟିରେ ରହିଲେ ଅନ୍ୟଜଣେ ସ୍କୁଲରେ ପାଠ ପଢାଇପାରୁ ନାହାନ୍ତି । ଆମ ଛୁଆ ମଧ୍ୟ ପାଠ ପଢି ପାରୁନାହାନ୍ତି । ତେଣୁ ଆମର ଦାବି ପୂରଣ ନହେବା ଯାଏଁ ଆମେ ତାଲା ଖୋଲିବୁ ନାହିଁ ।"

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.