ETV Bharat / state

ଛାତ୍ରଛାତ୍ରୀଙ୍କ ରାସନ ଓ ଶୁଖିଲା ଖାଦ୍ୟକୁ ନେଇ ପ୍ରଶ୍ନବାଚୀ

ଲକଡାଉନ ସମୟରେ ବୌଦ୍ଧ ସରକାର ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନବାଡି ଛାତ୍ରଛାତ୍ରୀଙ୍କ ପାଇଁ ଯୋଗାଇ ଥିବା ଚାଉଳ, ଛତୁଆ ଓ ଅନ୍ୟ ସାମଗ୍ରୀକୁ ନେଇ ଦେଖାଦେଇଛି ସମସ୍ୟା । ପ୍ରାଥମିକ ବିଦ୍ୟାଳୟକୁ ଆସୁଥିବା ଚାଉଳ 50 କେଜି ବଦଳରେ 40 କେଜି ରହୁଥିବା ଅଭିଭାବକ ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ...

ଛାତ୍ରଛାତ୍ରୀଙ୍କ ରାସନ ଓ ଶୁଖିଲା ଖାଦ୍ୟ କୁନେଇ ପ୍ରଶ୍ନବାଚୀ

author img

By

Published : Jul 1, 2021, 3:25 PM IST

ବୌଦ୍ଧ: ସରକାରଙ୍କ ନିଷ୍ପତ୍ତି କ୍ରମେ ଲକଡାଉନ କଟକଣାରେ କୋହଳ ହୋଇଛି । ଏନେଇ ଆଜି ବୌଦ୍ଧ ଜିଲ୍ଲାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ତେବେ ଲକଡାଉନ ସମୟରେ ସରକାର ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନବାଡି ଛାତ୍ରଛାତ୍ରୀଙ୍କ ପାଇଁ ଯୋଗାଇ ଥିବା ଚାଉଳ, ଛତୁଆ ଓ ଅନ୍ୟ ସାମଗ୍ରୀକୁ ନେଇ ଦେଖାଦେଇଛି ସମସ୍ୟା ।

ଛାତ୍ରଛାତ୍ରୀଙ୍କ ରାସନ ଓ ଶୁଖିଲା ଖାଦ୍ୟ କୁନେଇ ପ୍ରଶ୍ନବାଚୀ

ପ୍ରାଥମିକ ବିଦ୍ୟାଳୟକୁ ଆସୁଥିବା ଚାଉଳ 50 କେଜି ବଦଳରେ 40 କେଜି ରହୁଥିବା ଅବିଭାବକ ଅଭିଯୋଗ କରିଛନ୍ତି । ଅଧିକାଂଶ ବିଦ୍ୟାଳୟରେ ଏଭଳି ସମସ୍ୟା ଲାଗି ରହୁଥିବାବେଳେ ଯୋଗାଣ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି ।

ସେପଟେ କେତେକ ଅଙ୍ଗନବାଡି କେନ୍ଦ୍ରରେ ନିମ୍ନମାନର ଛତୁଆ ଓ ନଷ୍ଟ ହେବାକୁ ବସିଥିବା ଶୁଖିଲା ଖାଦ୍ୟକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ବୌଦ୍ଧ ଜିଲ୍ଲା ଲମ୍ବସରୀ ପଞ୍ଚାୟତ ପିଣ୍ଡାପଦର ଅଙ୍ଗନବାଡି କେନ୍ଦ୍ରରେ ଛତୁଆ, ଲଡୁ ଓ ଅନ୍ୟ ସାମଗ୍ରୀ ନଷ୍ଟ ହେବାକୁ ବସିଥିଲେ ମଧ୍ୟ ତାହା ସମୟ ପୂର୍ବରୁ କାହିଁକି ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରାଗଲା ନାହିଁ, ସେ ନେଇ ଉଠିଛି ପ୍ରଶ୍ନବାଚୀ । ତୁରନ୍ତ ଏଦିଗରେ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ ପାଇଁ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

For All Latest Updates

TAGGED:

boudh
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.