ETV Bharat / state

ବୌଦ୍ଧରେ ଘରୋଇ ବସକୁ 7 ଲକ୍ଷରୁ ଊର୍ଦ୍ଧ୍ବ ଫାଇନ - domestic bus are fined 7lakhs

ଆକ୍ସନ ମୁଡରେ ବୌଦ୍ଧ ଆରଟିଓ । 7 ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଚାଲାଣ କାଟିଲା ମା ବୁଢ଼ୀ ମା ନାମକ ଏକ ଘରୋଇ ବସ । ଅଧିକ ପଢନ୍ତୁ...

domestic buses were cut fined More than 7 lakh
ଆକ୍ସନ ମୁଡରେ ବୌଦ୍ଧ ଆରଟିଓ
author img

By

Published : Mar 12, 2020, 11:52 PM IST

Updated : Mar 13, 2020, 12:00 AM IST

ବୌଦ୍ଧ: ଆଞ୍ଚଳିକ ପରିବହନ କାର୍ଯ୍ୟାଳୟକୁ ମିଳିଛି ବଡ଼ ସଫଳତା । ବୌଦ୍ଧ ଜିଲ୍ଲାର ଘଣ୍ଟାପଡା ଅଞ୍ଚଳରେ ଚେକିଂ ଚାଲିଥିବାବେଳେ ବିନିକାରୁ ଖୁଣ୍ଟିଗୋରାକୁ ଯାତାୟତ କରୁଥିବା ମା ବୁଢ଼ୀ ମା ନାମକ ଏକ ଘରୋଇ ବସଠୁ ସାତ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଚାଲାଣ କାଟିଛି ବୌଦ୍ଧ ଆରଟିଓ ।

ବୌଦ୍ଧରେ ଘରୋଇ ବସକୁ 7 ଲକ୍ଷରୁ ଊର୍ଦ୍ଧ୍ବ ଫାଇନ

ଟିକସ ଫାଙ୍କି ଆସୁଥିବା ଏହି ବସର ସମସ୍ତ କାଗଜପତ୍ର ଯାଞ୍ଚ କରାଯାଇ 7 ଲକ୍ଷ 7ହଜାର 230 ଟଙ୍କାର ଚାଲାଣ କଟାଯାଇଛି । ଏହାର ଠିକ ସାତ ଦିନ ପୂର୍ବରୁ ମିନାର ନାମକ ଏକ ବସଠୁ ମଧ୍ୟ 6 ଲକ୍ଷ 72 ହଜାର ଟଙ୍କାରୁ ଊର୍ଦ୍ଧ୍ବ ଚାଲାଣ କାଟା ଯାଇଥିଲା । ଗତ ସାତ ଦିନ ମଧ୍ୟରେ ଦୁଇ ଦୁଇଟି ମୋଟା ଅଙ୍କର ଚାଲାଣ କାଟିବା ନେଇ ଆତଙ୍କିତ ହୋଇ ପଡିଛନ୍ତି ଟିକସ ଫାଙ୍କୁଥିବା ଅସାଧୁ ଲୋକେ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Last Updated : Mar 13, 2020, 12:00 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.