ବୌଦ୍ଧ: ଅସଜଡା ହୋଇ ପଡିଛି ପ୍ରାଥମିକ ଶିକ୍ଷା ବ୍ୟବସ୍ଥା । ଫଳରେ କୋମଳମତି ଶିଶୁଙ୍କ ଭାଗ୍ୟ ଅନିଶ୍ଚିତତା ଦିଗକୁ ଠେଲି ହୋଇ ଯାଇଛି । କୋରୋନା ଯୋଗୁଁ ବିଶେଷ ଭାବରେ ପ୍ରଭାବିତ ହୋଇଛନ୍ତି ଅଙ୍ଗନବାଡି ଓ ପ୍ରାଥମିକ ବିଦ୍ୟାଳୟରେ ପାଠପଢୁଥିବା ଛାତ୍ରଛାତ୍ରୀ । ବିଶେଷକରି ବୌଦ୍ଧ ଜିଲ୍ଲାର ଉପାନ୍ତ ମାରଡା ଗ୍ରାମରେ ଦୀର୍ଘ ଦିନ ହେଲା ଛୋଟ ଶିଶୁଙ୍କୁ ଅଙ୍ଗନବାଡି ବନ୍ଦ ହେତୁ ସୁଷମ ଖାଦ୍ୟ ମିଳିପାରୁ ନଥିବା ଅଭିଯୋଗ ହୋଇଛି ।

ସେପଟେ ବୌଦ୍ଧ ବ୍ଲକ କାର୍ଯ୍ୟାଳୟଠାରୁ ଅଳ୍ପ ଦୂରରେ ଥିବା ଡାଙ୍ଗପଡା ପ୍ରାଥମିକ ବିଦ୍ୟାଳୟ ପରିସରରେ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ନାଁରେ ବିଦ୍ୟାଳୟର ବ୍ୟାପକ ସାମଗ୍ରୀ ହରଣଚାଳ ହୋଇଥିବା ଅଭିଯୋଗ ହୋଇଛି । ଗୋଟିଏ କୋଠରୀରେ ସମଗ୍ର ବିଦ୍ୟାଳୟର ଛାତ୍ରଛାତ୍ରୀ ନିର୍ଭରଶୀଳ ଥିବା ବେଳେ ବର୍ତ୍ତମାନ ଶିକ୍ଷା ବିଭାଗର ଅବହେଳା ଯୋଗୁଁ ବିଦ୍ୟାଳୟ ବନ୍ଦ ହେବା ଅବସ୍ଥାରେ ପହଞ୍ଚିଛି ।
ଅନ୍ୟପଟେ ଚାରିଛକଠାରେ 2005 ବ୍ୟାଚର ଶିକ୍ଷକଙ୍କ ବହୁବିଧ ସମସ୍ୟାକୁ ନେଇ ଗଭୀର ଉଦବେଗ ପ୍ରକାଶ ପାଇବା ସହ ସେମାନଙ୍କ ପ୍ରୋତ୍ସାହନ ରାଶି ପ୍ରଦାନ ପାଇଁ ଦାବି କରାଯାଇଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ