ETV Bharat / state

ଫାଇନାନ୍ସ କମ୍ପାନୀ ବିରୋଧରେ ଆନ୍ଦାେଳନ ପାଇଁ ମହିଳା ଗୋଷ୍ଠୀ ସଜବାଜ - ଅର୍ଥ ଶୋଷଣ

ମହିଳାଙ୍କ ଉପରେ ମାଇକ୍ରାେଫାଇନାନ୍ସ କମ୍ପାନୀର ଜୁଲୁମ । କିସ୍ତି ଆଦାୟ ନେଇ ଅର୍ଥ ଶୋଷଣ କରୁଥିବା ଅଭିଯୋଗ କରିଛନ୍ତି ମହିଳା । ଅଧିକ ପଢନ୍ତୁ...

ଫାଇନାନ୍ସ କମ୍ପାନୀ ବିରୋଧରେ ଆନ୍ଦାଳନ ପାଇଁ ମହିଳା ଗୋଷ୍ଠୀ ସଜବାଜ

author img

By

Published : Jul 14, 2021, 9:45 PM IST

ବୌଦ୍ଧ: କୋରୋନା ମହାମାରୀ ତଥା ଲକଡାଉନ ଯୋଗୁଁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଜୀବନ ଜୀବିକାକୁ ନେଇ ସଂଘର୍ଷ ଜାରି ରହିଥିବାବେଳେ ମାଇକ୍ରୋ ଫାଇନାନ୍ସ କମ୍ପାନୀର ଦୌରାତ୍ମ୍ୟରେ ଅତିଷ୍ଠ ମହିଳା ଗୋଷ୍ଠୀ । ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ କୋଡିଏରୁ ଊର୍ଦ୍ଧ୍ବ ମାଇକ୍ରୋ ଫାଇନାନ୍ସ କମ୍ପାନୀ ସେମାନଙ୍କ ଦପ୍ତର ଖୋଲି ମହିଳା ଗୋଷ୍ଠୀଙ୍କୁ ଫାଇନାନ୍ସ କରିବା ନାଁରେ ବ୍ୟାପକ ଅର୍ଥ ଶୋଷଣ କରୁଥିବା ଅଭିଯୋଗ ହୋଇଛି ।

ଫାଇନାନ୍ସ କମ୍ପାନୀ ବିରୋଧରେ ଆନ୍ଦାଳନ ପାଇଁ ମହିଳା ଗୋଷ୍ଠୀ ସଜବାଜ

କିସ୍ତି ଅସୁଲ ନାଁରେ କମ୍ପାନୀ କର୍ମଚାରୀ ମହିଳାଙ୍କୁ ଅଶୋଭନୀୟ ବ୍ୟବହାର ସହିତ ମାନସିକ ଭାବରେ ଭୟଭୀତ କରି ଅର୍ଥ ଆଦାୟ କରୁଛନ୍ତି । ଲକଡାଉନ ସମୟରେ ଲୋକଙ୍କ ଆର୍ଥିକ ମାନଦଣ୍ଡ ହ୍ରାସ ପାଇଥିବାବେଳେ କମ୍ପାନୀ ଗୁଡିକର କିସ୍ତି ଆଦାୟର ଜୋର ଜୁଲୁମରେ ଅତିଷ୍ଠ ହୋଇ ଆଜି ବୌଦ୍ଧ ଜିଲ୍ଲା ସାମ୍ପୋଚ ଠାରେ ଶତାଧିକ ମହିଳା ଏକତ୍ରିତ ହୋଇ ଆନ୍ଦୋଳନ କରିବାକୁ ଚରମ ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

ଏନେଇ ବୁଦ୍ଧିଜୀବୀ ମଧ୍ୟ ମାଇକ୍ରୋ ଫାଇନାନ୍ସ କମ୍ପାନୀର ଏଭଳି ଅମାନବୀୟ ଅର୍ଥ ସଂଗ୍ରହର ମାଧ୍ୟମକୁ ଦୃଢ ନିନ୍ଦା କରିବା ସହ ଏ ଦିଗରେ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.