ETV Bharat / state

ନୂଆଖାଇ ପାଇଁ ଛୁଟିରେ ଡାକ୍ତର, ହନ୍ତସନ୍ତ ପ୍ରସୂତି

ନୂଆଖାଇ ପାଇଁ ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଡାକ୍ତର ଛୁଟିରେ ଥିବାରୁ ପ୍ରସୂତି ମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଜଣେ ମହିଳାଙ୍କୁ ଅର୍ଦ୍ଧ ପ୍ରସବ ଅବସ୍ଥାରେ ବୁର୍ଲା ସ୍ଥାନାନ୍ତର କରାଯାଇଥିବା ଅଭିଯୋଗ ହୋଇଛି ।

author img

By

Published : Sep 3, 2019, 11:07 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ବୌଦ୍ଧ: ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଅବ୍ୟବସ୍ଥା ଅଭିଯୋଗ । ମଙ୍ଗଳବାର ଗଣପର୍ବ ନୂଆଖାଇ ଉପଲକ୍ଷେ ଡାକ୍ତରମାନେ ଛୁଟିରେ ଥିବାରୁ ରୋଗୀମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଖାସକରି ପ୍ରସୂତୀମାନେ ବିଶେଷ ଭାବରେ ଅସୁବିଧାର ସମ୍ମୁଖୀନ ହୋଇଥିବା ଅଭିଯୋଗ ହୋଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ମଙ୍ଗଳବାର ସମୁଦାୟ 9 ଜଣ ପ୍ରସୂତୀ ଡାକ୍ତରଖାନାକୁ ଆସିଥିଲେ ମଧ୍ୟ କେବଳ ଦୁଇ ଜଣଙ୍କ ଚିକିତ୍ସା କରାଯାଇଥିଲା । ଅନେକ ପ୍ରସୂତି ମହିଳାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିବାରୁ ଡାକ୍ତରଖାନା ପରିସରରେ ଚାପା ଉତ୍ତେଜନା ପ୍ରକାଶ ପାଇଛି । ପରିସ୍ଥିତି ଏପରି ଥିଲା ଯେ ଜଣେ ମହିଳାଙ୍କୁ ଅର୍ଦ୍ଧ ପ୍ରସବ ଅବସ୍ଥାରେ ବୁର୍ଲା ସ୍ଥାନାନ୍ତର କରାଯାଇଥିବା ଅଭିଯୋଗ କରିଛନ୍ତି ରୋଗୀଙ୍କ ସମ୍ପର୍କୀୟ । ଚିକିତ୍ସାଳୟରେ ଏଭଳି ଅବ୍ୟବସ୍ଥା ପାଇଁ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।

ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ

Intro:ବୌଦ୍ଧ ମୁଖ୍ୟ ଡାକ୍ତରଖାନାରେ ଅବ୍ୟବସ୍ଥା ଅଭିଯୋଗ ।ମଙ୍ଗଳବାର ଗଣପର୍ବ ନୂଆଖାଇ ଉପଲକ୍ଷେ ଡାକ୍ତର ମାନେ ଛୁଟିରେ ଥିବାରୁ ପ୍ରସୂତୀ ମାନେ ବିଶେଷ ଭାବରେ ଅସୁବିଧାର ସମ୍ମୁଖୀନ ହୋଇଥିବା ଅଭିଯୋଗ ହୋଇଛି । ମିଳିଥିବା ତଥ୍ୟ ଅନୁଯାୟୀ ମଙ୍ଗଳବାର ଦିନ ସମୁଦାୟ ନ ଜଣ ପ୍ରସୂତୀ ମହିଳା ଡାକ୍ତରଖାନାକୁ ଆସିଥିଲେ ମଧ୍ୟ କେବଳ ଦୁଇ ଜଣ ସାଧାରଣ ପ୍ରସୂତୀଙ୍କ ଚିକିତ୍ସା କରାଯାଇଥିଲା ।ଅନେକ ପ୍ରସୂତୀ ମହିଳାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇ ଥିବାରୁ ଡାକ୍ତରଖାନା ପରିସରରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା ।ପରିସ୍ଥିତି ଏପରି ଥିଲା ଯେ ଜଣେ ପ୍ରସୂତୀଙ୍କ ହଠାତ ଆସନ୍ନ ପ୍ରସବା ତଥା ଅର୍ଦ୍ଧ ପ୍ରସବ ଅବସ୍ଥାରେ ବୁର୍ଲା ସ୍ଥାନାନ୍ତର କରାଯାଇଥିବା ଅଭିଯୋଗ କରିଛନ୍ତି ରୋଗୀଙ୍କ ସମ୍ପର୍କୀୟ ।ଚିକିତ୍ସାଳୟରେ ଏଭଳି ଅବ୍ୟବସ୍ଥା ପାଇଁ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହୋଇଛି ।

Body:ବୌଦ୍ଧ ଡାକ୍ତରଖାନାରେ ପ୍ରସୂତୀଙ୍କୁ ଅବହେଳା ଅଭିଯୋଗ ।

Conclusion:ବାଇଟ-୧-ଦର୍ପଣୀ ବେହେରା, ଗର୍ଭବତୀ ଙ୍କ ସମ୍ପର୍କୀୟ
ବାଇଟ-୨-ଦିଲ୍ଲୀପ କୁମାର ଗାଇଗୌରିଆ, ରୋଗୀ ଙ୍କ ସମ୍ପର୍କୀୟ
ବାଇଟ-୩-ପ୍ରଦ୍ୟୁମ୍ନ କୁମାର ଥାର୍ଟ୍ଟି,ପୂର୍ବତନ ସରପଞ୍ଚ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.