ETV Bharat / state

ମିଳୁନି ସରକାରୀ ସହାୟତା, ଅସହାୟ ଅବସ୍ଥାରେ ପୁରା ପରିବାର - ଅସହାୟ ଅବସ୍ଥାରେ 8 ପ୍ରାଣୀ କୁଟୁମ୍ବ

ଯୋଜନାରୁ ସୁଫଳ ପାଇପାରୁନାହାନ୍ତି ପ୍ରକୃତ ହିତାଧିକାରୀ । ରୋଜଗାର କ୍ଷମ ପୁଅ ଦୁର୍ଘଟଣାରେ ଘରେ ପଡି ରହିବା ପରେ ପରିବାରର ଦୁଃଖ ଆହୁରି ବଢିଯାଇଛି । ଏହି ଘଟଣା ହେଉଛି ବୌଦ୍ଧ ଜିଲ୍ଲା ବାମଣ୍ଡା ପଞ୍ଚାୟତର । ଅଧିକ ପଢନ୍ତୁ...

ମିଳୁନି ସରକାରୀ ସହାୟତା, ଅସହାୟ ଅବସ୍ଥାରେ 8 ପ୍ରାଣୀ କୁଟୁମ୍ବ

author img

By

Published : Jun 24, 2020, 12:07 PM IST

ବୌଦ୍ଧ: ଅସହାୟ ଅବସ୍ଥାରେ 8 ପ୍ରାଣୀ କୁଟୁମ୍ବ । ରୋଜଗାର କ୍ଷମ ପୁଅ ଦୁର୍ଘଟଣାରେ ଘରେ ପଡି ରହିବା ପରେ ପରିବାରର ଦୁଃଖ ଆହୁରି ବଢିଯାଇଛି । ବୌଦ୍ଧ ଜିଲ୍ଲା ବାମଣ୍ଡା ପଞ୍ଚାୟତର ଦେବଗଡ଼ ରାଜସ୍ବ କାର୍ଯ୍ୟାଳୟକୁ ଲାଗି ରହିଛି ଭାସ୍କର ପ୍ରଧାନଙ୍କ ଘର । ସେ କମାର କାର୍ଯ୍ୟ କରି ପେଟ ପୋଷୁଥିବା ବେଳେ ଏବେ ତାଙ୍କ ଅବସ୍ଥା ଅତି ଶୋଚନୀୟ ହୋଇପଡିଛି ।

ମିଳୁନି ସରକାରୀ ସହାୟତା, ଅସହାୟ ଅବସ୍ଥାରେ 8 ପ୍ରାଣୀ କୁଟୁମ୍ବ

ସୂଚନା ମୁତାବକ ଘରର ଏକମାତ୍ର ରୋଜଗାରିଆ ପୁଅ ବଶିଷ୍ଠ ଗତ ତିନି ବର୍ଷ ତଳେ ଏକ ସଡକ ଦୁର୍ଘଟଣାରେ ନିଜ ଦୁଇ ଗୋଡ ହରାଇ ଘରେ ପଡି ରହିଛି । ସେପଟେ ଛୋଟ ଛୋଟ ଚାରୋଟି ପିଲାଙ୍କ ମଧ୍ୟରୁ ଜଣେ ଭିନ୍ନକ୍ଷମ ସାଙ୍ଗକୁ ବୁଢା ବାପା ମା' ଙ୍କ ବୋଝ । ଏପରି ସ୍ଥଳେ ଏହି ପରିବାରକୁ ଆଜି ଯାଏଁ ପକ୍କାଘର ଖଣ୍ଡେ ମିଳିପାରି ନାହିଁ । ଫଳରେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଏକ ଝୁମ୍ପୁଡି ଘରେ କାଳ କାଟୁଛନ୍ତି ଏହି ଅସହାୟ ପରିବାର ।

କିଛି ସରକାରୀ ଚାଉଳ ଓ ଭତ୍ତା ରେ ବଞ୍ଚିଥିବା ଏହି ପରିବାରର ବୃଦ୍ଧା ମହିଳାଙ୍କୁ ମଧ୍ୟ ବାର୍ଦ୍ଧକ୍ୟ ଭତ୍ତା ଟିକିଏ ମିଳିପାରି ନାହିଁ । ସରକାରଙ୍କ ଏତେ ଯୋଜନା ସତ୍ତ୍ବେ ଏହି ପରିବାରର ଏଭଳି ଦୟନୀୟ ପରିସ୍ଥିତି ଏବେ ସମସ୍ତଙ୍କୁ ବ୍ୟଥିତ କରିଛି ।

ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.