ETV Bharat / state

ମାର୍ଚ୍ଚ ପହିଲାରୁ ବୌଦ୍ଧରେ ପଲିଥିନ ବନ୍ଦ

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ବୌଦ୍ଧ ସହର। ମାତ୍ର ଅଳିଆ ଆବର୍ଜନା ଯୋଗୁଁ ସହରର ପ୍ରାକୃତିକ ଶୋଭାରାଜି ନଷ୍ଟ ହେଉଥିବା ବେଳେ ଏହାର ସୁରକ୍ଷା ପାଇଁ ଅଣ୍ଟା ଭିଡିଛି ବନବିଭାଗ।

author img

By

Published : Feb 10, 2019, 7:43 AM IST

ବୌଦ୍ଧ: ଏକଦା ସୌନ୍ଦର୍ଯ୍ୟରେ ଭରପୂର ଥିବା ଗଡଖାଇର ଜଳାଶୟ ଏବେ ପାଲଟିଛି ସହରର ଅଳିଆ ଗଦା । ଏଠାରେ ପ୍ରତ୍ୟେକ ଦିନ କୁଢ଼କୁଢ଼ ପଲିଥିନ ଓ ଅନ୍ୟାନ୍ୟ ଆବର୍ଜନାକୁ ପକାଯାଉଛି । ଯାହାଫଳରେ ଦୁର୍ଗନ୍ଧରେ ଫାଟି ପଡୁଛି ସେହି ଅଞ୍ଚଳ । ଏହି ପଲିଥିନ ଓ ଅନ୍ୟାନ୍ୟ କଠିନ ବର୍ଜ୍ୟବସ୍ତୁକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ପରିବେଶ ବିଭାଗରୁ କଡା ନିର୍ଦ୍ଦେଶ ମିଳିବା ପରେ ଏବେ ଆକ୍ସନ ମୁଡକୁ ଆସିଛି ବୌଦ୍ଧ ବନବିଭାଗ ।

ପୂର୍ବରୁ ହୋଇଥିବା ପଲିଥିନ ବନ୍ଦ ନିଷ୍ପତ୍ତି ସମ୍ପୂର୍ଣ୍ଣ ଫେଲ ମାରିଥିବାବେଳେ ପୁଣିଥରେ ଆସନ୍ତା ମାର୍ଚ୍ଚ ପହିଲାରୁ ଏହି ପଲିଥିନ ଓ ଅନ୍ୟ କେତେକ ନିର୍ଦ୍ଦିଷ୍ଟ ବସ୍ତୁକୁ ପ୍ରଶାସନର ସହାୟତାରେ ବନ୍ଦ କରିବାକୁ ପ୍ରସ୍ତୁତ ହୋଇଛି । ଏ ସମ୍ପର୍କରେ ପ୍ରଶାସନ, ବଣିକ ସଂଘ ଓ ଅନ୍ୟ କେତେକ ସଂଗଠନକୁ ନେଇ ଆଲୋଚନା ମଧ୍ୟ ହୋଇଛି ।

ଏହା ବ୍ୟତୀତ ବୌଦ୍ଧ ସହରର ପଲିଥିନ ଯୁକ୍ତ ଆବର୍ଜନାର ସ୍ଥାନକୁ ନେଇ ଦୀର୍ଘ ଦିନ ହେବ ଜାଗା ନ ମିଳିବା ସହରକୁ କେତେ ପରିମାଣରେ ସ୍ବଚ୍ଛ କରି ହେବ, ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ନ୍ୟୁଜ୍

ସରିଲା ପଞ୍ଚଦଶ ବିଧାନସଭା ର ଅଧିବେଶନ ।ପୁରୁଖା ହେଉ କି ନବାଗତ ।ପାଞ୍ଚବର୍ଷ ଭିରେ ରହିଛି ସ୍ମୃତି ଓ ଅନୁଭୂତି କିଏ ନିଜ ନିର୍ବାଚନ ମଣ୍ଡିଳିର ସମସ୍ୟା ପାଇଁ କିଏ ବାଟ ବାହାର କରି ଖୁସି ହୋଇଛି ।ଆଉ କିଏ ଅବଷୋଶ ରହିଛି ।ଏଥର ଗୃହ ପରିଚାଳନା ରେ ଅନେକ ବିଭ୍ରାଟ ହୋଇଥିବାରୁ ଗୃହ ବହୁ ସମୟ ଧରି ଚାଲି ପାରିନଥଥିଲା ।ସୁରୁଖୁରୁରେ ଗୃହ ଚାଲିଥିଲା ଆହୁରି କିଛି ପ୍ରସଙ୍ଗ ଉଠି ପାରିଥାନ୍ତା ।ବିଶେଷ କରି ମହିଳା ବିଧାୟକ ମାନେ ଏଥର ଅଧିବେଶନ ।କୁ ପାଞ୍ଚ ଥରର ମହିଳା ବିଧାୟକ ପ୍ରମିଳା ମଲ୍ଲିକ ହୁଅନ୍ତୁ  କିମ୍ବା ନବାଗତା ଟୁକୁନି ସାହୁ ହୁଅନ୍ତୁ ।କି ବିଜେପି ର ଫାୟାର ବ୍ରାଣ୍ଡ ନେତା ରାଧାରାଣୀ ପଣ୍ଡା ହୁଅନ୍ତୁ କି ଡାକ୍ତର ରୁ ବିଧାୟିକା ହୋଇଥିବା ରାସେସ୍ଵରୀ ପାଣିଗ୍ରାହୀ ହୁଅନ୍ତୁ ରାଜଶ୍ରୀ ମଲ୍ଲିକ ବିଧାନସଭା ର ପାଞ୍ଚ ବର୍ଷ କାଟି ନିଜ ଅଞ୍ଚଳର ସମସ୍ୟା ଉଠାଇ ଗୃହରେ ନିଜର ଆଲୋଚନା ରେ ଭାଗନେଇ ନିଜକୁ ଧନ୍ୟ ମନେକରିଛନ୍ତି ।ବିଧାୟିକା ହେବାର ସୁଯୋଗ ମିଳିଥିବାରୁ ନିଜ ଅଞ୍ଚଳର ଜନସାଧାରଣ ଓ ନିଜ ନିଜ ଦଳର  ସର୍ବମାନ୍ୟ ନେତାଙ୍କୁ ବି କୃତଜ୍ଞତା ଜଣାଇଛନ୍ତି ।ବିରୋଧୀ ବିଧାୟିକା ମାନେ ରାଜ୍ୟ ସରକାରଙ୍କ ଠାରୁ କୈଣସି ସୁବିଧା ସୁଯୋଗ ପାଇନଥିବା ଅଭିଯୋଗ ବି କରିଛନ୍ତି । ଏହା ଭିତରେ ଅନେକ ଆଶା ଓ ବିଶ୍ୱାସ ବି ରଖିଛନ୍ତି ନିଜ କାର୍ଯ୍ୟ କୁ ନେଇ ।ପୁଣିଥରେ ନିର୍ବାଚନ ମଇଦାନରେ ନିର୍ବାଚିତ ହେବାକୁ ।ଆଉ ବିଧାନସଭା କୁ ଆସିବା ପାଇଁ ।ଭୁବନେଶ୍ୱର ରୁ ତପନ କୁମାର ଦାସ ଇଟିଭି ନ୍ୟୁଜ୍ 
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.