ବୌଦ୍ଧ: କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଉନ୍ନୟନ କାର୍ଯ୍ୟ ଓ ବିକାଶକୁ ନେଇ ଶାସକ-ବିରୋଧୀ ମୁହାଁମୁହିଁ । ବିଧାୟକ ବିକାଶର କଥା କହୁଥିବାବେଳେ ବିରୋଧୀ ଏଥିପାଇଁ ବିଧାୟକଙ୍କୁ ଖୋଲା ଚ୍ୟାଲେଞ୍ଜ କରିଛନ୍ତି ।
ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇଗଲାଣି ରାଜନୈତିକ ଉଷ୍ମତା । ବିରୋଧୀ-ଶାସକ କାଦୁଅ ଫିଙ୍ଗା ରାଜନୀତି ଆରମ୍ଭ କରିଦେଲେଣି । ଏହି ପରିପ୍ରେକ୍ଷୀରେ ଆମ୍ନାସାମ୍ନା ହୋଇଛନ୍ତି ବୌଦ୍ଧ ଜିଲ୍ଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ବିଧାୟକ ଏବଂ ବିଧାୟକ ପ୍ରାର୍ଥୀ । ଉନ୍ନୟନ କାର୍ଯ୍ୟ ଓ ବିକାଶକୁ ନେଇ ଉଭୟ ବିଜେଡି ଓ ବିଜେପି ପରସ୍ପରକୁ ସମାଲୋଚନା କରିଛନ୍ତି । ବିଭିନ୍ନ ସମୟରେ ବିଜେପି ଅକାରଣରେ ବିକାଶକୁ ନେଇ ଅଭିଯୋଗ କରୁଥିବା କଣ୍ଟାମାଳ ବିଧାୟକ ମହୀଧର ରଣା କହିବା ସହ ବିକାଶର କଥା କଣ୍ଟାମାଳବାସୀ ହିଁ କହିବେ ବୋଲି କହିଛନ୍ତି ।
ସେପଟେ ପ୍ରତିକ୍ରିୟାରେ ବିଜେପି ବିଧାୟକ ପ୍ରାର୍ଥୀ କହ୍ନାଇ ଚରଣ ଡାଙ୍ଗ ଓ ବିଜେପି ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ସୁଶାନ୍ତ ବାଘ ନିର୍ବାଚନ ମଣ୍ଡଳୀର ବିକାଶ ସହ ବିଶେଷ କରି ଗମନାଗମନକୁ ନେଇ ବିଧାୟକଙ୍କୁ ଖୋଲା ପ୍ରଶ୍ନ କରିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ