ETV Bharat / state

ଭିଜିଲାନ୍ସ ହାବୁଡରେ ପଡିଲେ ପୋଲିସ ଅଧିକାରୀ - ତିନି ଲକ୍ଷ ଟଙ୍କା ଆତ୍ମସାତ ମାମଲା

ଭିଜିଲାନ୍ସ ଜାଲରେ ପୋଲିସ ବାବୁ । ଗୋଟିଏ ମାମଲାକୁ ଦୃଢିଭୂତ ପାଇଁ ହିତାଧିକାରୀଙ୍କ ଠାରୁ ପନ୍ଦର ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାବୁଡ଼ରେ ପଡିଲେ ଫାଣ୍ଡି ଅଧିକାରୀ । ଅଧିକ ପଢନ୍ତୁ

ଭିଜିଲାନ୍ସ ହାବୁଡରେ ପଡିଲେ ପୋଲିସ ଅଧିକାରୀ
ଭିଜିଲାନ୍ସ ହାବୁଡରେ ପଡିଲେ ପୋଲିସ ଅଧିକାରୀ
author img

By

Published : Nov 25, 2022, 10:34 PM IST

ବୌଦ୍ଧ: ଚଳିତ ବର୍ଷର ପ୍ରଥମ ଭିଜିଲାନ୍ସ ଟ୍ରାପରେ ପଡିଲେ ପୋଲିସ ବାବୁ । ଏକ ମାମଲାର ଦୃଢୀକରଣ ପାଇଁ ଜଣେ ହିତାଧିକାରୀଙ୍କ ଠାରୁ ପନ୍ଦର ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାବୁଡରେ ପଡିଛନ୍ତି ପୋଲିସ ଅଧିକାରୀ ।

ଭିଜିଲାନ୍ସ ହାବୁଡରେ ପଡିଲେ ପୋଲିସ ଅଧିକାରୀ

ସୂଚନା ମୁତାବକ ବୌଦ୍ଧ ଆଦର୍ଶ ଥାନା ଅନ୍ତର୍ଗତ ଏକ ଫାର୍ମର ପ୍ରାୟ ତିନି ଲକ୍ଷ ଟଙ୍କା ଆତ୍ମସାତ ମାମଲାରେ ମାନ୍ୟବର ଅଦାଲତଙ୍କ ନିର୍ଦ୍ଦେଶ କ୍ରମେ ବୌଦ୍ଧ ଥାନାରେ ମାମଲାର ତଦନ୍ତ ଜାରି ରହିଥିଲା । ତେବେ ମାମଲାକୁ ଅଧିକ ଦୃଢୀକରଣ ପାଇଁ ଏହାର ତଦନ୍ତକାରୀ ଅଧିକାରୀ ତଥା ଜହ୍ନାପଙ୍ଗ ଫାଣ୍ଡି ଅଧିକାରୀ ମଦନମୋହନ ପ୍ରଧାନ ହିତାଧିକାରୀଙ୍କ ଠାରୁ ଅର୍ଥ ଦାବି କରିଥିଲେ । ଏହାକୁ ଭିତ୍ତି କରି ଅଭିଯୋଗ ପାଇବା ପରେ ବୌଦ୍ଧ, ଫୁଲବାଣୀ ଓ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ଫାଣ୍ଡି ଅଧିକାରୀ ପନ୍ଦର ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କାବୁ କରିଥିଲେ । ଏନେଇ ଭିଜିଲାନ୍ସ ଡିଏସପି ଅରୁଣ କୁମାର ନାଏକ ସୂଚନା ପ୍ରଦାନ କରିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.