ବୌଦ୍ଧ: ଏଟିଏମ ଲୁଟ ଉଦ୍ୟମ କରି ଫସିଲେ ଲୁଟେରା । ବୌଦ୍ଧ ସହରର ବୁଟୁପାଲିଠାରେ ଏଡିବି ବ୍ୟାଙ୍କ ଏଟିଏମ ଲୁଟ ଉଦ୍ୟମ କରୁଥିବା ଦୁଇ ଲୁଟେରାଙ୍କୁ କାବୁ କରିଛି ପୋଲିସ ।
ଜିଲ୍ଲାର ଅନେକ ସ୍ଥାନରେ ଖୋଲା ମେଲା ସ୍ଥାନରେ ରହିଛି ଏଟିଏମ । ପ୍ରାୟ ଏଟିଏମରେ କୌଣସି ସୁରକ୍ଷାକର୍ମୀ ନାହାନ୍ତି । ଫଳରେ ଲୁଟେରାଙ୍କ ଟାର୍ଗେଟରେ ରହିଛି ଅନେକ ଏଟିଏମ । ଆଜି ସକାଳୁ ବୁଟୁପାଲି ଏଡିବି ବ୍ୟାଙ୍କ ଏଟିଏମ କାଉଣ୍ଟରରୁ ଦୁଇ ଲୁଟେରା ଲୁଟ ଉଦ୍ୟମ କରୁଥିଲେ । ପ୍ରଥମେ ଏଟିଏମ କ୍ୟାମେରାକୁ ଭାଙ୍ଗିବା ପରେ ଏଟିଏମରୁ ଲୁଟ ଉଦ୍ୟମ କରିଥିଲେ । ସେଠାକାର ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ଦୁଇ ଏଟିଏମ ଲୁଟେରାଙ୍କୁ କାବୁ କରିବାରେ ସଫଳ ହୋଇଛି ପୋଲିସ ।
ପ୍ରକାଶ ଥାଉ କି, ଗତ ଦୁଇ ଦିନ ପୂର୍ବରୁ ସୋନପୁର ଜିଲ୍ଲାର ଏଟିଏମ ଲୁଟ ମାମଲାରେ ବୌଦ୍ଧ ଜିଲ୍ଲାର ଚାରିଜଣ ଗିରଫ ଘଟଣା ପରେ ଆଜି ସକାଳୁ ବୌଦ୍ଧରୁ ପୁଣି ଦୁଇଜଣ ସନ୍ଦିଗ୍ଧ ଲୁଟେରା ଗିରଫ ହୋଇଛନ୍ତି । ପୋଲିସ ଏକ ବଡ ଧରଣର ଲୁଟ ରୋକିବାରେ ସଫଳ ହୋଇଛି । ଦିନ ଦ୍ବିପହରରେ ଲୁଟେରାଙ୍କ ଏପରି ଉଦ୍ୟମ ଲୋକଙ୍କ ଚିନ୍ତା ବଢାଇଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ