ETV Bharat / state

ବୌଦ୍ଧରେ ବାଟବଣା ପ୍ରଧାନମନ୍ତ୍ରୀ ସଡକ ଯୋଜନା

author img

By

Published : Feb 23, 2020, 11:46 PM IST

ଗାଁ ରାସ୍ତାକୁ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ସାମିଲ ପାଇଁ ଦୀର୍ଘ ଦିନରୁ ଗ୍ରାମବାସୀ ଦାବି କରି ଆସୁଛନ୍ତି । ହେଲେ ଶୁଣୁ ନାହାନ୍ତି ସରକାର । ଏଭଳି ଅଭିଯୋଗ ଆସିଛି ବୌଦ୍ଧ ଜିଲ୍ଲାରୁ । ଅଧିକ ପଢନ୍ତୁ.....

pmgsy road problem in boudha
ପ୍ରଧାନମନ୍ତ୍ରୀ ସଡକ ଯୋଜନା

ବୌଦ୍ଧ: ଗାଁ ରାସ୍ତାକୁ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ସାମିଲ ପାଇଁ ଦୀର୍ଘ ଦିନରୁ ଗ୍ରାମବାସୀ ଦାବି କରି ଆସୁଛନ୍ତି । ହେଲେ ଶୁଣୁ ନାହାନ୍ତି ସରକାର । ଏଭଳି ଅଭିଯୋଗ ଆସିଛି ବୌଦ୍ଧ ଜିଲ୍ଲାରୁ । କଣ୍ଟାମାଳ ବ୍ଲକ ସିଲେଟପଡା ଗାଁ ଠାରୁ ସମାକୁପା ଦେଇ ଦେଢେନମାଳ ଗାଁକୁ ସଂଯୋଗ କରୁଥିବା ରାସ୍ତା ବିପଦସଙ୍କୁଳ ଅବସ୍ଥାରେ ପଡିରହିଛି । ଏହି ରାସ୍ତାକୁ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ସାମିଲ ପାଇଁ ଦୀର୍ଘ ଦିନ ଧରି ଦାବି ହୋଇ ଆସୁଛି । ଏହି ଦାବିକୁ ଖୋଦ କଣ୍ଟାମାଳ ବିଧାୟକ ସ୍ବୀକାର କରିବା ସହିତ ଏନେଇ ନିଶ୍ଚିତ ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ସଡକ ଯୋଜନା

ଏହି ରାସ୍ତା ଉପରେ ଅଞ୍ଚଳର ପ୍ରାୟ ଆଠଟି ପଞ୍ଚାୟତର ଲୋକ ନିର୍ଭର କରୁଛନ୍ତି । ଏଣୁ ଏହି ରାସ୍ତାର ଉନ୍ନତି ପାଇଁ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି । ଯଦି ସରକାର ଏହି ଦାବି ନ ଶୁଣନ୍ତି ତେବେ ଆଗାମୀ ଦିନରେ ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.