ETV Bharat / state

ଥମିବାର ନା ନେଉନି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି

author img

By

Published : Nov 25, 2020, 3:35 AM IST

ବୌଦ୍ଧ ଜିଲ୍ଲାରେ ଥମିବାର ନା ଧରୁନି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତିର ଫର୍ଦ୍ଦ । ଜିଲ୍ଲା ମୁଣ୍ଡାପଡା ପଞ୍ଚାୟତରେ ଆବାସ ଦୁର୍ନୀତି ଜିଲ୍ଲାକୁ ଲଜ୍ଜିତ କରିଥିବା ବେଳେ ଏବେ ପୁଣି ବଘିଆପଡା ପଞ୍ଚାୟତ ଓ ମୁଣ୍ଡିପଦର ପଞ୍ଚାୟତରୁ ଆବାସ ଯୋଜନାରେ ଚଞ୍ଚକତା ଅଭିଯୋଗ ଆସିଛି । ଅଧିକ ପଢନ୍ତୁ...

pm abbas yajona corruption in boudh
ଥମିବାର ନା ନେଉନି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି

ବୌଦ୍ଧ: ଥମିବାର ନା ଧରୁନି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତିର ଫର୍ଦ୍ଦ । କେଉଁଠି ମୃତ ବ୍ୟକ୍ତିଙ୍କ ଆବାସ ଗୃହ ଟଙ୍କା ଚଳୁ ହୋଇଯାଉଥିବା ବେଳେ ଆଉ କେଉଁଠି ଗରିବଙ୍କ ବଦଳରେ ଧନୀ ପାଉଛନ୍ତି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ।

ଜିଲ୍ଲାର ବିଭିନ୍ନ ପଞ୍ଚାୟତ ରେ ଆବାସ ଯୋଜନାରେ ଏଭଳି ଦୁର୍ନୀତି ସମସ୍ତଙ୍କୁ ଚକିତ କରିଛି ।କିଛି ଦିନ ପୂର୍ବରୁ ବୌଦ୍ଧ ଜିଲ୍ଲା ମୁଣ୍ଡାପଡା ପଞ୍ଚାୟତ ରେ ଆବାସ ଦୁର୍ନୀତି ଜିଲ୍ଲା କୁ ଲଜ୍ଜିତ କରିଥିବା ବେଳେ ଏବେ ପୁଣି ବଘିଆପଡା ପଞ୍ଚାୟତ ଓ ମୁଣ୍ଡିପଦର ପଞ୍ଚାୟତ ରୁ ଆବାସ ଯୋଜନାରେ ଚଞ୍ଚକତା ଅଭିଯୋଗ ଆସିଛି ।ବଘିଆପଡା ପଞ୍ଚାୟତ ର ସମାପାଜୁ ଗ୍ରାମର ଦୁଇ ଆଦିବାସୀ ଭାଇ ଭଉଣୀ ଗତ ପ୍ରାୟ ଚାରି ବର୍ଷ ତଳେ ପ୍ରଧାନମନ୍ତ୍ରୀ ଘର ତିଆରି କରିଥିଲେ ।ଭାଇ ନୀଳାମ୍ବର ଅତ୍ୟନ୍ତ ଗରିବ ହୋଇଥିବା ବେଳେ ଭଉଣୀ ସନ୍ତତି ଅବିବାହିତ ହୋଇ ମୂଲ ଲାଗି ପେଟ ପୋଷୁଛନ୍ତି ।ତେବେ ଉଭୟଙ୍କ ପ୍ରଧାନମନ୍ତ୍ରୀ ଗୃହ ବାବଦର ବକେୟା 30 ହଜାର ଟଙ୍କା ଦୀର୍ଘ ଚାରି ବର୍ଷ ହେଲା କୁଆଡେ ଗଲା ତାର ପତ୍ତା ମିଳୁନାହିଁ ।ଏନେଇ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ଉଭୟେ ନୟାନ୍ତ ହୋଇସାରିଥିଲେ ମଧ୍ୟ ଲାଞ୍ଚ ଯୋଗୁଁ ଏଭଳି ଅସୁବିଧା ହୋଇଥିବା ଖୋଦ ହିତାଧିକାରୀ ଅଭିଯୋଗ କରିଛନ୍ତି ।

ସେହିପରି ମୁଣ୍ଡିପଦର ପଞ୍ଚାୟତ ରେ ଧନୀ ଶ୍ରେଣୀର ଲୋକଙ୍କୁ ଓ ସରକାରୀ ଚାକିରୀ କରୁଥିବା ଲୋକଙ୍କୁ ଆବାସ ଯୋଜନାରେ ସାମିଲ କରାଯାଉଥିବା ବେଳେ ଗରିବ ଲୋକଙ୍କୁ ଏଥିରୁ ବାଦ ଦିଆଯାଉଥିବା ଅଭିଯୋଗ ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.