ETV Bharat / state

ଜନବସତି ମୁହାଁ ହାତୀ, ଆତଙ୍କିତ ସାଧାରଣ ଲୋକେ

author img

By

Published : Apr 21, 2022, 10:45 PM IST

ଗାଁ ମୁହାଁ ଏବେ ହାତୀ । ଗୋଟିଏ ପଟରେ ଜଙ୍ଗଲରେ ନିଆଁଲାଗି ଥିବାବେଳେ ଅନ୍ୟପଟରେ ଖାଦ୍ୟର ଅଭାବରୁ ହାତୀ ଗାଁ ମୁହାଁ ହୋଇଥିବା ଆଶଙ୍କା କରାଯାଇଛି । ଅଧିକ ପଢ଼ନ୍ତୁ

ଜନବସତି ମୁହାଁ ହାତୀ ଦମ୍ପତି , ସାଧାରଣ ଲୋକେ ଆତଙ୍କିତ

ବୌଦ୍ଧ : ଜିିଲ୍ଲାରେ ପାରଦ ବୟାଳିଶ ଡିଗ୍ରୀ ଉପରେ । ଗୋଟିଏ ପଟରେ ଜିଲ୍ଲାର ବିଭିନ୍ନ ଜଙ୍ଗଲ ହୁତୁ ହୁତୁ ହୋଇ ଜଳୁଥିଲା ବେଳେ ଅନ୍ୟପଟରେ ଖାଦ୍ୟର ଅଭାବରୁ ବନ୍ୟପ୍ରାଣୀ ଜନବସତି ମୁହାଁ ହୋଇପଡୁଛନ୍ତି । ବୌଦ୍ଧ ଜିଲ୍ଲାର ସଦର ବନାଞ୍ଚଳର ବୀରନରସିଂପୁର ଅଞ୍ଚଳରେ ଗତ ପ୍ରାୟ ସପ୍ତାହେ ହେଲା ଦୁଇଟି ହାତୀ ଜଙ୍ଗଲ ଅଞ୍ଚଳରୁ ଚାଲିଆସି ବ୍ୟାପକ ଫସଲ ନଷ୍ଟ କରିଥିଲେ ।

ଆଜି ପୁଣିଥରେ ଉକ୍ତ ଦନ୍ତା ଓ ମାଈ ହାତୀ ଦୁହେଁ ମହାନଦୀ କୂଳରେ ଥିବା କରଡି ଗ୍ରାମ ନିକଟରେ ପହଞ୍ଚି ଥିବାରୁ ସାଧାରଣ ଲୋକେ ଆତଙ୍କିତ ହୋଇପଡିଛନ୍ତି । ପୁରୁଣା ଜଗନ୍ନାଥ ସଡକରେ ପ୍ରତ୍ୟେକ ଦିନ ହଜାର ହଜାର ଲୋକ ଯାତାୟାତ କରୁଥିବାବେଳେ ହାତୀ ଦୁଇଟିର ଉପସ୍ଥିତି ଯୋଗୁଁ ସମସ୍ତେ ଭୟଭୀତ ହୋଇପଡିଛନ୍ତି । ସେପଟେ ହାତୀ ଦୁଇଟି ପ୍ରଚଣ୍ଡ ଗରମ ଯୋଗୁଁ ନିକଟସ୍ଥ ଏକ ଆମ୍ବ ଲିମ୍ବ ବୁରିରେ ଦିନସାରା ଅଟକି ରହିଥିଲେ ।

ଖାଦ୍ୟ ସନ୍ଧାନରେ ଚାଲି ଆସିଥିବା ହାତୀ ଦୁଇଟି ଗତ ରାତିରେ କରଡି ଗ୍ରାମର କିଛି ଚାଷୀଙ୍କ ଜମିରେ ପଶି ତରଭୁଜ, ମକା,ଆଖୁ ଭଳି ଫସଲ ଖାଇବା ସହ ନଷ୍ଟ କରିଥିବା ନେଇ ସୂଚନା ମିଳିଛି । ଆଜି ସକାଳୁ ଖବର ପାଇ ବୌଦ୍ଧ ପୋଲିସ ଓ ଜଙ୍ଗଲ ବିଭାଗର କର୍ମଚାରୀମାନେ ଦିନସାରା ହାତୀ ଦୁହିଁଙ୍କ ଗତିବିଧି ଉପରେ ନଜର ରଖିଥିଲେ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.