ବୌଦ୍ଧ: ବୌଦ୍ଧ ଜିଲ୍ଲାର ମୁଣ୍ଡିପଦର ପଞ୍ଚାୟତ ଏବେ ଅବ୍ୟବସ୍ଥା ଘେରରେ ଚାଲିଛି । ସ୍ଥାନୀୟ ସରପଞ୍ଚଙ୍କୁ ସରକାର ନିଲମ୍ବିତ କରିଥିବା ବେଳେ ପଞ୍ଚାୟତର କର୍ମଚାରୀ ମାନେ ଅଧିକାଂଶ ସମୟରେ ଅନୁପସ୍ଥିତ ରହୁଛନ୍ତି । ଫଳରେ ପଞ୍ଚାୟତର ପିଅନ ଓ ଓ୍ବାଚର ସବୁକିଛି ଭଲମନ୍ଦ ବୁଝୁଛନ୍ତି ।
ଏଭଳି ପରିସ୍ଥିତିରେ ପଞ୍ଚାୟତର ଉନ୍ନୟନ କିଭଳି ହେଉଥିବ ତାହା ସହଜରେ ଅନୁମେୟ । ଗରିବ ହିତାଧିକାରୀଙ୍କ ପାଇଁ ସରକାର ଯୋଗାଇ ଥିବା ଆବାସ ଯୋଜନା ଏଠାରେ ବାଟବଣା । ହିତାଧିକାରୀ ଚୟନ କିଭଳି ଓ କେଉଁ ଆଧାରରେ ହୋଇଛି କେଜାଣି, ପଞ୍ଚାୟତ ସମ୍ମୁଖରେ ଥିବା ଗରିବ ଅସହାୟଙ୍କୁ ଏଯାଏଁ ପକ୍କାଘର ଖଣ୍ଡେ ମିଳିପାରିନି ।
ପଞ୍ଚାୟତର ଅନେକ ଗରିବ ତଥା ଅସହାୟ ଲୋକ ଏହି ଆବାସ ଯୋଜନାରୁ ବଞ୍ଚିତ ଥିବା ଅଭିଯୋଗ ହୋଇଛି । ତୁରନ୍ତ ଏହି ଗରିବ ଲୋକଙ୍କୁ ଚିହ୍ନଟ କରାଯାଇ ଆବାସ ଯୋଜନାରେ ସାମିଲ କରିବାକୁ ସାଧାରଣରେ ଦାବି ହୋଇଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ