ETV Bharat / state

ବୌଦ୍ଧରେ ସାମାଜିକ ଦୂରତ୍ୱକୁ ଅଣଦେଖା, ଚିନ୍ତାରେ ପ୍ରଶାସନ - ବୌଦ୍ଧ ଜିଲ୍ଲା କୋରୋନା ଅପ଼ଡେଟ

ସାମାଜିକ ଦୂରତାକୁ ମାନୁ ନାହନ୍ତି ଜିଲ୍ଲାବାସୀ । ଜିଲ୍ଲାରେ 33 ଟି କରୋନା ପଜିଟିଭ ଚିହ୍ନଟ ପରେ ଚିନ୍ତାରେ ଜିଲ୍ଲା ପ୍ରଶାସନ ।

Boudha District administration
ଲକଡାଉନ କଟକଣାକୁ ଫୁ
author img

By

Published : May 21, 2020, 11:32 AM IST

ବୌଦ୍ଧ: ଲକଡାଉନ କଟକଣାକୁ ମାନୁ ନାହାନ୍ତି ଜିଲ୍ଲାବାସୀ । ବୌଦ୍ଧ ଜିଲ୍ଲାର ହାଟ ବଜାରକୁ ଦେଖିଲେ ଲକଡାଉନ କଟକଣା କିଛି ଥିବା ଭଳି ମନେ ହେଉନାହିଁ । ସାବିତ୍ରୀ ବଜାରରେ ଆକାଶ ଛୁଆଁ ଦର ସାଙ୍ଗକୁ ଲୋକଙ୍କ ଅସମ୍ଭବ ଭିଡ଼ ସବୁ କଟକଣାକୁ ଫୁ କରିଦେଇଛି । ସାମାଜିକ ଦୂରତାକୁ ଲୋକେ ମାନୁ ନାହାନ୍ତି । ଅନ୍ୟପଟେ ଜିଲ୍ଲାରେ 33 ଟି କରୋନା ପୋଜିଟିଭ ଚିହ୍ନଟ ପରେ ଚିନ୍ତାରେ ଜିଲ୍ଲା ପ୍ରଶାସନ ।

ଲକଡାଉନ କଟକଣାକୁ ଫୁ

ବୁଧବାର ବୌଦ୍ଧ ସ୍ଥିତ କୋଭିଡ ହେଲଥ ସେଣ୍ଟରରେ ଜିଲ୍ଲାପାଳ, ଏସପି, ସିଡିଏମଓ ଓ ଅନ୍ୟ ବରିଷ୍ଠ ଅଧିକାରୀ ପହଞ୍ଚି ସ୍ଥିତି ଯାଞ୍ଚ ପରେ ସେଠାରେ 21 ଜଣ ଆକ୍ରାନ୍ତଙ୍କୁ ରଖାଯାଇ ଚିକିତ୍ସା ଆରମ୍ଭ ହୋଇଛି । ଜିଲ୍ଲାପାଳ ବାରମ୍ବାର ଲୋକଙ୍କୁ ସାମାଜିକ ଦୂରତା ରଖିବା ପାଇଁ ଅପିଲ କରୁଥିଲେ ମଧ୍ୟ ଲୋକେ ମାନୁ ନଥିବାରୁ ସେ ଉଦବେଗ ପ୍ରକାଶ କରିବା ସହ ବିପଦ ଆଶଙ୍କା ଥିବା କହିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.