ETV Bharat / state

ପାଣି ପାଲଟିଛି ଜହର! ଗାଁ ଛାଡୁଛନ୍ତି ଲୋକେ - ବୌଦ୍ଧରେ ଜଳ ସମସ୍ୟା

ବୌଦ୍ଧ ଜିଲ୍ଲା ବରଝୁଲି ଗାଁରେ ଦେଖାଦେଇଛି ଉତ୍କଟ ପାନୀୟ ଜଳ ସମସ୍ୟା । ଅଧିକାଂଶ ନଳକୂପ ବ୍ୟବହାର ଉପଯୋଗୀ ହୋଇପାରୁନାହିଁ । ଆଉ ବାକି ନଳକୂଅରୁ ଫ୍ଲୋରାଇଡ ଯୁକ୍ତ ପାଣି ଆସୁଥିବା ଅଭିଯୋଗ ହୋଇଛି । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

water crisis in boudha district
ପାଣି ପାଲଟିଛି ଜହର! ଗାଁ ଛାଡୁଛନ୍ତି ଲୋକେ
author img

By

Published : Feb 4, 2020, 11:53 PM IST

ବୌଦ୍ଧ: ପାନୀୟ ଜଳ ପାଲଟିଛି ଜହର । ଜଳ ନ ପାଇଁ ଲୋକେ ଗାଁ ଛାଡୁଥିବା ଅଭିଯୋଗ । ଏଭଳି ଅଭିଯୋଗ ଆସିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ବରଝୁଲି ଗାଁରୁ । ଫ୍ଲୋରାଇଡ ଯୁକ୍ତ ପାଣି ଓ ଜଳସ୍ତର ହ୍ରାସ ଯୋଗୁଁ ପାନୀୟ ଜଳ ଯୋଗାଣ ପାଇଁ ବାରମ୍ବାର ଅଭିଯୋଗ ପରେ କୌଣସି ସୁଫଳ ନମିଳିବାରୁ କିଛି ଲୋକ ଗାଁ ଛାଡୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ପାଣି ପାଲଟିଛି ଜହର! ଗାଁ ଛାଡୁଛନ୍ତି ଲୋକେ

ଗାଁରେ ଥିବା ପନ୍ଦରଟି ନଳକୂପ ମଧ୍ୟରୁ ବାରଟି ନଳକୂପ ସମ୍ପୂର୍ଣ୍ଣ ବ୍ୟବହାର ଉପଯୋଗୀ ହୋଇନଥିବା ବେଳେ ଅନ୍ୟ 3ଟିରୁ ମଧ୍ୟ ଅପରିଷ୍କାର ପାଣି ବାହାରୁଛି । ଗାଁର କୂଅ ମଧ୍ୟ ବ୍ୟବହାର ଉପଯୋଗୀ ହୋଇନଥିବାରୁ ଗାଁ ଲୋକେ ବାଧ୍ୟ ହୋଇ ଦୂରଦୂରାନ୍ତରୁ କିମ୍ବା ପଡୋଶୀ ଗାଁରୁ ପାନୀୟ ଜଳ ବୋହି ଆଣୁଛନ୍ତି । ଏ ସମ୍ପର୍କରେ ଗ୍ରାମବାସୀ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ଓ ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ସବୁଠାରେ ଗୁହାରି କଲେ ମଧ୍ୟ କୌଣସି ସୁଫଳ ମିଳୁ ନଥିବା ଅଭିଯୋଗ କରିଛନ୍ତି । ଖୁବ ଶିଘ୍ର ଟ୍ୟାଙ୍କର ଯୋଗେ ଗ୍ରାମବାସୀଙ୍କୁ ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି ସ୍ଥାନୀୟ ସରପଞ୍ଚ କହିଛନ୍ତି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

Intro:ପାନୀୟ ଜଳ ପାଲଟିଛି ଜହର ।ପାନୀୟ ଜଳର ଉତ୍କଟ ସମସ୍ୟା ଯୋଗୁଁ ଗାଁର କିଛି ଲୋକ ଅନ୍ୟତ୍ର ଚାଲିଯାଉଥିବା ଅଭିଯୋଗ ହୋଇଛି ।
ପାନୀୟ ଜଳର ଉତ୍କଟ ସମସ୍ୟା ଯୋଗୁଁ ଗାଁ ଛାଡୁଛନ୍ତି ଲୋକ । ଫ୍ଲୋରାଇଡ ଯୁକ୍ତ ପାଣି ଓ ଜଳସ୍ତର ହ୍ରାସ ଯୋଗୁଁ ପାନୀୟ ଜଳ ଯୋଗାଣ ପାଇଁ ବାରମ୍ବାର ଅଭିଯୋଗ ପରେ କୌଣସି ସୁଫଳ ନମିଳିବାରୁ କିଛି ଲୋକ ଗାଁ ଛାଡୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।ଗାଁରେ ଥିବା ପନ୍ଦର ଟି ନଳକୂପ ମଧ୍ୟରୁ ବାରଟି ନଳକୂପ ସମ୍ପୂର୍ଣ୍ଣ ବ୍ୟବହାର ଉପଯୋଗୀ ହୋଇନଥିବା ବେଳେ ଅନ୍ୟ ତିନୋଟି ରୁ ମଧ୍ୟ ଅପରିଷ୍କାର ପାଣି ବାହାରୁଥିବା ସୂଚନା ମିଳିଛି ।ଗାଁର କୂପ ଗୁଡିକ ମଧ୍ୟ ବ୍ୟବହାର ଉପଯୋଗୀ ହୋଇନଥିବାରୁ ଗାଁ ଲୋକେ ବାଧ୍ୟ ହୋଇ ଦୂରଦୂରାନ୍ତରୁ କିମ୍ବା ପଡୋଶୀ ଗାଁରୁ ପାନୀୟ ଜଳ ବୋହି ଆଣିବାକୁ ପଡୁଛି ।ଏ ସମ୍ପର୍କରେ ଗ୍ରାମବାସୀ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ଓ ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ସବୁଠାରେ ଗୁହାରି କଲେ ମଧ୍ୟ କୌଣସି ସୁଫଳ ମିଳୁ ନଥିବା ଅଭିଯୋଗ କରିଛନ୍ତି ।ତେବେ ଏନେଇ ଆଗାମୀ ଅଳ୍ପ ଦିନରେ ଟ୍ୟାଙ୍କର ଯୋଗେ ଗ୍ରାମବାସୀ ଙ୍କୁ ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି ସ୍ଥାନୀୟ ସରପଞ୍ଚ ଈଟିଭି ଭାରତ କୁ କହିଛନ୍ତି ।

Body:ପାନୀୟ ଜଳର ଉତ୍କଟ ସମସ୍ୟା ଯୋଗୁଁ ଗାଁ ଛାଡୁଛନ୍ତି ପରିବାର ।

Conclusion:ବାଇଟ-୧-ଅଷ୍ଟମୀ ମହାନନ୍ଦିଆ, ବରଝୁଲି
ବାଇଟ-୨-ପଦ୍ମିନୀ ନାଏକ,ଗ୍ରାମବାସୀ
ବାଇଟ-୩-ଦିଲ୍ଲୀପ ପ୍ରଧାନ, ସରପଞ୍ଚ, ସାମ୍ପୋଚ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.