ETV Bharat / state

ଲକଡାଉନ ନିୟମ ମାନୁନାହାଁନ୍ତି ଲୋକେ, ବୌଦ୍ଧରେ ବଢୁଛି ମୃତ୍ୟୁହାର

author img

By

Published : Jun 4, 2021, 10:00 AM IST

ଜିଲ୍ଲାରେ ସଂକ୍ରମଣ ରୋକିବାକୁ ପ୍ରଶାସନ ବିଭିନ୍ନ ସ୍ଥାନରେ ବ୍ଲକିଂ ଓ ଚେକିଂକୁ ଯୋରଦାର କରିଛି । ମାତ୍ର ଅମାନିଆଙ୍କ ଯୋଗୁଁ ଗ୍ରାମାଞ୍ଚଳରେ ସଂକ୍ରମଣ ପୂର୍ବ ଭଳି ସ୍ଥିତିରେ ରହିଛି । ଅଧିକ ପଢନ୍ତୁ...

ଲକଡାଉନକୁ ମାନୁ ନାହାଁନ୍ତି ଲୋକେ, ବୌଦ୍ଧରେ ବଢୁଛି ମୃତ୍ୟୁ ହାର

ବୌଦ୍ଧ: ଜିଲ୍ଲାରେ ସଂକ୍ରମଣ ରୋକିବାକୁ ପ୍ରଶାସନ ବିଭିନ୍ନ ସ୍ଥାନରେ ବ୍ଲକିଂ ଓ ଚେକିଂକୁ ଯୋରଦାର କରିଛି । ମାତ୍ର ଅମାନିଆଙ୍କ ଯୋଗୁଁ ଗ୍ରାମାଞ୍ଚଳରେ ସଂକ୍ରମଣ ପୂର୍ବ ଭଳି ସ୍ଥିତିରେ ରହିଛି । ତେବେ ପ୍ରଶାସନର କଡା ପଦକ୍ଷେପ ଯୋଗୁଁ ବୌଦ୍ଧ ସହରାଞ୍ଚଳରେ ଗତ କିଛି ଦିନ ହେବ ସଂକ୍ରମିତଙ୍କ ସଂଖ୍ୟା ଏକକ ସଂଖ୍ୟାରେ ରହିଛି । ସେପଟେ ବୌଦ୍ଧ ବସଷ୍ଟାଣ୍ଡ ଖାଲି ପଡିଥିବା ବେଳେ ୫୭ ନମ୍ବର ଜାତୀୟ ରାଜପଥ ଉପରେ ପୁରୁଣା ବ୍ଲକ ଛକ ନିକଟରେ ବଜାର ବସୁଥିବାରୁ କୌଣସି ସମୟରେ ମଧ୍ୟ ଅଘଟଣର ଆଶଙ୍କା ରହିଛି ।

ସେହିପରି ଜିଲ୍ଲାର ବିଭିନ୍ନ ବଜାର ଓ ବ୍ୟାଙ୍କ ଗୁଡିକରେ ପ୍ରବଳ ଭିଡ ଦେଖିବାକୁ ମିଳୁଛି । ଜିଲ୍ଲାର ହରଭଙ୍ଗା ବ୍ଲକରେ ସଂକ୍ରମଣ ହାର ଅଧିକ ରହୁଥିବା ବେଳେ କଣ୍ଟାମାଳ ବ୍ଲକରେ ମୃତ୍ୟୁହାର ଅଧିକ ରହିଛି । କଣ୍ଟାମାଳ ବ୍ଲକର ପ୍ରଥମ ଅଧ୍ୟକ୍ଷଙ୍କ ପୁଅ ତଥା ବିଳାସପୁର ସମବାୟ ସମିତିର ପୂର୍ବତନ ସଭାପତି ଏବଂ ବୌଦ୍ଧ ସମବାୟ ବ୍ୟାଙ୍କର ବରିଷ୍ଠ ଅଧିକାରୀଙ୍କ କୋରୋନାଜନିତ ମୃତ୍ୟୁ ଯୋଗୁଁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.