ETV Bharat / state

ଶୀତରେ ଥରୁଛି ବୌଦ୍ଧ, ଜନଜୀବନ ପ୍ରଭାବିତ - cold wave problems

ରାଜ୍ୟରେ ଧୀରେଧୀରେ ବୃଦ୍ଧି ପାଉଛି ଶୀତ ଲହରୀ । ଶୀତ ସକାଳ ଓ କଅଁଳ ଖରାର ତାତିକୁ ଉପଭୋଗ କରୁଛନ୍ତି ବୌଦ୍ଧବାସୀ । ଅଧିକ ପଢନ୍ତୁ

ଲୋକମାନେ ଅତ୍ୟାଧିକ ଜାଡ ଯୋଗୁଁ ନିଆଁ ପୋଇଁ ହେଉଛନ୍ତି

author img

By

Published : Dec 21, 2022, 6:09 PM IST

ଶୀତରେ ଥରୁଛି ସାରା ଜିଲ୍ଲା, ମଣିଷ ସହ ପଶୁପକ୍ଷୀ ପ୍ରଭାବିତ

ବୌଦ୍ଧ: ଖସୁଛି ପାରଦ ବଢୁଛି ଶୀତ । ରାଜ୍ୟରେ ଧୀରେଧୀରେ ବୃଦ୍ଧି ପାଉଛି ଶୀତ ଲହରୀ । ଏହାରି ମଧ୍ୟରେ ବୌଦ୍ଧରେ ଜାରି ରହିଛି ଶୀତର ପ୍ରକୋପ । ଶୀତର ଲହରୀ ଜାରି ରହିଥିବା ବେଳେ ଏହା ଜୀବନ ଯାତ୍ରାକୁ କରିଛି ପ୍ରଭାବିତ । ଖସୁଛି ପାରଦ ବଢୁଛି ଜାଡ । ଦିନକୁ ଦିନ ଖସିବାରେ ଲାଗିଛି ପାରଦ । ଚାରିଆଡେ ଘନ କୁହୁଡି । ଘାସ ଗାଲିଚା ଓ ଫୁଲରେ ପଡିଛି କାକର ବୁନ୍ଦା । ଫଳରେ କାଠୁଆ ଜାଡରେ ଅସ୍ତବ୍ୟସ୍ତ ହୋଇ ପଡିଛି ଜନ ଜୀବନ । ଖାଲି ମଣିଷ ନୁହେଁ ପଶୁମାନେ ମଧ୍ୟ ଏଥିପାଇଁ ହୋଇଛନ୍ତି ପ୍ରଭାବିତ । ଶୀତ ସକାଳ ଓ କଅଁଳ ଖରାର ତାତିକୁ ଉପଭୋଗ କରୁଛନ୍ତି ବୌଦ୍ଧବାସୀ ।

ବୌଦ୍ଧ ଜିଲ୍ଲାରେ ହାଡଭଙ୍ଗା ଶୀତ ଅନୂଭୁତ ହେଉଛି । ବିଶେଷ ଭାବରେ ଜିଲ୍ଲାର ଆଭ୍ୟନ୍ତରୀଣ ଅଞ୍ଚଳରେ ଘନ କୁହୁଡି ସାଙ୍ଗକୁ ପ୍ରବଳ ଶୀତ ଅନୁଭୂତ ହେଉଛି । ଉପାନ୍ତ ଆଢେଣୀଗଡ, ତଳଗାଁ, ମହାଲିକପଡା, ଟିକରପଡା, ଆମ୍ବଝରୀ, ଶଗଡା, ଗୁନ୍ଦୁଳିଆ,ଲମ୍ବସରୀ,ବରଗାଁ, ଉମା, ନାରାୟଣ ପ୍ରସାଦ ଭଳି ପଞ୍ଚାୟତର ବଣ ଜଙ୍ଗଲ ଘେରା ଅଞ୍ଚଳରେ ସକାଳୁ ସକାଳୁ କୁହୁଡି ଓ ଘାସରେ କାକର ଜମିଥିବା ଦେଖିବାକୁ ମିଳୁଛି । କିଏ ଶୀତର ଦାଉରୁ ରକ୍ଷା ପାଇବା ପାଇଁ ଶୀତ ବସ୍ତ୍ର ସହ ଚାଦର ଘୋଡାଇ ହୋଇଛି ତ ଆଉ କିଏ ଗାଁ ଦାଣ୍ଡରେ ନିଆଁ ଲଗାଇ ପୋଇଁ ହେଉଛନ୍ତି । ଏସବୁ ଭିତରେ ଗୋଟିଏ ପଟେ ସହରବାସୀ ଶୀତୁଆ ସକାଳକୁ ଉପଭୋଗ କରୁଥିବା ବେଳେ ଗରିବ ଖଟିଖିଆଙ୍କୁ ଏହା ବେଶ କଷ୍ଟ ଦେଉଛି ।

ପ୍ରବଳ ଜାଡ ଯୋଗୁଁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବା ବେଳେ ଅନେକ ସ୍ଥାନରେ ଲୋକେ ଶୀତରୁ ରକ୍ଷା ପାଇବା ପାଇଁ ନିଆଁ ଜାଳି ବସିଛନ୍ତି ତ ଆଉ କେଉଁଠି ଜମୁଛି ଚା ଖଟିର ଆସର । । ସନ୍ଧ୍ୟା ହେଲେ ରାସ୍ତା ଘାଟ ଓ ବଜାର ସବୁ କିଛି ହୋଇ ଯାଉଛି ଶୂନଶାନ । ପ୍ରବଳ ଶୀତ ଯୋଗୁଁ ଗରିବ ଅସହାୟଙ୍କ ସହିତ ପଶୁପକ୍ଷୀମାନେ ମଧ୍ୟ ଗଭୀର ଭାବରେ ପ୍ରଭାବିତ ହେଉଥିବା ଦେଖିବାକୁ ମିଳିଛି ।

ବୌଦ୍ଧ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.