ETV Bharat / state

ଆଦର୍ଶ ଗାଁରେ ଜଳ ସମସ୍ୟା: ଭୋଟ ବର୍ଜନ ପାଇଁ ଗ୍ରାମବାସୀଙ୍କ ଚେତାବନୀ - ଭୋଟ ବର୍ଜନ

ବୌଦ୍ଧର ଆଦର୍ଶ ଗ୍ରାମରେ ପାନୀୟ ଜଳ ସମସ୍ୟା ଦେଖା ଦେବାରୁ ଭୋଟ ବର୍ଜନ ପାଇଁ ଗ୍ରାମବାସୀମାନେ ସରକାରଙ୍କୁ ଚେତାବନୀ ଦେଇଛନ୍ତି । ଅଧିକ ପଢନ୍ତୁ...

ଆଦର୍ଶ ଗ୍ରାମରେ ଜଳ ସମସ୍ୟା: ଭୋଟ ବର୍ଜନ ପାଇଁ ଗ୍ରାମବାସୀଙ୍କ ଚେତାବନୀ

author img

By

Published : Mar 3, 2021, 10:24 AM IST

ବୌଦ୍ଧ: ଖରାଦିନ ଆରମ୍ଭରୁ ସରକାରଙ୍କ ଆଦର୍ଶ ଗ୍ରାମରେ ଦେଖା ଦେଲାଣି ଜଳ ସମସ୍ୟା । ଏହି ସମସ୍ୟା ଦେଖାଦେବାରୁ ଗ୍ରାମବାସୀମାନେ ଆଗାମୀ ନିର୍ବାଚନ ପାଇଁ ଭୋଟ ବର୍ଜନ କରିବେ ବୋଲି ସରକାରଙ୍କୁ ଚେତାବନୀ ଦେଇଛନ୍ତି ।

ଆଦର୍ଶ ଗ୍ରାମରେ ଜଳ ସମସ୍ୟା: ଭୋଟ ବର୍ଜନ ପାଇଁ ଗ୍ରାମବାସୀଙ୍କ ଚେତାବନୀ

ଜିଲ୍ଲାରେ ପ୍ରବାହିତ ହେଉଥିବା ମହାନଦୀ କୂଳରେ ଥାଇ ମଧ୍ୟ ପାନୀୟ ଜଳକୁ ନେଇ ଅନେକ ସମୟରେ ସମସ୍ୟା ସୃଷ୍ଟି ହୋଇଥାଏ । ଏହାକୁ ଦୃଷ୍ଟିରେ ରଖି ସରକାର କଣ୍ଟାମାଳ ବ୍ଲକର ଲୋକାପଡା ଓ ବୌଦ୍ଧ ବ୍ଲକର ଚନ୍ଦ୍ରପୁରଠାରେ 2ଟି ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିଥିଲେ । ତେବେ ହରଭଙ୍ଗା ବ୍ଲକ ନିମନ୍ତେ ଏହି ପାନୀୟଜଳର ସର୍ବାଧିକ ଆବଶ୍ୟକତା ରହିଛି । କାରଣ ଏହି ହରଭଙ୍ଗା ବ୍ଲକର ବିଭିନ୍ନ ଗ୍ରାମରେ ପାନୀୟଜଳ ସମସ୍ୟା ଯୋଗୁଁ କିଡନୀ ରୋଗ ମହାମାରୀର ରୂପ ନେବା ସହ ଅଧିକାଂଶ ଲୋକଙ୍କ ମୃତ୍ୟୁ ଘଟୁଥିବା ଦେଖିବାକୁ ମିଳିଛି ।

ବର୍ତ୍ତମାନ ଖରାଦିନ ଆରମ୍ଭରୁ ହରଭଙ୍ଗା ବ୍ଲକର ବିଭିନ୍ନ ସ୍ଥାନରେ ପାନୀୟଜଳର ଉତ୍କଟ ଅଭାବ ଦେଖା ଦେଲାଣି । ବ୍ଲକର ଶଙ୍କୁଳେଇ ପଞ୍ଚାୟତ ରାଉତପଡା ଗ୍ରାମ ଯାହାକି ସରକାରଙ୍କ ଆଦର୍ଶ ଗ୍ରାମ ଭାବରେ ପରିଚିତ, ସେଠାରେ ପାନୀୟଜଳ ପାଇଁ ବାରମ୍ବାର ଦାବି ପରେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ କରି ଆଗାମୀ ନିର୍ବାଚନରେ ଗ୍ରାମବାସୀ ଭୋଟ ବର୍ଜନ ପାଇଁ ଚେତାବନୀ ଦେଇଛନ୍ତି । ଏନେଇ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି ।

ତେବେ ରାଉତପଡା ସହିତ ଅତଳସରା, ମାରଡା, କାଚପାଜୁ ଭଳି ଶହ ଶହ ଗ୍ରାମରେ ପାନୀୟଜଳକୁ ନେଇ ସବୁବେଳେ ସମସ୍ୟା ଲାଗି ରହୁଛି । ଜିଲ୍ଲାପାଳ ଖୋଦ ଏହି ସମସ୍ୟାକୁ ପରୋକ୍ଷରେ ସ୍ବୀକାର କରିବା ସହ ହରଭଙ୍ଗା ବ୍ଲକରେ ଆଗାମୀ ଦିନରେ ଏକ ବୃହତ ମେଗା ପାନୀୟଜଳ ପ୍ରକଳ୍ପ ପ୍ରତିଷ୍ଠା କରାଯିବ ବୋଲି ସୂଚନା ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.