ETV Bharat / state

ପୁଷପୁନୀର ଛେରଛେରା ଓ ପିଠାପଣାର ମହକରେ ମହକିଲା ଚତୁର୍ଦିଗ - ପୌଷ ପୂର୍ଣ୍ଣିମା

ବୌଦ୍ଧବାସୀ ପାଳିରେ ପୌଷ ପୂର୍ଣ୍ଣିମା । ଛେରଛେରାଠାରୁ ନେଇ ବିଭିନ୍ନ ଦେବାଦେବୀଙ୍କ ପୀଠରେ ସ୍ବତନ୍ତ୍ର ପୂଜାର୍ଚ୍ଚନା କଲେ ଗ୍ରାମବାସୀ । ଅଧିକ ପଢନ୍ତୁ

ପୌଷ ପୂର୍ଣ୍ଣିମା ଉତ୍ସବ
ପୌଷ ପୂର୍ଣ୍ଣିମା ଉତ୍ସବ
author img

By

Published : Jan 7, 2023, 7:20 AM IST

ପୁଷପୁନୀର ଛେରଛେରା ଓ ପିଠାପଣାର ମହକରେ ମହକିଲା ଚତୁର୍ଦିଗ

ବୌଦ୍ଧ: ପୌଷ ପୂର୍ଣ୍ଣିମା ଅବସରରେ ପଶ୍ଚିମ ଓଡିଶାର ପୁର ପଲ୍ଲୀରେ ଛେରଛେରା ପର୍ବ ପାଳନ କରାଯାଇଥିଲା । ଆନନ୍ଦ ଉଲ୍ଲାସର ସହିତ ପାଳିତ ହେଲା ପୌଷ ପୂର୍ଣ୍ଣିମା ବା ପୁଷପୁନୀ ଉତ୍ସବ । ଛେରଛେରା ଠାରୁ ନେଇ ବିଭିନ୍ନ ଦେବାଦେବୀଙ୍କ ପୀଠରେ ସ୍ବତନ୍ତ୍ର ପୂଜାର୍ଚ୍ଚନା ଓ ସ୍ବତନ୍ତ୍ର ପୁନେଇ ମଣ୍ଡା ଆଦାନ ପ୍ରଦାନ କରି ଉତ୍ସବ ପାଳନ କରାଯାଇଥିଲା । ଗାଁ ଗାଁରେ ପିଠା ମଣ୍ଡାର ମହକରେ ଚତୁର୍ଦିଗ ମହକିଥିଲା । ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ପୂର୍ଣ୍ଣିମା ଅବସରରେ ପୁଷପୁନୀ ଉତ୍ସବ ପାରମ୍ପରିକ ରୀତିନୀତିରେ ପାଳନ କରାଯାଇଛି । ପୁର ପଲ୍ଲୀରେ ଥିବା ବିଭିନ୍ନ ଦେବାଦେବୀଙ୍କ ପୀଠ ସହିତ ବିଭିନ୍ନ ଡିମୁଳ ଠାରେ ସ୍ବତନ୍ତ୍ର ଭାବରେ ପୂଜାର୍ଚ୍ଚନା କରି ଛେଦ ପ୍ରଦାନ କରାଯାଇଥିଲା ।

ଗାଁ ଗାଁରେ ଜି ଛେରଛେରା ଭଳି ଉତ୍ସବ ଲୋକେ ପାରମ୍ପରିକ ଗୀତଗାଇ ବେଶ୍ ଆନନ୍ଦରେ ଉତ୍ସବ ପାଳିଥିଲେ । ପୁଷପୁନୀ ପାଇଁ ଘରେ ଘରେ ପିଠାପଣାର ମହକରେ ମହକି ଉଠିଥିଲା । ସ୍ବତନ୍ତ୍ର ପୁନେଇ ମଣ୍ଡା ଗାଁରେ ଲୋକମାନେ ନିଜ ନିଜ ମଧ୍ୟରେ ବାଣ୍ଟିଥିଲେ । ସେପଟେ ଜିଲ୍ଲାର ଉପାନ୍ତ ଟିକରପଡା ପଞ୍ଚାୟତର ଦୁର୍ଗମ ବରପଦରଠାରେ ଥିବା ଦେବୀ ସିଂହସିନୀଙ୍କ ପୀଠରେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା । ଦେବୀଙ୍କ ପୀଠଟି ଅତ୍ୟନ୍ତ କୌତୁହଳପୂର୍ଣ୍ଣ ଥିବାବେଳେ ଏଠାକାର ପୂଜା ପରମ୍ପରା ମଧ୍ୟ ବେଶ ଧୂମଧାମରେ ପାଳିତ ହୋଇଥିଲା । ତେବେ ପୁଷପୁନୀ ପାଇଁ ଏହି ପବିତ୍ର ପୀଠ ସହିତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ଦେବାଦେବୀ ପୀଠ ଓ ଗାଁ ଗାଁରେ ଉତ୍ସବର ମାହୋଲ ସୃଷ୍ଟି ହୋଇଥିଲା ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.