ବୌଦ୍ଧ: ଜିଲ୍ଲାର ବିଭିନ୍ନ ପାଥୋଲ୍ୟାବ ଏବଂ କ୍ଲିନିକ ଉପରେ ପ୍ରଶାସନ ପକ୍ଷରୁ ଚଢାଉ କରାଯାଇଛି । ରାଜ୍ୟ ସରକାରଙ୍କ 5-ଟି ଯୋଜନାରେ ବୁଧବାର ଏହି ଚଢାଉ କରାଯାଇଥିଲା ।
ଚଢାଉ ବେଳେ ସହର ମଧ୍ୟରେ ଦୀର୍ଘ ଦିନରୁ ଚାଲିଆସୁଥିବା କ୍ଲିନିକ୍ ଓ ଅଲଟ୍ରାସାଉଣ୍ଡ କ୍ଲିନିକ୍ର ଆବଶ୍ୟକୀୟ ନଥିପତ୍ରର ଯାଞ୍ଚ କରାଯାଇଥିଲା । ବେଆଇନ କ୍ଲିନିକ୍ ଗୁଡିକୁ ବନ୍ଦ କରି ଦିଆଯାଇଥିଲା । ଉକ୍ତ ଚଢାଉରେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଏସପି ଭି ରଘୁନାଥ ରାଓ, ପିଡି ସୂର୍ଯ୍ୟ ନାରାୟଣ ଦାସ, ଡାକ୍ତରଖାନାର ଉଚ୍ଚ ପଦସ୍ଥ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।
ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା 5-ଟି ସଚିବ ଆଇଏଏସ ଭି.କାର୍ତ୍ତିକେୟ ପାଣ୍ଡିଆନ ବୌଦ୍ଧ ଜିଲ୍ଲା ଗସ୍ତରେ ଆସୁଥିବାରୁ ଜିଲ୍ଲାର ବିଭିନ୍ନ ଡାକ୍ତରଖାନାର ଅବ୍ୟବସ୍ଥାକୁ ସୁଧାରିବାକୁ ରାତାରାତି କାମ ଚାଲିଛି । ନିଜେ ଜିଲ୍ଲାପାଳ ଡାକ୍ତରଖାନାର ପରିମଳ ଓ ଆଲୋକ ବ୍ୟବସ୍ଥା ଦେଖି ତୁରନ୍ତ ସଜାଡିବାକୁ ତାଗିଦ୍ କରିଥିଲେ ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ