ETV Bharat / state

5T ରୂପାନ୍ତକରଣ ବିଦ୍ୟାଳୟରେ ଅବ୍ୟବସ୍ଥା, ତାଲା ପକାଇ ଧାରଣାରେ ଅଭିଭାବକ - 5t ବିଦ୍ୟାଳୟରେ ବ୍ୟାପକ ଅନିୟମିତତା

5t ବିଦ୍ୟାଳୟରେ ବ୍ୟାପକ ଅନିୟମିତତା ସହ ଶିକ୍ଷା ଦାନ ବ୍ୟବସ୍ଥା ଭୁଷୁଡି ପଡିଥିବା ଅଭିଯୋଗରେ ବୌଦ୍ଧ ଜିଲ୍ଲା ତେଲିବନ୍ଧ ଉଚ୍ଚ ବିଦ୍ୟାଳୟରେ ତାଲା ପକାଇ ଧାରଣାରେ ବସିଲେ ଉତ୍ୟକ୍ତ ଅଭିଭାବକ । ଅଧିକ ପଢନ୍ତୁ

ତେଲିବନ୍ଧ ଉଚ୍ଚ ବିଦ୍ୟାଳୟରେ ତାଲା ପକାଇଲେ ଅଭିଭାବକ

author img

By

Published : Aug 23, 2022, 12:41 PM IST

ବୌଦ୍ଧ: ବିଦ୍ୟାଳୟରେ ଚରମ ବିଶୃଙ୍ଖଳା ଅଭିଯୋଗ । 5T ବିଦ୍ୟାଳୟରେ ବ୍ୟାପକ ଅନିୟମିତତା ସହ ଶିକ୍ଷା ଦାନ ବ୍ୟବସ୍ଥା ଭୁଷୁଡି ପଡିଥିବା ଅଭିଯୋଗରେ ବିଦ୍ୟାଳୟରେ ତାଲା ପକାଇ ଧାରଣାରେ ବସିଲେ ଅଭିଭାବକ । ବୌଦ୍ଧ ଜିଲ୍ଲାରୁ ଏଭଳି ଚିତ୍ର ସାମ୍ନାକୁ ଆସିଛି । ସ୍ଥାନୀୟ ତେଲିବନ୍ଧ ଉଚ୍ଚ ବିଦ୍ୟାଳୟରେ ଧାରଣା ବସିଛନ୍ତି ଅଭିଭାବକ ।

ତେଲିବନ୍ଧ ଉଚ୍ଚ ବିଦ୍ୟାଳୟରେ ତାଲା ପକାଇଲେ ଅଭିଭାବକ

ବୌଦ୍ଧ ଜିଲ୍ଲା ତେଲିବନ୍ଧ ଉଚ୍ଚ ବିଦ୍ୟାଳୟ ଗତ ପ୍ରାୟ ଦୁଇ ମାସ ପୂର୍ବେ 5T ଅନ୍ତର୍ଗତ ହୋଇ ଲୋକାର୍ପିତ ହୋଇଥିଲା । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ବିଦ୍ୟାଳୟର ଅନେକ ନିର୍ମାଣ କାର୍ଯ୍ୟ ଅରପନ୍ତରିଆ ହୋଇ ପଡିରହିଛି । ସେହିପରି ବିଦ୍ୟାଳୟରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନଥିବାରୁ ଶିକ୍ଷା ଦାନ ଠିକରେ ହୋଇ ପାରୁନଥିବା ଅଭିଯୋଗ ହୋଇଛି । ସେପଟେ ବିଦ୍ୟାଳୟର ଜନୈକ ଶିକ୍ଷକ ସ୍କୁଲର ଲକ୍ଷ ଲକ୍ଷ ଟଙ୍କାର ହିସାବ ଦେଉନଥିବା ଅବିଭାବକ ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ:ଭଙ୍ଗାଘରେ ଚାଲିଛି ଅଙ୍ଗନବାଡି କେନ୍ଦ୍ର, ବିପଦ ସଙ୍କୁଳ ଅବସ୍ଥାରେ ଚାଲିଛି ଭବିଷ୍ୟତ ଗଢା

ବର୍ତ୍ତମାନ ପ୍ରଧାନ ଶିକ୍ଷକ ଦାୟିତ୍ୱ ଠିକରେ ତୁଲାଇପାରୁ ନଥିବା ତଥା ଆର୍ଥିକ ଅନିୟମିତତା ତଦନ୍ତ ଦାବିରେ ତେଲିବନ୍ଧ ହାଇସ୍କୁଲରେ ଉତ୍ୟକ୍ତ ଅବିଭାବକମାନେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବିଦ୍ୟାଳୟ ପରିଚାଳନା କମିଟି ଅଭିଯୋଗ କରି କହିଛନ୍ତି ଯେ, "ବିଦ୍ୟାଳୟ ନିର୍ମାଣ କାର୍ଯ୍ୟରେ ପ୍ରାୟ ୫ ଲକ୍ଷ ଟଙ୍କା ହେରଫେର ହୋଇଛି । ସ୍କୁଲର ଅବ୍ୟବସ୍ଥା ନେଇ ଆମେ ଜଣାଇଥିଲୁ । ବାରମ୍ବାର ଅଭିଯୋଗ କରିବା ସତ୍ତ୍ବେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି । ଶିକ୍ଷକର ମଧ୍ୟ ଘୋର ଅଭାବ ଦେଖାଦେଇଛି ।"

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.