ETV Bharat / state

ଅବ୍ୟବସ୍ଥା ଘେରରେ ଅଙ୍ଗନବାଡି କେନ୍ଦ୍ର, ତାଲା ପକାଇଲେ ଅଭିଭାବକ

author img

By ETV Bharat Odisha Team

Published : Nov 24, 2023, 8:01 PM IST

Updated : Nov 24, 2023, 8:06 PM IST

ଅଙ୍ଗନବାଡି କେନ୍ଦ୍ର ଉପଯୁକ୍ତମାନର ଖାଦ୍ୟ ଦିଆଯାଉନଥିବା ଅଭିଯୋଗ । କେନ୍ଦ୍ରରେ ଦୀର୍ଘ ୩ ଦିନ ହେବ ତାଲା ପଡିଥିଲେ ମଧ୍ୟ କୌଣସି ଅଧିକାରୀଙ୍କ ଦେଖିାନାହିଁ । ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାମବାସୀ । ଅଧିକ ପଢନ୍ତୁ

ଅବ୍ୟବସ୍ଥା ଘେରରେ ଅଙ୍ଗନବାଡି କେନ୍ଦ୍ର, ତାଲା ପକାଇଲେ ଅଭିଭାବକ
ଅବ୍ୟବସ୍ଥା ଘେରରେ ଅଙ୍ଗନବାଡି କେନ୍ଦ୍ର, ତାଲା ପକାଇଲେ ଅଭିଭାବକ

ଅବ୍ୟବସ୍ଥା ଘେରରେ ଅଙ୍ଗନବାଡି କେନ୍ଦ୍ର, ତାଲା ପକାଇଲେ ଅଭିଭାବକ

ବୌଦ୍ଧ: ଅଙ୍ଗନବାଡି କେନ୍ଦ୍ରରେ ଚରମ ଅବ୍ୟବସ୍ଥା କୁନେଇ ଗ୍ରାମବାସୀ ପ୍ରତିବାଦ । କେନ୍ଦ୍ରରେ ୩ ଦିନ ହେଲା ତାଲା ପଡ଼ିଥିଲେ ମଧ୍ୟ କୌଣସି ଅଧିକାରୀ ଏହାର ସମାଧାନ ପାଇଁ ପହଞ୍ଚି ନଥିବାରୁ ଗ୍ରାମବାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଜିଲ୍ଲାର ୩ ବ୍ଲକର ୬୯ ପଞ୍ଚାୟତର ଏଭଳି ଶତାଧିକ ଗ୍ରାମ ରହିଛି ଯେଉଁଠାରେ ଆଜି ପର୍ଯ୍ୟନ୍ତ ଅଙ୍ଗନବାଡି କେନ୍ଦ୍ରର ନିଜସ୍ଵ ଗୃହ ନିର୍ମାଣ ହୋଇ ପାରୁନାହିଁ । ବୌଦ୍ଧ, ହରଭଙ୍ଗା ଓ କଣ୍ଟାମାଳ ବ୍ଲକର ଉପାନ୍ତ ଅଞ୍ଚଳରେ ଅଙ୍ଗନବାଡି କେନ୍ଦ୍ର ନାମକୁ ମାତ୍ର ରହିଛି । କିନ୍ତୁ ଅନେକ ସ୍ଥାନରେ ଖୋଲା ଆକାଶ ତଳେ ଅଙ୍ଗନବାଡି କେନ୍ଦ୍ର ଚାଲିଥିବା ବେଳେ ଆଉ କେତେକ ସ୍ଥାନରେ ଅର୍ଦ୍ଧ ନିର୍ମିତ ଅବସ୍ଥାରେ ରହିଛି । ତେବେ ବର୍ତ୍ତମାନ ଖାଦ୍ୟକୁ ନେଇ ଏକ ଅଙ୍ଗନବାଡି ଦିଦିଙ୍କ ନାଁରେ ଗ୍ରାମବାସୀ ଅଭିଯୋଗ ଆଣିବା ସହିତ କେନ୍ଦ୍ରରେ ତାଲା ପକାଇଛନ୍ତି ଗ୍ରାମବାସୀ ।

ଜିଲ୍ଲା ସଦର ବ୍ଲକ ଟିକରପଡା ପଞ୍ଚାୟତର ଫୁରୁଡା ଅଙ୍ଗନବାଡି କେନ୍ଦ୍ରରେ ବ୍ୟାପକ ଅନିୟମିତତା ତଥା ବିଶୃଙ୍ଖଳା ହେଉଥିବା ଅଭିଯୋଗ ହୋଇଛି । କୋମଳମତି ଶିଶୁମାନେ ଉପଯୁକ୍ତମାନର ଖାଦ୍ୟ ଠିକରେ ପାଉନଥିବା ତଥା ଅଙ୍ଗନବାଡି ଦିଦି ନିୟମିତ କେନ୍ଦ୍ରକୁ ଆସୁନଥିବା ଅଭିଯୋଗ କରି ଅବିଭାବକମାନେ ଗତ ୩ ଦିନ ହେଲା ତାଲା ପକାଇ ପ୍ରତିବାଦ କରିଛନ୍ତି । ଅଙ୍ଗନବାଡି ଶିଶୁମାନଙ୍କୁ ଦୀର୍ଘ ଦିନ ହେଲା ଖାଦ୍ୟ କୁନେଇ ଏଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଥିବା ଅଭିଯୋଗ କରାଯିବା ସହିତ ଏହାର ତଦନ୍ତ ପାଇଁ ଦାବି କରାଯାଇଛି ।ଜିଲ୍ଲାର ୩ ବ୍ଲକର ବହୁ ଅଙ୍ଗନାବାଡିରେ ବର୍ତ୍ତମାନ ମଧ୍ୟ ଖୋଲା ଆକାଶ ତଳେ ରୋଷେଇ କରାଯାଇଥିବା ଦେଖିବକୁ ମିଲୁଛି । ଏହି ଫୁରୁଡା ଅଙ୍ଗନବାଡି କେନ୍ଦ୍ରରେ ମଧ୍ୟ ଖୋଲା ଆକାଶ ତଳେ ରୋଷେଇ କାର୍ଯ୍ୟ ସମ୍ପାଦନ ହେଉଛି ।

ଏହା ମଧ୍ୟ ପଢନ୍ତୁ.....ଅଙ୍ଗନବାଡିରେ ଝୁଲୁଛି ତାଲା, ଖୋଲା ଆକାଶ ତଳେ ଚାଲିଛି ପାଠପଢା

ତେବେ ଅଭିଯୋଗକୁ ସ୍ଥାନୀୟ ଅଙ୍ଗନବାଡି ଦିଦି ଅସ୍ୱୀକାର କରିବା ସହିତ କେବଳ ଅତି ଜରୁରୀ କାର୍ଯ୍ୟ ହେଲେ ସେ ଛୁଟିରେ ରହୁଥିବା ସୂଚନା ଦେଇଛନ୍ତି । ଫୁରୁଡା ଅଙ୍ଗନବାଡି କେନ୍ଦ୍ରରେ ଗତ ୩ଦିନ ହେଲା ଅଚଳାବସ୍ଥା ଲାଗି ରହିଥିବା ବେଳେ ଏ ପର୍ଯ୍ୟନ୍ତ ଏହାର ସମାଧାନ ପାଇଁ କୋୖଣସି ବିଭାଗୀୟ ଅଧିକାରୀ ପହଞ୍ଚି ନଥିବାରୁ ଗ୍ରାମବାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ତୁରନ୍ତ ଏନେଇ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ....ଗଛ ତଳେ ଅଙ୍ଗନବାଡି କେନ୍ଦ୍ର; ରାସ୍ତା ଅଭାବରୁ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା

ଇଟିଭି ଭାରତ, ବୌଦ୍ଧ

Last Updated : Nov 24, 2023, 8:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.