ETV Bharat / state

ଛାତ୍ରୀ ନିବାସରେ ଭୂତ ଭୟ !

author img

By

Published : Jul 23, 2019, 9:19 AM IST

Updated : Jul 23, 2019, 2:02 PM IST

ବୌଦ୍ଧ ଜିଲ୍ଲା ତଳଗାଁର ସରକାରୀ ଉଚ୍ଚ ବିଦ୍ୟାଳୟରେ ଛାତ୍ରୀଙ୍କୁ ଭୂତ ଭୟ ! ବିଦ୍ୟାଳୟରେ ଛାତ୍ରୀଙ୍କ ଦେହ ଅସୁସ୍ଥତାର ପ୍ରକୃତ କାରଣ ଜାଣିବା ପାଇଁ ସ୍କୁଲରେ ପହଞ୍ଚିଥିଲା ଇଟିଭି ଭାରତ ଟିମ୍ ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ବୌଦ୍ଧ: ଜିଲ୍ଲାର ଉପାନ୍ତ ତଥା ଆଦିବାସୀ ଅଧ୍ୟୁଷିତ ପଞ୍ଚାୟତ ସଦର ମହକୁମା ତଳଗାଁରେ ରହିଛି ସରକାରୀ ଉଚ୍ଚ ବିଦ୍ୟାଳୟ ଓ ଆଦିବାସୀ ଛାତ୍ରୀ ନିବାସ । ଏଠାରେ ଗତ ଗୁରୁବାର ଦିନ 7 ଜଣ ଛାତ୍ରୀଙ୍କର ହଠାତ ପେଟ ବ୍ୟଥା, ବେକ ଓ ମୁଣ୍ଡ ବିନ୍ଧା ଆରମ୍ଭ ହୋଇଥିଲା । ତେବେ ଭୌତିକ କାଣ୍ଡ ଘଟିଥିବା ଯୋଗୁଁ ଏଭଳି ଘଟିଥିବା ସନ୍ଦେହ କରାଯାଉଥିବାବେଳେ ଏହାର ସତ୍ୟାସତ୍ୟ ଜାଣିବା ପାଇଁ ବିଦ୍ୟାଳୟରେ ପହଞ୍ଚିଥିଲା ଇଟିଭି ଭାରତ ଟିମ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ଏହାର ପ୍ରକୃତ କାରଣ ଭୂତପ୍ରେତ, ଶାରୀରିକ ଅସୁସ୍ଥତା କି ମାନସିକ ଦୁର୍ବଳତା ? ଘଟଣା ଜଣାପଡିଲା ପରେ ବୌଦ୍ଧ ଜିଲ୍ଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ତତ୍ପରତା ପ୍ରକାଶ କରି ଛାତ୍ରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ସହ ଚିକିତ୍ସା କରିଥିଲେ । ଛାତ୍ରୀ ନିବାସକୁ ଦୁଇ ଜଣ ଗୁଣିଆଙ୍କୁ ଡକାଯାଇ ଛାତ୍ରୀଙ୍କୁ ଝଡାଫୁଙ୍କା କରି ପରେ ନିଜନିଜ ଘରକୁ ପଠାଇ ଦିଆଯାଇଥିଲା ।

ଏବେ ଡାକ୍ତରୀ ଚିକିତ୍ସା ଚାଲିଥିବାବେଳେ ସବୁ କିଛି ବାହାରକୁ ଠିକ ଲାଗୁଛି । କିନ୍ତୁ ଏବେ ସବୁଠାରୁ ବଡ଼ ପ୍ରଶ୍ନ ଉଠିଛି ଯେ ଅତ୍ୟାଧୁନିକ ବିଜ୍ଞାନ ଯୁଗରେ ଗୋଟିଏ ସରକାରୀ ବିଦ୍ୟାଳୟରେ ଏଭଳି ଅଭାବନୀୟ ପରିସ୍ଥିତି ପାଇଁ ଦାୟୀ କିଏ ? କାହିଁକି ଓ କେଉଁ ପରିସ୍ଥିତିରେ ଗୁଣିଆଙ୍କୁ ଛାତ୍ରୀଙ୍କ ଦେହରୁ ଭୂତପ୍ରେତ ଝଡାଫୁଙ୍କା କରିବାକୁ ଦିଆଗଲା ।

ଏତେସବୁ ମଧ୍ୟରେ ସୋମବାର ଇଟିଭି ଭାରତକୁ ପ୍ରତିକ୍ରିୟା ଦେଇଛନ୍ତି ଛାତ୍ରୀ ନିବାସରେ ରହୁଥିବା ମହିଳା ରୋଷେୟା । ସେଠାରେ କୌଣସି ଭୟ ନଥିବା ସେ କହିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
Last Updated : Jul 23, 2019, 2:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.