ETV Bharat / state

ଖୋଲିଲା ମିଶନ ଶକ୍ତି କାଫେ-ଜିମ, ଖାଦ୍ୟ ଖାଇଲେ ଜିମ ବୁଲିଲେ ପଞ୍ଚାୟତରାଜମନ୍ତ୍ରୀ

ମହିଳା ଗୋଷ୍ଠୀଙ୍କ ଦ୍ବାରା ପରିଚାଳିତ ମିଲେଟ କାଫେ ଓ ମିଶନ ଶକ୍ତି କାଫେର ଉଦଘାଟନ କରିଛନ୍ତି ମନ୍ତ୍ରୀ ପ୍ରଦୀପ କୁମାର ଅମାତ । ଅଧିକ ପଢନ୍ତୁ

millet cafe innagurated in boudh
ବୌଦ୍ଧରେ ମିଶନ ଶକ୍ତି କାଫେ- ଜିମ ଉଦଘାଟନ
author img

By

Published : May 17, 2023, 9:59 AM IST

ବୌଦ୍ଧରେ ମିଶନ ଶକ୍ତି କାଫେ- ଜିମ ଉଦଘାଟନ

ବୌଦ୍ଧ: ଜିଲ୍ଲାରେ ଖୋଲିଲା ମହିଳା ଗୋଷ୍ଠୀଙ୍କ ଦ୍ବାରା ପରିଚାଳିତ ଜିମ । ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କ ଦ୍ବାରା ରାଜ୍ୟରେ ପ୍ରଥମଥର ପାଇଁ ମହିଳା ଗୋଷ୍ଠୀଙ୍କ ଦ୍ବାରା ପରିଚାଳିତ ଜିମର ଉଦଘାଟନ ହୋଇଛି । ଏହାଛଡା ମହିଳା ଗୋଷ୍ଠୀଙ୍କ ଦ୍ବାରା ପରିଚାଳିତ ମିଲେଟ କାଫେ ଓ ମିଶନ ଶକ୍ତି କାଫେର ଉଦଘାଟନ କରିଛନ୍ତି ମନ୍ତ୍ରୀ ପ୍ରଦୀପ କୁମାର ଅମାତ । ଏହା ମିଲେଟ କାଫେରେ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କ ସମେତ ବିଭିନ୍ନ ପ୍ରଶାସନିକ ଅଧିକାରୀ ମାଣ୍ଡିଆରୁ ପ୍ରସ୍ତୁତ ବିଭିନ୍ନ ପାରମ୍ପରିକ ଖାଦ୍ୟ ଖାଇଥିବା ଦେଖିବାକୁ ମିଳିଛି ।

ମିଶନ ଶକ୍ତି ମହିଳା ଗୋଷ୍ଠୀଙ୍କ ଦ୍ବାରା ରାଜ୍ୟରେ ପ୍ରଥମଥର ପାଇଁ ଏକ ଜିମ୍‌ର ପରିଚାଳନା ହେବ । ପଞ୍ଚାୟତିରାଜ ମନ୍ତ୍ରୀ ଏହି ଜିମ୍‌ର ଉଦଘାଟନ କରିଛନ୍ତି । ଏହା ସହିତ ଜିଲ୍ଲାର ମହିଳା ଗୋଷ୍ଠୀଙ୍କ ଦ୍ବାରା ପରିଚାଳିତ ମିଲେଟ କାଫେ ଓ ମିଶନ ଶକ୍ତି କାଫେର ଉଦଘାଟନ କରିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ । ମନ୍ତ୍ରୀଙ୍କ ସମେତ ପ୍ରଶାସନିକ ଅଧିକାରୀମାନେ ମାଣ୍ଡିଆରୁ ପ୍ରସ୍ତୁତ ବିଭିନ୍ନ ପାରମ୍ପରିକ ଖାଦ୍ୟର ବେଶ ମଜା ଉଠାଇଥିଲେ । ମିଶନ ଶକ୍ତିର ମହିଳା ଗୋଷ୍ଠୀଙ୍କ ଦ୍ବାରା ପରିଚାଳିତ ଜିମ୍‌ରେ ପଞ୍ଚାୟତରାଜ ମନ୍ତ୍ରୀ ପ୍ରଦୀପ ଅମାତ ବାୟାମ କରୁଥିବା ଦେଖିବାକୁ ମିଳିଛି ।

ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମିଶନ ଶକ୍ତିର ମହିଳାମାନେ ଏହି ଜିମ୍‌ର ପରିଚାଳନା ଦାୟିତ୍ବ ନେବେ । ଏହି ଅତ୍ୟାଧୁନିକ ଜିମ୍‌ରେ ଥିବା ଟ୍ରେଡ୍‌ମିଲରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଦୀର୍ଘ ସମୟ ଧରି ଚାଲିଥିବା ଦେଖିବାକୁ ମିଳିଛି । ରାଜ୍ୟରେ ଏଭଳି ଜିମ୍‌ ପ୍ରଥମଥର ପାଇଁ ମହିଳା ଗୋଷ୍ଠୀକୁ ପରିଚାଳନା ପାଇଁ ଦାୟିତ୍ୱ ପ୍ରଦାନ କରାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି । ସେହିପରି ପଞ୍ଚାୟତିରାଜ ମନ୍ତ୍ରୀ ବୌଦ୍ଧର ଆଦର୍ଶ କୃଷି ବଜାର ପ୍ରାଙ୍ଗଣରେ ଥିବା ମିଲେଟ କାଫେ ଓ ମିଶନ ଶକ୍ତି କାଫେର ଉଦଘାଟନ କରିଥିଲେ । ଉଭୟ କାଫେ ମିଶନ ଶକ୍ତିର ମହିଳା ଗୋଷ୍ଠୀଙ୍କ ଦ୍ବାରା ପରିଚାଳିତ ହେବ ବୋଲି ସୂଚନା ମିଳିଛି । ମାଣ୍ଡିଆକୁ ନେଇ ବୌଦ୍ଧ ଜିଲ୍ଲାରେ ସ୍ବତନ୍ତ୍ର ପରିଚୟ ରହିଥିବା ବେଳେ ବର୍ତ୍ତମାନ ମାଣ୍ଡିଆରୁ ପ୍ରସ୍ତୁତ ବିଭିନ୍ନ ପାରମ୍ପରିକ ଖାଦ୍ୟ ସମସ୍ତଙ୍କୁ ବେଶ ଆକୃଷ୍ଟ କରୁଛି । ମିଲେଟ କାଫେରେ ଏଭଳି ବିଭିନ୍ନ ପାରମ୍ପରିକ ଖାଦ୍ୟ ଯେପରି କାକରା, ଆଡ଼ିଶା, ମଣ୍ଡା, କେକ୍, ସୁପ୍‌, ଲଡୁ ଭଳି ଅନେକ ସାମଗ୍ରୀ ପ୍ରସ୍ତୁତ କରାଯାଉଛି ।

ପଞ୍ଚାୟତିରାଜ ମନ୍ତ୍ରୀ ମିଲେଟ କାଫେର ଉଦଘାଟନ କରିବା ସହିତ ସେଠାରେ ଜିଲ୍ଲାପାଳ ଓ ଅନ୍ୟାନ୍ୟ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସହିତ ମିଶି ଏଭଳି ପାରମ୍ପରିକ ଖାଦ୍ୟର ମଜା ଉଠାଇବା ସହିତ ମହିଳା ଗୋଷ୍ଠୀଙ୍କ ଆର୍ଥିକ ସ୍ବାବଲମ୍ବୀ ନେଇ ମହିଳାଙ୍କ ସହିତ ଆଲୋଚନା କରିଥିଲେ । ଏହା ପୂର୍ବରୁ ମଧ୍ୟ ବୌଦ୍ଧ ଜିଲ୍ଲାରେ ମାଣ୍ଡିଆରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ ମହିଳା ଗୋଷ୍ଠୀମାନେ ଆରମ୍ଭ କରିସାରିଥିବା ବେଳେ ଦିନକୁ ଦିନ ଏହାର ଚାହିଦା ବୃଦ୍ଧି ପାଉଛି ।

ଇଟିଭି ଭାରତ ,ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.