ETV Bharat / state

ପଞ୍ଚାୟତ ଅଫିସରେ ତାଲା, ସମସ୍ୟା ଘେରରେ ଗ୍ରାମବାସୀ - ,boudha

ଗାଁରେ ଅଛି ପଞ୍ଚାୟତ ଅଫିସ ଆଉ ସରପଞ୍ଚ ବି ଅଛନ୍ତି। ହେଲେ ପଞ୍ଚାୟତ ଅଫିସରେ ଝୁଲୁଛି ତାଲା। ଇଚ୍ଛା ଅନୁସାରେ ସରପଞ୍ଚ ବାବୁ ଅଫିସ ଆସନ୍ତି। ଆଉ ଗାଁର କିଛି ସମସ୍ୟା ହେଲେ ପଞ୍ଚାୟତ ଅଫିସରୁ ଫେରିକି ଆସନ୍ତି ଲୋକେ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବୌଦ୍ଧର ହରଭଙ୍ଗା ଗାଁରେ ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ
author img

By

Published : Mar 28, 2019, 1:32 PM IST

ବୌଦ୍ଧ : ସାଧାରଣ ଲୋକଙ୍କ ନିକଟରେ ସରକାରଙ୍କ ବିଭିନ୍ନ ଯୋଜନା ପହଞ୍ଚାଇବାରେ ବିଭାଗର ରହିଛି ପ୍ରମୁଖ ଭୂମିକା। କିନ୍ତୁ ବୌଦ୍ଧରେ ଦେଖାଦେଇଛି କିଛି ଭିନ୍ନ ଦୃଶ୍ୟ। ଲୋକଙ୍କ ସୁବିଧା ପାଇଁ ଗାଁରେ ଥିବା ପଞ୍ଚାୟତ ଅଫିସରେ ପଡିଛି ତାଲା। କର୍ମଚାରୀଙ୍କ ଅଭାବ ହେଉ ଅବା ଅନ୍ୟ କୌଣସି ସମସ୍ୟା ଯୋଗୁଁ ପଞ୍ଚାୟତରେ ତାଲା ଝୁଲୁଛି। ଆଉ ଏଥିପାଇଁ ସାଧାରଣ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କେତେକ ନିର୍ଦ୍ଦିଷ୍ଟ ପଞ୍ଚାୟତରେ ଏଭଳି ସମସ୍ୟା ଲାଗି ରହିଥିବା ଦେଖା ଦେଇଛି।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ବୌଦ୍ଧ ଜିଲ୍ଲାର କୌଣସି ଉପାନ୍ତ ପଞ୍ଚାୟତ କଥା ଛାଡନ୍ତୁ, ଗମନାଗମନର ସୁବ୍ୟବସ୍ଥା ଥିବା ପଞ୍ଚାୟତ କାର୍ଯ୍ୟାଳୟ ଗୁଡିକରେ କାର୍ଯ୍ୟ ଦିବସରେ ତାଲା ଝୁଲୁଥିବାରୁ ଜନ ଅସନ୍ତୋଷ ପ୍ରକାଶ ପାଇଛି। ଜିଲ୍ଲାର ତିନୋଟି ବ୍ଲକରେ ରହିଛି ୬୯ ଗୋଟି ପଞ୍ଚାୟତ।କେଉଁଠି ଜଣେ ପଞ୍ଚାୟତ ନିର୍ବାହୀ ଅଧିକାରୀ ତିନୋଟି କିମ୍ବା ଚାରୋଟି ପଞ୍ଚାୟତ ଦାୟିତ୍ୱରେ ରହିଛନ୍ତି ତ ଅନ୍ୟ କେଉଁଠି ସରପଞ୍ଚଙ୍କ ଇଚ୍ଛା ଅନୁସାରେ କୁଆଡେ ପଞ୍ଚାୟତ ଖୋଲାଯାଏ। କିନ୍ତୁ ପ୍ରାୟ ସମୟରେ ସାଧାରଣ ଲୋକ ପଞ୍ଚାୟତକୁ ଆସି ଫେରି ଯାଉଥିବା ଅଭିଯୋଗ ହୋଇଛି।

କେତୋଟି ପଞ୍ଚାୟତରେ ସରପଞ୍ଚ ଓ ସରକାରୀ କର୍ମଚାରୀଙ୍କ ମଧ୍ୟରେ ତାଳମେଳ ଠିକ ରହୁନଥିବା କାରଣରୁ ମଧ୍ୟ ଏଭଳି ସ୍ଥିତି ଉପୁଜିଥିବା ଆଲୋଚନା ହେଉଛି। ଅନ୍ୟପକ୍ଷରେ ନିର୍ବାଚନ ଆଚରଣବିଧି ଲାଗୁ ହୋଇଥିଲେ ମଧ୍ୟ ପଞ୍ଚାୟତ ଅଞ୍ଚଳରେ ସରକାରୀ ବିଜ୍ଞାପନ ଅଦ୍ୟାବଧି ରହିଛି।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.