ETV Bharat / state

କଳା ବ୍ୟାଚ୍ ପରିଧାନ ସହ ପିଇଓ ସଂଘର ପ୍ରତିବାଦ, ସାମୂହିକ ଛୁଟିରେ ଯିବାକୁ ଚେତାବନୀ

author img

By

Published : Aug 8, 2023, 6:43 AM IST

କଳା ବ୍ୟାଚ୍ ପରିଧାନ କରି ବୌଦ୍ଧ ଜିଲ୍ଲାର ସମସ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଦାବି ପୂରଣ ନହେଲେ ସାମୂହିକ ଛୁଟିରେ ଯିବା ନେଇ ଚେତବାନୀ ଦିଆଯାଇଛି । ଅଧିକ ପଢନ୍ତୁ

କଳା ବ୍ୟାଚ୍ ପରିଧାନ ସହ ପିଇଓ ସଂଘର ପ୍ରତିବାଦ
କଳା ବ୍ୟାଚ୍ ପରିଧାନ ସହ ପିଇଓ ସଂଘର ପ୍ରତିବାଦ
କଳା ବ୍ୟାଚ୍ ପରିଧାନ ସହ ପିଇଓ ସଂଘର ପ୍ରତିବାଦ

ବୌଦ୍ଧ: କଳା ବ୍ୟାଚ୍ ପରିଧାନ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ପଞ୍ଚାୟତ ନିର୍ବାହୀ ଅଧିକାରୀ । 2 ଦଫା ଦାବି ନେଇ ଜିଲ୍ଲାର ସମସ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ ଆଜିଠାରୁ କଳା ବ୍ୟାଚ୍ ପରିଧାନ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏନେଇ ରାଜ୍ୟ ସରକାର ବିହୀତ ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ଦିନରେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବାକୁ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ତେବେ 2 ଦଫା ଦାବିରେ କଳା ବ୍ୟାଚ୍ ପରିଧାନ କରି ଜିଲ୍ଲାର ସମସ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

ବୌଦ୍ଧ ଜିଲ୍ଲାର ସମୁଦାୟ ୬୯ ପଞ୍ଚାୟତର ସମସ୍ତ ପିଇଓ ମାନେ ନିଜ ନିଜ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ କଳା ବ୍ୟାଚ୍ ପରିଧାନ କରି ଆନ୍ଦୋଳନକୁ ଓହ୍ଲାଇଥିବା ଦେଖିବାକୁ ମିଳିଛି । ପିଇଓଙ୍କ ଗ୍ରେଡପେ ବୃଦ୍ଧି ସହିତ ପଦବୀ ନିମନ୍ତେ ଗ୍ରାଜୁଏସନ ଓ ପଦୋନ୍ନତି ପାଇଁ ପିଇଓ ସଂଘ ପକ୍ଷରୁ ଦାବି କରାଯାଇଛି । ସରକାରଙ୍କ ସମସ୍ତ କଲ୍ୟାଣକାରୀ ଯୋଜନାକୁ ପଞ୍ଚାୟତ ସ୍ତରରେ ପହଞ୍ଚାଇବା ଦିଗରେ ନିଷ୍ଠାପର କାର୍ଯ୍ୟ କରୁଥିବା ପିଇଓମାନେ ଗ୍ରେଡପେ ବୃଦ୍ଧି ନିମନ୍ତେ ଦୀର୍ଘ ଦିନ ହେଲା ଦାବି କରି ଆସିଛନ୍ତି । ହେଲେ ପିଇଓଙ୍କର ଏହି ଦୀର୍ଘ ଦିନର ଦାବିକୁ ସରକାର ଶୁଣିନଥିବା ସେମାନେ ଅଭିଯୋଗ କରିଛନ୍ତି । ଯାହାକୁ ନେଇ ଆଜି ଜିଲ୍ଲାର ସମସ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି ।

ପଞ୍ଚାୟତ ନିର୍ବାହୀ ଅଧିକାରୀମାନେ କଳା ବ୍ୟାଚ୍ ପରିଧାନ ପୂର୍ବକ ପ୍ରତୀକାତ୍ମକ ଆନ୍ଦୋଳନ ଆରମ୍ଭ କରିଥିବା ଦେଖିବାକୁ ମିଳିଛି । ଆଜିଠାରୁ କଳା ବ୍ୟାଚ୍ ପରିଧାନ କରିବା ସହ ଜିଲ୍ଲାର ସମସ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀମାନେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହି କଳା ବ୍ୟାଚ୍ ପରିଧାନ ଆଗାମୀ 10 ଦିନ ପର୍ଯ୍ୟନ୍ତ ଜାରି ରହିବା ନେଇ ଚେତାବନୀ ଦେବା ସହିତ ସରକାରଙ୍କ ଆଗାମୀ ପଦକ୍ଷେପକୁ ସଂଘ ଅପେକ୍ଷା କରିଥିବା କହିଛି ।

ଏହା ବି ପଢନ୍ତୁ... ନରମିଲେ ସରକାର, ପ୍ରତିଶୃତି ପରେ ଆନ୍ଦୋଳନରୁ ହଟିଲା ଡ୍ରାଇଭର ସଂଘ

ଯଦି ସରକାର ପିଇଓ ସଂଘର ଦାବି ପ୍ରତି କର୍ଣ୍ଣପାତ ନକରନ୍ତି, ତେବେ ଆସନ୍ତା 18 ତାରିଖଠାରୁ ସଂଘର ସମସ୍ତ ସଦସ୍ୟମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ ସାମୂହିକ ଭାବରେ ଛୁଟିରେ ରହିବାକୁ ଚେତାବନୀ ଦେଉଛନ୍ତି । ବୌଦ୍ଧ ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକର ପିଇଓମାନେ କଳା ବ୍ୟାଚ ପରିଧାନ କରି ପୃଥକ ପୃଥକ ଭାବରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ତୁରନ୍ତ ସରକାର ପିଇଓ ସଂଘର ଦାବିକୁ ପୂରଣ କରିବାକୁ ସଂଘ ପକ୍ଷରୁ ଅନୁରୋଧ କରାଯାଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.