ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ଆରମ୍ଭ ହୋଇଛି ପଲ୍ଲିଶ୍ରୀ ମେଳା । ବୌଦ୍ଧ ଗଡଜାତର ଗଣପର୍ବ ରାମଲୀଳାଯାତ୍ରାକୁ ପ୍ରଶାସନିକ ତଥା ସରକାରଙ୍କ ସ୍ବୀକୃତି ମିଳିବା ପରେ ଏହି ମେଳା ଉଦଘାଟନ କରାଯାଇଛି । ଏହି ମେଳା ୫ ଦିନ ଧରି ଚାଲିବ । ଏହି କାର୍ଯ୍ୟକ୍ରମକୁ ଓଡିଶା ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂ ଏହି ମେଳାକୁ ଉଦଘାଟନ କରିଥିବା ବେଳେ ୨ ବର୍ଷ ପରେ ଏଭଳି ଉତ୍ସବର ଆୟୋଜନକୁ ନେଇ ବେଶ ଆଗ୍ରହ ପ୍ରର୍କାଶ କରିଛନ୍ତି ଜିଲ୍ଲାପାଳ ।
ତେବେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଏହି ଯାତ୍ରା ଅବସରରେ ପ୍ରଶାସନ ପକ୍ଷରୁ ପଲ୍ଲୀଶ୍ରୀ ମେଳା ଓ ପୁସ୍ତକ ମେଳାର ଆୟୋଜନ କରାଯାଇଛି ।ଶନିବାର ସଂଧ୍ୟାରେ ଏହି ଭବ୍ୟ କାର୍ଯ୍ୟକ୍ରମକୁ ଉପବାଚସ୍ପତି ଉଦଘାଟନ କରିଥିଲେ । ଜିଲ୍ଲାର କୋଣ ଅନୁକୋଣରୁ ଆସିଥିବା ବିଭିନ୍ନ ବର୍ଗର କଳାକାରମାନେ ସେମାନଙ୍କ କଳା ନୈପୁଣ୍ୟ ପ୍ରଦର୍ଶନ କରିଥିଲେ । ଦୀର୍ଘ ଦୁଇ ବର୍ଷ ପରେ ଜିଲ୍ଲାରେ ଏଭଳି କାର୍ଯ୍ୟକ୍ରମର ଆୟୋଜନ ହୋଇଥିବାରୁ ଜିଲ୍ଲାବାସୀ ବେଶ ଆନନ୍ଦ ପ୍ରକାଶ କରିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ