ETV Bharat / state

ବୌଦ୍ଧରେ ଜମୁଛି ପଲ୍ଲୀଶ୍ରୀ ମେଳା, ଆକର୍ଷିତ କରୁଛି ହାତ ତିଆରି ସାମଗ୍ରୀ

ଜମୁଛି ପଲ୍ଲୀଶ୍ରୀ ମେଳା । ଆଉ ଏହି ମେଳାର ଆକର୍ଷଣର କେନ୍ଦ୍ର ବିନ୍ଦୁ ହୋଇଛି ସ୍ବୟଂସହାୟକ ଗୋଷ୍ଠୀଙ୍କ ଦ୍ବାରା ପ୍ରସ୍ତୁତ ବିଭିନ୍ନ ହାତ ତିଆରି ସାମଗ୍ରୀ । ଏଥିସହିତ ମହିଳାଙ୍କ ଦ୍ବାରା ସଂଗୃହୀତ ତଥା ପ୍ରସ୍ତୁତ ବିଭିନ୍ନ ଡାଲି, ହଳଦୀ, ଆଚାର, ସୋରିଷ, ମାଣ୍ଡିଆ ଦର୍ଶକ ଓ ଗ୍ରାହକଙ୍କ ପ୍ରଥମ ପସନ୍ଦ ହେଉଛି । ଅଧିକ ପଢ଼ନ୍ତୁ

ଜମୁଛି ପଲ୍ଲୀଶ୍ରୀ ମେଳା, ଆକର୍ଷିତ କରୁଛି ହାତ ତିଆରି ସାମଗ୍ରୀ

author img

By

Published : Apr 26, 2022, 4:52 PM IST

ବୌଦ୍ଧ: ମହାମାରୀ କୋରୋନାର(COVID-19) ପ୍ରଭାବ କମ ହେବା ପରେ ଅର୍ଥାତ ୨ବର୍ଷ ପରେ ବୌଦ୍ଧ ଜିଲ୍ଲାରେ ଆରମ୍ଭ ହୋଇଛି ପଲ୍ଲୀଶ୍ରୀ ମେଳା (Pallishree Mela) । ଏହି ମେଳା ଦେଖିବାକୁ ଜିଲ୍ଲା ତଥା ଜିଲ୍ଲା ବାହାରୁ ଛୁଟୁଛି ଲୋକଙ୍କ ସୁଅ ।

ଜମୁଛି ପଲ୍ଲୀଶ୍ରୀ ମେଳା, ଆକର୍ଷିତ କରୁଛି ହାତ ତିଆରି ସାମଗ୍ରୀ

ଜିଲ୍ଲାର କଚେରୀ ପଡିଆ ଠାରେ ଚାଲିଥିବା ପଲ୍ଲୀଶ୍ରୀ ମେଳାରେ ମହିଳା ସ୍ବୟଂସହାୟକ ଗୋଷ୍ଠୀର ମହିଳାଙ୍କ(SHG) ଦ୍ବାରା ପ୍ରସ୍ତୁତ ବିଭିନ୍ନ ସାମଗ୍ରୀର ବେଶ ଚାହିଦା ରହିଛି । ଏହି ଅବସରରେ ବୁଦ୍ଧ ମଣ୍ଡପରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହିତ ପଲ୍ଲୀଶ୍ରୀ ମେଳାରେ ଖୋଲିଥିବା ବିଭିନ୍ନ ଷ୍ଟଲ୍‌ରେ ସାରା ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା ସାମଗ୍ରୀ ସମସ୍ତଙ୍କ ଆକର୍ଷିତ କରୁଛି ।

ବିଶେଷ ଭାବରେ ମହିଳା ଗୋଷ୍ଠୀଙ୍କ ଦ୍ବାରା ପ୍ରସ୍ତୁତ ବଡି, ଆଚାର, ପାମ୍ପଡ, ହଳଦୀ ଗୁଣ୍ଡ, ଛତୁଆ ଗୁଣ୍ଡ, ସୋରିଷ, ମସଲା ଭଳି ବିଭିନ୍ନ ସାମଗ୍ରୀର ଯଥେଷ୍ଟ ଚାହିଦା ରହିଛି । ଏହାଛଡା ତମ୍ବା, ପିତ୍ତଳ ସାମଗ୍ରୀର ମଧ୍ୟ ବେଶ ଚାହିଦା ରହିଛି । ପଲ୍ଲୀଶ୍ରୀ ମେଳା ଅବସରରେ ଏଭଳି କାର୍ଯ୍ୟକ୍ରମ ଦୀର୍ଘ ଦୁଇ ବର୍ଷ ପରେ ଆୟୋଜନ ହୋଇଥିବାରୁ ଏନେଇ ଦର୍ଶକ ବେଶ ଖୁସି ପ୍ରକାଶ କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.