ETV Bharat / state

ବସନ୍ତ ଆଗମନରେ ପଳାସ ଫୁଲର ସମ୍ଭାର, ମନ ଗହନ ପୁଲ୍ଲକିତ - ବୌଦ୍ଧରେ ପଳାସ ଫୁଲର ସମ୍ଭାର

ଋତୁରାଜ ବସନ୍ତର ଭସା ବାଦଲ ସାଙ୍ଗକୁ ମନ ମୋହୁଛି ମହକହୀନ ପଳାଶ ଫୁଲ । ବଣଜଙ୍ଗଲଠାରୁ ଆରମ୍ଭ କରି ନଦୀ ପୋଖରୀ ହୁଡ଼ା, ଚତୁର୍ଦ୍ଦିଗରେ ପରିବେଶର ଶୋଭା ବଢାଉଛି ଲାଲ ଟହ ଟହ ପଳାଶ ଫୁଲ । ବାସ ନଥାଇ ସମସ୍ତଙ୍କୁ ନିଜ ଆଡକୁ କରିଛି ଆକର୍ଷିତ । ବୌଦ୍ଧ ଜିଲ୍ଲାରେ ଏବେ ଚାରିଆଡେ ପଳାଶ ଫୁଲର ସମ୍ଭାର ମେଲିଥିବା ବେଳେ ମନ ଗହନ ପୁଲ୍ଲକିତ ହୋଇଉଠିଛି । ଦେଖନ୍ତୁ ଏହି ସ୍ବତନ୍ତ୍ର ରିପୋର୍ଟ

Palasa Flower
Palasa Flower
author img

By

Published : Mar 14, 2023, 3:21 PM IST

Updated : Mar 14, 2023, 3:58 PM IST

ବସନ୍ତ ଆଗମନରେ ପଳାସ ଫୁଲର ସମ୍ଭାର, ମନ ଗହନ ପୁଲ୍ଲକିତ

ବୌଦ୍ଧ: ଗ୍ରୀଷ୍ମପ୍ରବାହର ଆରମ୍ଭରେ ବୃକ୍ଷଲତାରେ ପତ୍ରଝଡା ଦେଇଛି । ଏହାରି ମଧ୍ୟରେ ଘଞ୍ଚ ଅରଣ୍ୟଠାରୁ ନେଇ ନଦୀ ପୋଖରୀ ତୁଠରେ ଶୋଭା ବର୍ଦ୍ଧନ କରୁଛି ବାସହୀନ ପଳାସ ଫୁଲ। ଏହି ଫୁଲ ଦେଖି ପ୍ରକୃତିପ୍ରେମୀ ଯେତିକି ଆକର୍ଷିତ ହୋଇଥାଏ ତା'ଠାରୁ ଅଧିକ କବି ଓ ଭାବୁକଙ୍କୁ ମନ୍ତ୍ରମୁଗ୍ଧ କରିଥାଏ । ଗଛରେ ପେନ୍ଥା ପେନ୍ଥା ଫୁଲକୁ ଦେଖି ଲାଗେ ସତେ ଯେପରି ଋତୁରାଜ ବସନ୍ତର ଆଗମନରେ ଲାଲ ଶାଢୀ ପିନ୍ଧି ସଜେଇ ହୋଇଛି ଧରଣୀରାଣୀ । ମଳୟ ପବନରେ ଦୋଳୀୟମାନ ରକ୍ତିମ ପଳାସ, ମନରେ ଭରି ଦେଉଛି ନବ ଉନ୍ମାଦନା । ସବୁଜିମା ଭରା ଶ୍ୟାମଳ ବନାନୀ ଓ ପାହାଡ ଝରଣା କୋଳରେ ଅବସ୍ଥିତ ବୌଦ୍ଧ ଜିଲ୍ଲାରେ ଏବେ ଅଧିକାଂଶ ସ୍ଥାନରେ ମେଲିଛି ପଳାସର ସମ୍ଭାର ।

ବଣଜଙ୍ଗଲଠାରୁ ନେଇ ନଦୀ ପୋଖରୀ ହୁଡା ନିକଟରେ ଶୋଭା ବର୍ଦ୍ଧନ କରୁଥିବା ଲାଲ ମଚମଚ ପଲାସ ଫୁଲ ସମସ୍ତଙ୍କୁ ବେଶ ଆକର୍ଷିତ କରୁଛି । ଶୀତ ଋତୁ ପରେ ଗ୍ରୀଷ୍ମ ଋତୁର ଆଗମନରେ ଏହି ପଳାସ ଫୁଲ ଖୁବ ଆକର୍ଷଣୀୟ ହୋଇଉଠେ । ବାସହୀନ ହୋଇଥିଲେ ମଧ୍ୟ ଏହି ପଳାସ ଫୁଲର ଅପୂର୍ବ ସୌନ୍ଦର୍ଯ୍ୟ ପୂର୍ଣ୍ଣ ନାଲି ରଙ୍ଗ ବେଶ ମନଲୋଭା ହୋଇଥାଏ । ବର୍ତ୍ତମାନ ଜିଲ୍ଲାର ବିଭିନ୍ନ ସ୍ଥାନରେ ପଳାସ ଫୁଲର ନିଆରା ରଙ୍ଗରେ ରଙ୍ଗାୟିତ ହୋଇ ଉଠିଛନ୍ତି କବି, ଭାବୁକ ଓ ପ୍ରକୃତିପ୍ରେମୀ । ଗ୍ରୀଷ୍ମପ୍ରବାହର ଆଗମନ ସମୟରେ ଅଧିକାଂଶ ବୃକ୍ଷ ପତ୍ରଝଡ଼ାର ସମ୍ମୁଖୀନ ହେଉଥିବା ସମୟରେ ଲାଲି ମଖମଲ ଚଟାଣର ଭ୍ରମ ସୃଷ୍ଟି କରୁଥିବା ପଳାଶ ଫୁଲ ଗଛରେ ଯେତିକି ଆକର୍ଷଣୀୟ ଡାଳରୁ ଝଡ଼ି ମାଟିରେ ପଡ଼ି ମଧ୍ୟ ସେତିକି ସୁନ୍ଦର ହୋଇଉଠେ ।

ଏହା ବି ପଢନ୍ତୁ- ପର୍ଯ୍ୟଟକଙ୍କୁ ହାତ ଠାରି ଡାକୁଛି ଜୈବ ବିବିଧତାରେ ପରିପୂର୍ଣ୍ଣ ନନ୍ଦନବନ

ଜିଲ୍ଲାରେ ବର୍ତ୍ତମାନ ଅଧିକାଂଶ ସ୍ଥାନରେ ନାଲି ରଙ୍ଗର ପଲାସ ଫୁଲ ସହିତ କେତେକ ସ୍ଥାନରେ ହଳଦିଆ, ନାରଙ୍ଗୀ, ଧବଳ ରଙ୍ଗର ପଳାଶ ଫୁଲ ସମସ୍ତଙ୍କୁ ଖୁବ ଆକର୍ଷିତ କରୁଛି । ବନ ଜଙ୍ଗଲ ସହିତ ବିଭିନ୍ନ ନଦୀ, ଜଳପ୍ରପାତ ତଥା ଜଳ ଉତ୍ସର ସ୍ଥାନଗୁଡିକ ପ୍ରକୃତି ପର୍ଯ୍ୟଟନ କ୍ଷେତ୍ରରେ ବୌଦ୍ଧ ଜିଲ୍ଲାର ମୁଖ୍ୟ ଆକର୍ଷଣ ହୋଇଥିବା ବେଳେ ପଳାସ ଫୁଲର ଅବର୍ଣ୍ଣନୀୟ ସୌନ୍ଦର୍ଯ୍ୟରେ ବାନ୍ଧି ହୋଇଛନ୍ତି କବି ଓ ଭାବୁକ । ପଳାସ ଫୁଲକୁ ଶିମ୍ବ ଜାତୀୟ ଫଳପୁଷ୍ପରେ ସାମିଲ କରାଯାଇଥିବା ବେଳେ କେତେକ ଏହାକୁ 'Flame of the forest' ବୋଲି ମଧ୍ୟ ଆଖ୍ୟା ଦେଇଥାନ୍ତି । ବିଶେଷ ଭାବରେ ଏହାର ରଙ୍ଗ ଓ ସୌନ୍ଦର୍ଯ୍ୟ ସମସ୍ତଙ୍କୁ ବିମୋହିତ କରିଥାଏ । ଏ ନେଇ ଜଣେ ଆୟୁର୍ବେଦ ବିଶେଷଜ୍ଞ କହିଛନ୍ତି, "ଆୟୁର୍ବେଦ କ୍ଷେତ୍ରରେ ଏହାର ଉପଯୋଗ କରାଯାଇଥାଏ । ପେଟ ଗରମଠାରୁ ନେଇ ମୂତ୍ରାଶୟ ରୋଗ ପାଇଁ ଏହି ପଳାସ ଫୁଲ ଅତ୍ୟନ୍ତ ଉପଯୋଗୀ । ପଳାସ ଫୁଲ ଭିଜାଯାଇଥିବା ପାଣି ପିଇଲେ ପେଟ ଥଣ୍ଡା ରୁହେ ।"

ଏହାଛଡା ଏହି ବାସହୀନ ପଳାସ ଫୁଲରେ ମଧୁର ରସ ବେଶ ଭରି ରହିଥାଏ । ଏଣୁ ଅଧିକାଂଶ ସମୟରେ ବିଭିନ୍ନ ପକ୍ଷୀ ବିଶେଷ ଭାବରେ ଏହି ଫୁଲରୁ ମହୁମାଛିମାନେ ମଧୁ ସଂଗ୍ରହ କରୁଥିବା ପରିଲକ୍ଷିତ କରାଯାଏ । ପଳାଶ ଫୁଲକୁ ନେଇ ଅନେକ କାବ୍ୟ କବିତା ରଚନା କରାଯାଇଥିବା ବେଳେ ଏହାର ସୌନ୍ଦର୍ଯ୍ୟଭରା ରଙ୍ଗ ସଦାସର୍ବଦା କବି ଭାବୁକଙ୍କୁ ଏକ ଭିନ୍ନ ଦୁନିଆକୁ ଘେନିଯାଏ । ଚୈତ୍ର ମାସର ଦଣ୍ଡ ଯାତ୍ରାଠାରୁ ନେଇ ଚୈତ୍ର ମଙ୍ଗଳବାର ଦିନ ଦେବୀଙ୍କ ଅତିପ୍ରିୟ ଏହି ପଳାଶ ଫୁଲ ସବୁଠାରୁ ଅଧିକ ଆକର୍ଷଣୀୟ ହୋଇଥାଏ । ପଳାଶ ଫୁଲ ବିଭିନ୍ନ ରଙ୍ଗର ରହିଥିଲେ ମଧ୍ୟ ଅଧିକାଂଶରେ ନାଲି ରଙ୍ଗର ପଳାଶ ଫୁଲ ଦେଖିବାକୁ ମିଳିଥାଏ । ଯୁଗେ ଯୁଗେ ଏହି ପଳାଶ ଫୁଲ କବିର କବିତା ମଧ୍ୟରେ, ଭାବୁକର ଚିନ୍ତା ମଧ୍ୟରେ ଓ ଆୟୁର୍ବେଦର ଚିକିତ୍ସା ମଧ୍ୟରେ ଉପଯୋଗ ହୋଇଆସିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Last Updated : Mar 14, 2023, 3:58 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.