ETV Bharat / state

ମଣ୍ଡି ସମସ୍ୟା: ମିଲର୍ସ ନେଉନି ଧାନ, ଚିନ୍ତାରେ ଚାଷୀ

author img

By

Published : Feb 10, 2022, 12:08 PM IST

ଜିଲ୍ଲାର ବିଭିନ୍ନ ଧାନ ମଣ୍ଡିରେ ଅଚଳାବସ୍ଥା ଦେଖାଦେଇଛି । ହଜାର ହଜାର କୁଇଣ୍ଟାଲ ଧାନ ଖୋଲା ଆକାଶ ତଳେ ମଣ୍ଡିରେ ପଡି ରହିଛି । ବୌଦ୍ଧ ଜିଲ୍ଲାରେ ଧିମେଇ ଯାଇଛି ଖରିଫ ଋତୁ ଧାନ ସଂଗ୍ରହ ପ୍ରକ୍ରିୟା । ମିଲର୍ସଙ୍କ ମର୍ଜିରେ ଧାନ ଉଠାଣ ହେଉଥିବାବେଳେ ଅନେକ ମଣ୍ଡିରେ ଧାନ ଉଠାଉ ନଥିବା ଅଭିଯୋଗ କରିଛନ୍ତି ଚାଷୀ । ଅଧିକ ପଢନ୍ତୁ

ମଣ୍ଡି ସମସ୍ୟା: ମିଲର୍ସ ଉଠାଉନାହାଁନ୍ତି ଧାନ
ମଣ୍ଡି ସମସ୍ୟା: ମିଲର୍ସ ଉଠାଉନାହାଁନ୍ତି ଧାନ

ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ଧିମେଇ ଯାଇଛି ଖରିଫ ଋତୁ ଧାନ ସଂଗ୍ରହ ପ୍ରକ୍ରିୟା । ଜିଲ୍ଲାର ମଣ୍ଡି ମାନଙ୍କରେ ମିଲର୍ସଙ୍କ ମର୍ଜିରେ ଧାନ ଉଠାଣ ହେଉଥିବାବେଳେ ଅନେକ ମଣ୍ଡିରେ ମିଲର୍ସ ଧାନ ଉଠାଉ ନଥିବା ଅଭିଯୋଗ କରିଛନ୍ତି ଚାଷୀ ।

ମଣ୍ଡି ସମସ୍ୟା: ମିଲର୍ସ ଉଠାଉନାହାଁନ୍ତି ଧାନ

ମଣ୍ଡି ସମସ୍ୟା ଚାଷୀଙ୍କ ସମସ୍ୟାର ମୁଖ୍ୟ କାରଣ ପାଲଟିଛି । ଏସବୁ ଭିତରେ ଶୀତ କାକରରେ ଉପାର୍ଜିତ ଧାନକୁ ଜଗି ମଣ୍ଡିରେ ପଡି ରହିଛି ଚାଷୀ । କେତେକ ମଣ୍ଡିରେ ପାନୀୟଜଳ, ବିଦ୍ୟୁତ ଏପରିକି ଧାନ ମାନ ପରୀକ୍ଷା ଯନ୍ତ୍ର ମଧ୍ୟ କାମ କରୁନାହିଁ । ଚାଷୀ ଟୋକନ ପାଇବାର ମାସେ ପରେ ମଧ୍ୟ ମଣ୍ଡିରେ ଧାନ ବିକ୍ରି କରିପାରୁ ନଥିବାରୁ ବାଧ୍ୟ ହୋଇ ବେପାରୀ ହାବୁଡ଼ରେ ପଡୁଛନ୍ତି । ବର୍ତ୍ତମାନ ଅନେକ ଚାଷୀ ବେପାରୀ ଓ ଦଲାଲଙ୍କ କବ୍ଜାରେ ରହି ହନ୍ତସନ୍ତ ହେଉଛନ୍ତି।

ଚାଷୀର ଧାନ ଉଠିପାରୁ ନଥିବା ଯୋଗୁଁ ମଙ୍ଗଳବାର ମନୁପାଲି ଅଞ୍ଚଳର ଉତ୍ୟକ୍ତ ଚାଷୀ ଜମଟାଙ୍ଗୀ ଠାରେ 57 ନମ୍ବର ଜାତୀୟ ରାଜପଥ କୁ ଦୀର୍ଘ ସମୟ ଧରି ଅବରୋଧ କରିଥିଲେ । ଗୋଟିଏ ପଟରେ ଚାଷୀର ଧାନ ମଣ୍ଡିରୁ ଉଠିପାରୁ ନଥିବା ବେଳେ ଯେଉଁ ଚାଷୀର ଧାନ ଉଠୁଛି ତାକୁ ପାଞ୍ଚରୁ ଦଶ କିଲୋ ପର୍ଯ୍ୟନ୍ତ କଟନୀ ଛଟନୀର ସମ୍ମୁଖୀନ ହେଉଛନ୍ତି ।

ଆଉ ଏଭଳି କାର୍ଯ୍ୟ ସମବାୟ ବିଭାଗ ଓ ଯୋଗାଣ ବିଭାଗର ଜ୍ଞାତସାରରେ ଚାଲିଥିବା ନେଇ ଅଭିଯୋଗ କରିଛନ୍ତି । ଏନେଇ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛନ୍ତି ବୌଦ୍ଧ ଜିଲ୍ଲାର ଶତାଧିକ ଚାଷୀ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.