ETV Bharat / state

ମଣ୍ଡିରେ ପଡି ରହି ଗଜା ହେଲାଣି ଧାନ, ଚିନ୍ତାରେ ଚାଷୀ କୂଳ

ବୌଦ୍ଧ ଜିଲ୍ଲାର ବିଭିନ୍ନ ବ୍ଲକରେ ଖତ ଖାଉଛି ଧାନ । ମୁଣ୍ଡର ଝାଳ ତୁଣ୍ଡରେ ମାରି ଖରାଦିନରେ ନିଜ ଜମିରେ ସୁନା ଫଳାଇଥିବା ଧାନଚାଷୀ ଏବେ ମୁଣ୍ଡରେ ହାତଦେଇ ବସିଛନ୍ତି ।

author img

By

Published : Jul 4, 2019, 9:01 PM IST

ଫଟୋ ସୌଜନ୍ୟ: ପ୍ରତିନିଧି. ଖୋର୍ଦ୍ଧା

ବୌଦ୍ଧ: ବସ୍ତେ କିମ୍ବା ଦୁଇ ବସ୍ତା ନୁହେଁ, ମଣ୍ଡିରେ ପଡି ରହିଛି ଶହ ଶହ ବସ୍ତା ଧାନ । ଆଉ ପଡିପଡି ଗଜା ହୋଇଗଲାଣି ଧାନ । ଆଉ ଏହାକୁ ଦିନ ରାତି ଜଗି ବସିଛନ୍ତି ଚାଷୀ । ଏପଟେ ଧାନକ୍ରୟ ଦିବସ ସରକାରୀ ଭାବେ ଗତ ଜୁନ ୩୦ ତାରିଖରେ ସରିଯାଇଥିବାରୁ ଯୋଗାଣ ବିଭାଗ ମଧ୍ୟ ହାତ ଟେକି ଦେଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ମୁଣ୍ଡର ଝାଳ ତୁଣ୍ଡରେ ମାରି ଖରାଦିନରେ ନିଜ ଜମିରେ ସୁନା ଫଳାଇଥିବା ଧାନଚାଷୀ ଏବେ ମୁଣ୍ଡରେ ହାତଦେଇ ବସିଛନ୍ତି । ବୌଦ୍ଧ ଜିଲ୍ଲାର ମନମୁଣ୍ଡା, ସିମିଳିପଦର, ବଘିଆପଡା, ଲୁକାପଡା ପ୍ରଭୃତି ସମବାୟ ସମିତିର ମଣ୍ଡିରେ ପଡି ରହିଛି ହଜାର ହଜାର ବସ୍ତା ଧାନ । ଏପଟେ ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଥିବାବେଳେ ଅମଳ ହୋଇଥିବା ଧାନ ଏଯାଏଁ ବିକ୍ରି ନହୋଇ ମଣ୍ଡିରେ ପଡି ରହିଛି ।

ମନମୁଣ୍ଡାର ଚାଷୀମାନେ ମଙ୍ଗଳବାର ବୌଦ୍ଧ ଆସି ଜିଲ୍ଲାପାଳଙ୍କୁ ଏସମ୍ପର୍କରେ ଗୁହାରି କରିଥିବାବେଳେ ବୁଧବାର ବଘିଆପଡା ଅଞ୍ଚଳର ମଣ୍ଡି ହୋଇଥିବା ନୂଆପାଲି ଠାରେ ଧାନବସ୍ତା ରଖି ବିକ୍ରିକୁ ଅପେକ୍ଷା କରିଛନ୍ତି । ଏପଟେ ଯୋଗାଣ ଅଧିକାରୀ କହିଛନ୍ତି ଯେ ଜୁନ ୩୦ ତାରିଖ ସୁଦ୍ଧା ସରକାରୀ ଭାବେ ଧାନକ୍ରୟ ନିମନ୍ତେ ଧାର୍ଯ୍ୟ ସମୟ ଥିବାରୁ ଆଉ ଧାନ ସଂଗ୍ରହ ସମ୍ଭବ ନୁହେଁ । ଏବେ ଧାନକୁ ନେଇ ଚାଷୀ କୂଳ ଚିନ୍ତାରେ ପଡିଛନ୍ତି । ତୁରନ୍ତ ଏଦିଗରେ ସରକାର ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି ଚାଷୀମାନେ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ମଣ୍ଡିରୁ ଧାନ ଉଠିବ ଉଠିବ କହି ଧାନରେ ଗଜା ହୋଇଗଲାଣି । ବସ୍ତେ କିମ୍ବା ଦୁଇ ବସ୍ତା ନୁହେଁ, ଶହ ଶହ ବସ୍ତା ଧାନ ଏଭଳି ଅବସ୍ଥାରେ ରାସ୍ତା ଉପରେ ପଡିରହିଛି ।ଆଉ ତାକୁ ଦିନ ରାତି ଜଗି ବସିଛନ୍ତି ଚାଷୀ ।ଏପଟେ ଧାନକ୍ରୟ ଦିବସ ସରକାରୀ ଭାବେ ଗତ ଜୁନ ୩୦ ତାରିଖରେ ସରିଯାଇଥିବାରୁ ଯୋଗାଣ ବିଭାଗ ମଧ୍ୟ ହାତ ଟେକି ଦେଇଛି ।

Body:ମୁଣ୍ଡର ଝାଳ ତୁଣ୍ଡରେ ମାରି ଖରାଦିନରେ ନିଜ ଜମିରେ ସୁନା ଫଳାଇଥିବା ଧାନଚାଷୀ ଏବେ ମୁଣ୍ଡରେ ହାତଦେଇ ବସିଛନ୍ତି ।ବୌଦ୍ଧ ଜିଲ୍ଲାର ମନମୁଣ୍ଡା, ସିମିଳିପଦର, ବଘିଆପଡା,ଲୁକାପଡା ପ୍ରଭୃତି ସମବାୟ ସମିତିର ମଣ୍ଡିରେ ପଡିରହିଛି ହଜାର ହଜାର ବସ୍ତା ଧାନ । ଏପଟେ ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଥିବା ବେଳେ ଅମଳ ହୋଇଥିବା ଧାନ ଏଯାଏଁ ବିକ୍ରି ନହୋଇ ମଣ୍ଡିରେ ପଡି ରହିଛି । ମନମୁଣ୍ଡା ର ଚାଷୀମାନେ ମଙ୍ଗଳବାର ବୌଦ୍ଧ ଆସି ଜିଲ୍ଲାପାଳ ଙ୍କୁ ଏସମ୍ପର୍କରେ ଗୁହାରୀ କରିଥିବା ବେଳେ ବୁଧବାର ବଘିଆପଡା ଅଞ୍ଚଳର ମଣ୍ଡି ହୋଇଥିବା ନୂଆପାଲି ଠାରେ ଧାନବସ୍ତା ରଖି ବିକ୍ରିକୁ ଅପେକ୍ଷା କରିଛନ୍ତି ।ଏପଟେ ଯୋଗାଣ ଅଧିକାରୀ କହିଛନ୍ତି ଯେ ଜୁନ ୩୦ ତାରିଖ ସୁଦ୍ଧା ସରକାରୀ ଭାବେ ଧାନକ୍ରୟ ନିମନ୍ତେ ଧାର୍ଯ୍ୟ ସମୟ ଥିବାରୁ ଆଉ ଧାନ ସଂଗ୍ରହ ସମ୍ଭବ ନୁହେଁ ।ଏବେ ଧାନକୁ ନେଇ ଚାଷୀ କୂଳ ଚିନ୍ତାରେ ପଡିଛନ୍ତି । ତୁରନ୍ତ ଏଦିଗରେ ସରକାର କୌଣସି ପଦକ୍ଷେପ ନେବାକୁ ଚାଷୀକୂଳ ଅନୁରୋଧ କରିଛନ୍ତି ।

Conclusion:ବାଇଟ-୧-ଚାଷୀ
ବାଇଟ -୨-ଚାଷୀ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.