ETV Bharat / state

ଧାନ ସଂଗ୍ରହ ଆରମ୍ଭରୁ ବିଭ୍ରାଟ: ସଂଗଠନ ମଧ୍ୟରେ ଅସନ୍ତୋଷ

author img

By

Published : Dec 27, 2021, 7:45 PM IST

ବୌଦ୍ଧରେ ଧାନକ୍ରୟ ଆରମ୍ଭରୁ ସମସ୍ୟା ଦେଖାଗଲାଣି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଚାଷୀ ସଂଗଠନ । ଅଧିକ ପଢନ୍ତୁ

ଧାନ ସଂଗ୍ରହ ଆରମ୍ଭରୁ ବିଭ୍ରାଟ:  ସଂଗଠନର ମଧ୍ୟରେ ଅସନ୍ତୋଷ

ବୌଦ୍ଧ : ଜିଲ୍ଲାରେ ଧାନକ୍ରୟ ଆରମ୍ଭରୁ ସମସ୍ୟା ଦେଖାଗଲାଣି । ବିଭିନ୍ନ ଧାନ ମଣ୍ଡିରେ ଧାନକ୍ରୟ ଆରମ୍ଭ ହୋଇଗଲାଣି । କଣ୍ଟାମାଳ, ବୌଦ୍ଧ ଓ ହରଭଙ୍ଗା ବ୍ଲକର 42 ଗୋଟି ପ୍ୟାକ୍ସର ବିଭିନ୍ନ ଧାନମଣ୍ଡିରେ ଚାଷୀଙ୍କ ଟୋକନ ସମସ୍ୟା ଠାରୁ ନେଇ ଦଲାଲରାଜ ପର୍ଯ୍ୟନ୍ତ ସମସ୍ୟା ଆରମ୍ଭ ହୋଇଛି ।

ସେପଟେ ବିଭିନ୍ନ ଧାନମଣ୍ଡିକୁ ଠିକ ସମୟରେ ମିଲର୍ସମାନେ ଗାଡି ପଠାଉଥିବାରୁ ଧାନକିଣାରେ ସମସ୍ୟା ଉପୁଜିଛି । ବୌଦ୍ଧ ଜିଲ୍ଲାରେ ଯୋଗାଣ ବିଭାଗ ଓ ସମବାୟ ବିଭାଗ ମିଳିତ ଭାବରେ ସରକାରଙ୍କ ଧାର୍ଯ୍ୟ ଏଫଏକ୍ୟୁ ମାନର ଧାନ ସଂଗ୍ରହର ଲକ୍ଷ୍ୟ ରଖିଥିବା ବେଳେ ବିଭିନ୍ନ ଧାନ ମଣ୍ଡିରେ ବିଭିନ୍ନ ଅସୁବିଧା ଭୋଗୁଛନ୍ତି ଚାଷୀ । ତେବେ, ତୁରନ୍ତ ଏ ଦିଗରେ ଜିଲ୍ଲା ପ୍ରଶାସନ, ଯୋଗାଣ ବିଭାଗ ଓ ରାଜ୍ୟ ସରକାର ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ ପାଇଁ ଚାଷୀ ସଂଗଠନ ଦାବି କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.