ETV Bharat / state

ଅସହାୟ ଅବସ୍ଥାରେ ପାଞ୍ଚ ଭାଇ ଭଉଣୀ - boudha news

ଅସହାୟ ଅବସ୍ଥାରେ ପାଞ୍ଚ ଭାଇ ଭଉଣୀ । ବିଭିନ୍ନ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି । ଅଧିକ ପଢନ୍ତୁ...

Orphans demand government help for five siblings
ଅସହାୟ ଅବସ୍ଥାରେ ପାଞ୍ଚ ଭାଇ ଭଉଣୀ
author img

By

Published : Jul 9, 2021, 2:59 PM IST

ବୌଦ୍ଧ : ଅସହାୟ ଅବସ୍ଥାରେ ପାଞ୍ଚ ଭାଇ ଭଉଣୀ । ମା ପୂର୍ବରୁ କେଉଁଆଡେ ଚାଲିଯାଇଛନ୍ତି ତାର କୌଣସି ପତ୍ତା ନାହିଁ । ଆଉ ଏବେ ପୁଣି ବାପାଙ୍କ ମୃତ୍ୟୁ ପରେ ପାଞ୍ଚ ଭାଇଭଉଣୀଙ୍କ ଉପରେ ଭାଙ୍ଗି ପଡିଛି ଦୁଃଖର ପାହାଡ । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଲୁଣିବାହାଲ ପଞ୍ଚାୟତର ଠୁକାସାହିର ଗରିବ ପରିବାର ଉପରେ ଏବେ ନିୟତି ନିଷ୍ଠୁର ହୋଇଯାଇଛି ।

ଅସହାୟ ଅବସ୍ଥାରେ ପାଞ୍ଚ ଭାଇ ଭଉଣୀ

ମା ଚାରି ବର୍ଷ ପୂର୍ବରୁ କେଉଁଆଡେ ନିଖୋଜ ହୋଇଯାଇଥିବାବେଳେ ଆଠ ଦିନ ପୂର୍ବରୁ ବାପାଙ୍କ ଅକାଳ ମୃତ୍ୟୁ ଘଟିଲା । ଫଳରେ ତିନି ଭଉଣୀ ଓ 2 ଭାଇ ଅନାଥ ହୋଇଯାଇଛନ୍ତି । ଏମାନଙ୍କ ନିକଟରେ ନା ଅଛି ପକ୍କା ଘର,ନା ବିଦ୍ୟୁତ ନା ଖାଦ୍ୟପାନୀୟ । ଫଳରେ ଦୟନୀୟ ଅବସ୍ଥାରେ ଜୀବନ ବିତାଉଛନ୍ତି ଏମାନେ ।

ଚାରି ଦିନ ତଳେ ବ୍ଲକ ପ୍ରଶାସନ ଦେଇଥିବା ଅଳ୍ପ ସହାୟତା ଶେଷ ହୋଇଯିବାରୁ ବର୍ତ୍ତମାନ କେବଳ ଶୁଖିଲା ଖାଦ୍ୟ ଖାଇ ବଞ୍ଚିଛନ୍ତି । ଏ ଖବର ପାଇ ଜିଲ୍ଲାପାଳ ମଧ୍ୟ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ।

ଅନ୍ୟପଟରେ ଗୁରୁବାର ବୌଦ୍ଧ ଜିଲ୍ଲାପାଳ ଶିଶୁ ମାନଙ୍କୁ ଆଶୀର୍ବାଦ ଯୋଜନାରେ ସାମିଲ କରିବା ସହ ଶିଶୁ ଯୋଜନା ସହ ଜଡ଼ିତ ସମସ୍ତ ବ୍ୟବସ୍ଥାରେ ସାମିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.