ETV Bharat / state

ଭଙ୍ଗା ଶ୍ରେଣୀଗୃହରେ ଚାଲିଛି ଭବିଷ୍ୟତ ଗଢା - ବୌଦ୍ଧ ଜିଲ୍ଲା

ବୌଦ୍ଧ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ପଞ୍ଚାୟତ ଆମ୍ବଝରୀର ବିଦ୍ୟାଳୟରେ ନାହିଁ ଛାତ । ବର୍ଷା ଦିନେ ଶ୍ରେଣୀଗୃହର ଗୋଟିଏ କୋଣରେ ଚାଲିଛି ପାଠପଢା ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ
author img

By

Published : Aug 9, 2019, 10:03 PM IST

ବୌଦ୍ଧ: ରାଜ୍ୟରେ ଦିଗହରା ଶିକ୍ଷା ବ୍ୟବସ୍ଥା । ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବାକୁ ସରକାର ପ୍ରତିଶ୍ରୃତି ଦେଇ ଆସୁଥିବା ବେଳେ ଏହା କେବଳ ପ୍ରତିଶ୍ରୃତିରେ ହିଁ ରହିଯାଇଛି । 'ସଭିଏଁ ପଢନ୍ତୁ, ସଭିଏଁ ବଢନ୍ତୁ' ସ୍ଲୋଗାନ ଶୁଣିବାକୁ ଯେତିକି ଭଲ ଲାଗୁଛି, ତାହା ବାସ୍ତବତା ଠାରୁ ଢେର ଦୂରରେ ଭଳି ମନେ ହେଉଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ବୌଦ୍ଧ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ପଞ୍ଚାୟତ ଆମ୍ବଝରୀର ଏହି ବିଦ୍ୟାଳୟ ଅବସ୍ଥାକୁ ଦେଖିଲେ ଆମ ପିଲାଙ୍କ ଭବିଷ୍ୟତ ଭଗବାନଙ୍କ ଭରଷାରେ ଥିବା ପରି ମନେହୁଏ । ଆମ ପିଲା କିଭଳି ପଢିବେ ଓ କିଭଳି ବଢିବେ ତାର ନଗ୍ନ ଚିତ୍ର ସମସ୍ତଙ୍କ ସମ୍ମୁଖରେ । ଅପହଞ୍ଚ ଅଞ୍ଚଳରେ ସ୍କୁଲ ଅଛି, ଶିକ୍ଷକ ଅଛନ୍ତି ଏବଂ ଛାତ୍ରଛାତ୍ରୀ ମଧ୍ୟ ଅଛନ୍ତି । ହେଲେ ମୁଣ୍ଡ ଉପରେ ନାହିଁ ଛପର । ଶ୍ରେଣୀ ଗୃହର କବାଟ ଝରକା ମଧ୍ୟ ନାହିଁ ।

ବର୍ଷା ଦିନ ହେତୁ ଶ୍ରେଣୀ ଗୃହର ଗୋଟିଏ କୋଣରେ ଚାଲିଛି ପାଠପଢା । ବର୍ଷା ନହେଲେ ସ୍କୁଲ ବାରଣ୍ଡା କିମ୍ବା ଗଛ ତଳେ ପଢା ଚଳିଯାଏ, କିନ୍ତୁ ଯଦି ବର୍ଷା ହୁଏ ତେବେ ଛାତ୍ରଛାତ୍ରୀଙ୍କୁ ବହିବସ୍ତାନି ଧରି ସ୍କୁଲର ଗୋଟିଏ କୋଣରେ ଠିଆହୋଇ ବର୍ଷା ନସରିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡେ । ବିଦ୍ୟାଳୟରେ ସମୁଦାୟ ୧୯୫ ଜଣ ଛାତ୍ରଛାତ୍ରୀ ଥିବା ବେଳେ ଶିକ୍ଷକଙ୍କ ଅଭାବ ଶିକ୍ଷା ଦାନରେ ବାଧକ ସାଜୁଥିବା କହନ୍ତି ଛାତ୍ରଛାତ୍ରୀ । ଏହାଛଡା ରୋଷେଇ ଘରଠାରୁ ଆରମ୍ଭ କରି ଶୌଚାଳୟ ଓ ଅନ୍ୟାନ୍ୟ ଅସୁବିଧାର ଅନ୍ଧକାର ଭିତରେ ହଜିଯାଇଛି ଆମ୍ବଝରୀ ବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥା ।

ଏକ ଅପହଞ୍ଚ ତଥା ଆଦିବାସୀ ଅଞ୍ଚଳରେ ବିଦ୍ୟାଳୟଟି ରହିଥିବା ହେତୁ ବୋଧହୁଏ ପ୍ରଶାସନିକ ଦୃଷ୍ଟି ମଧ୍ୟ ଠିକରେ ପଡିପାରୁ ନାହିଁ । ଅବଶ୍ୟ ସରକାରଙ୍କ ଦୟାରୁ ଅତିରିକ୍ତ ଶ୍ରେଣୀ ଗୃହ ନାମରେ ଖଣ୍ଡେ ପକ୍କା ଘର ରହିଛି, କିନ୍ତୁ ରାଜନୈତିକ ଛକାପଞ୍ଜା ମଧ୍ୟରେ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ହୋଇପାରି ନାହିଁ । ଅନ୍ୟପକ୍ଷରେ ସ୍କୁଲ ଘରର ସମସ୍ତ ଦାୟିତ୍ୱ ପଞ୍ଚାୟତକୁ ହସ୍ତାନ୍ତର କରାଯାଇଛି ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ

Intro:ସଭିଏଁ ପଢିବେ, ସଭିଏଁ ବଢିବେ ।ସରକାରଙ୍କ ଏହି ସ୍ଲୋଗାନ ଶୁଣିବାକୁ ଯେତିକି ମଧୁର ଲାଗୁଛି, କିନ୍ତୁ ବାସ୍ତବତା ଠାରୁ ଢେର ଦୂରରେ ଭଳି ମନେ ହେଉଛି । ଅପହଞ୍ଚ ଇଲାକାରେ ସ୍କୁଲ ଅଛି, ଶିକ୍ଷକ ଅଛନ୍ତି ଏବଂ ଛାତ୍ରଛାତ୍ରୀ ମଧ୍ୟ ଅଛନ୍ତି ।କିନ୍ତୁ ଭଲରେ ଦେଖନ୍ତୁ ଏହି ଦୃଶ୍ୟ କୁ ।
ବୌଦ୍ଧ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ପଞ୍ଚାୟତ ଆମ୍ବଝରୀ ର ଏହି ବିଦ୍ୟାଳୟ ର ଅବସ୍ଥାକୁ ଦେଖିଲେ ଆମ ପିଲା କିଭଳି ପଢିବେ ଓ କିଭଳି ବଢିବେ ତିର ନଗ୍ନଚିତ୍ର ଆପଣଙ୍କ ସମ୍ମୁଖରେ । ମୁଣ୍ଡ ଉପରେ ନାହିଁ ଛପର,ଶ୍ରେଣୀ ଗୃହର କବାଟ ଝରକା ମଧ୍ୟ ଶିକ୍ଷା ସମସ୍ତଙ୍କ ପାଇଁ ଖୋଲା ଭଳି ପୁରାପୁରି ଖୋଲା ।ବର୍ଷା ଦିନ ହେତୁ କ୍ଲାସରୁମର ଗୋଟିଏ କୋଣରେ ଚାଲିଛି ପାଠପଢା ।ବର୍ଷା ନହେଲେ ତ ଭଲ କଥା, ସ୍କୁଲ ବାରଣ୍ଡା କିମ୍ବା ଗଛ ତଳେ କମସେ କମ ପାଠପଢା ହୋଇପାରିବ। କିନ୍ତୁ ଯଦି ବର୍ଷା ହୁଏ ତେବେ ଛାତ୍ରଛାତ୍ରୀ ବହିବସ୍ତାନି ଧରି ସ୍କୁଲର ଗୋଟିଏ କୋଣରେ ଠିଆହୋଇ ବର୍ଷା ନସରିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡେ ।ବିଦ୍ୟାଳୟ ରେ ସମୁଦାୟ୧୯୫ ଜଣ ଛାତ୍ରଛାତ୍ରୀ ଥିବା ବେଳେ ଶିକ୍ଷକ ଙ୍କ ଅଭାବ ଶିକ୍ଷା ଦାନରେ ବ୍ୟାଘାତ ସୃଷ୍ଟି ହେଉଥିବା କହନ୍ତି ଛାତ୍ରଛାତ୍ରୀ ।ଏହାଛଡା ରୋଷେଇଘର ଠାରୁ ଆରମ୍ଭ କରି ଶୌଚାଳୟ ଓ ଅନ୍ୟାନ୍ୟ ଅସୁବିଧା ବିଦ୍ୟାଳୟ କୁ ଛାତ୍ରଛାତ୍ରୀ ଙ୍କ ଏକ ଭିନ୍ନ ପ୍ରୟୋଗଶାଳାରେ ପରିଣତ କରିଛି ।ଏକ ଅପହଞ୍ଚ ତଥା ଆଦିବାସୀ ଅଞ୍ଚଳରେ ବିଦ୍ୟାଳୟଟି ରହିଥିବା ହେତୁ ବୋଧହୁଏ ପ୍ରଶାସନିକ ଦୃଷ୍ଟି ମଧ୍ୟ ଠିକରେ ପଡିପାରୁ ନାହିଁ ।ଅବଶ୍ୟ ସରକାରଙ୍କ ଦୟାରୁ ଅତିରିକ୍ତ ଶ୍ରେଣୀ ଗୃହ ନାରେ ଖଣ୍ଡେ ପକ୍କା ଘର ରହିଛି ।କିନ୍ତୁ ରାଜନୈତିକ ଛକାପଞ୍ଜା ମଧ୍ୟରେ ବିଦ୍ୟାଳୟ ର ସର୍ବାଙ୍ଗୀନ ଉନ୍ନତି ହୋଇପାରି ନାହିଁ ।ଏପଟେ ବିଭାଗୀୟ ଅଧିକାରୀ ସ୍କୁଲ ଘରର ସମସ୍ତ ଦାୟିତ୍ୱ ପଞ୍ଚାୟତକୁ ହସ୍ତାନ୍ତର କରାଯାଇଛି ବୋଲି କହିଛନ୍ତି ।

Body:ଖୋଲା ବିଦ୍ୟାଳୟ ର ଖୋଲାକଥା ।

Conclusion:ବାଇଟ-୧-ପଦ୍ମିନୀ ମଲ୍ଲିକ, ଛାତ୍ରୀ
ବାଇଟ-୨-ବର୍ଷାରାଣୀ ଭବସାଗର, ଛାତ୍ରୀ
ବାଇଟ-୩-ଧବଳେଶ୍ବର କୁମ୍ଭାର, ଅବିଭାବକ
ବାଇଟ-୪-ଗେଣ୍ଡରା କୁଜୁର, ଶିକ୍ଷା ଅଧିକାରୀ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.